IBN ଓଡ଼ିଶା ବ୍ୟୁରୋ

ଝିଅ ଶାଶୁଘରକୁ ଯିବା ସମୟରେ ଭୁଲରେ ବି ଏହି 4 ଟି ଜିନିଷ ଦିଅନ୍ତୁନି, ନହେଲେ ଗରିବୀ ଆପଣଙ୍କ ପିଛା କେବେ ଛାଡିବ ନାହିଁ…

ବନ୍ଧୁଗଣ ଯେତେବେଳେ କାହା ଘରେ ଝିଅ ଜନ୍ମ ହୋଇଥାଏ ସମସ୍ତେ କୁହନ୍ତି ମାତା ଲକ୍ଷ୍ମୀ ଘରକୁ ଆସିଛନ୍ତି । ତେବେ ଆମ ଭାରତୀୟ ସଂସ୍କୃତିରେ ଝିଅଙ୍କୁ ଲକ୍ଷ୍ମୀ ଓ ଦୂର୍ଗାଙ୍କ ସ୍ୱରୂପ ବୋଲି ମାନାଯାଇଥାଏ । କ’ଣ ଆପଣ ଜାଣିଛନ୍ତି ଯେତେବେଳେ କାହା ଘରେ ଝିଅ ଜନ୍ମ ହୋଇଥାଏ ସେହି ଦିନ ଠାରୁ ତାଙ୍କ ମା’ ବାପା ତାଙ୍କ ଝିଅ ବିବାହ ପାଇଁ କିଛି ନା କିଛି ରଖିବା ଆରମ୍ଭ କରିଥାନ୍ତି । ସବୁ ଝିଅଙ୍କ ବିବାହ ତାଙ୍କ ମା ବାପା ପାଇଁ ବହୁତ ବଡ ପର୍ବ ହୋଇଥାଏ କହିଲେ ଚଳେ । ଯାହା ତାଙ୍କ ଜୀବନରେ ଥରେ ଆସିଥାଏ ଓ ଏହି ଦିନ ପାଇଁ ସେ ବର୍ଷ ବର୍ଷ ଧରି ଅପେକ୍ଷା କରିଥାନ୍ତି ।

ତେବେ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ଅଛି କନ୍ୟାଦାନ ଠାରୁ ବଡ କୌଣସି ଦାନ ନାହିଁ, ତେବେ ଝିଅ ସେହି ଘରେ ଜନ୍ମ ହୋଇଥାନ୍ତି ଯେଉଁ ଘର ଲୋକେ ପୂଣ୍ୟ କରିଥାନ୍ତି । ଆଉ ସବୁ ମା’ ବାପା ଦିନେ ନା ଦିନେ ନିଜ ଝିଅକୁ ବିଦା କରନ୍ତି ଏହା ବହୁତ କଷ୍ଟକର ହୋଇଥାଏ । ସମସ୍ତେ ଏହି କଷ୍ଟ ସହିପାରନ୍ତି ନାହିଁ କିନ୍ତୁ ସଂସ୍କାର ଓ ପରମ୍ପରା ଅନୁଯାଇ ତାଙ୍କୁ ଏହା କରିବାକୁ ପଡିଥାଏ ।

ତେବେ ସମସ୍ତେ ନିଜ ଝିଅ ବିଦାଇରେ ତାଙ୍କୁ ସବୁ ପ୍ରକାର ଭଲ ଭଲ ଜିନିଷ ଦେଇ ବିଦା କରନ୍ତି, ଯାହା ଦ୍ଵାରା ତାଙ୍କ ଝିଅକୁ ଶାଶୁଘରେ ଚଳିବା ପାଇଁ ଯେପରି କୌଣସି ପ୍ରକାର କଷ୍ଟ ନହେଉ । ତେବେ ଶାସ୍ତ୍ରରେ ଏମିତି ଜିନିଷ କିଛି ଅଛି । ଯେଉଁ ଗୁଡିକୁ ଝିଅର ବିଦାଇ ସମୟରେ ତାଙ୍କୁ ଦେବା ଅନୁଚିତ ବୋଲି ବାରଣ କରାଯାଇଛି, ସେଥିରୁ ୪ଟି ଜିନିଷ ବହୁତ ମହତ୍ଵପୂର୍ଣ୍ଣ ଅଟେ ।

ଝାଡୁ;- କୌଣସି ଝିଅ ବିବାହରେ ଝାଡୁ କେବେ ବି ଦିଅନ୍ତୁ ନାହିଁ ନଚେତ ଘରର ସବୁ ସୁଖ ଘର ବାହାରକୁ ଚାଲିଯାଇଥାଏ, ସେଥିପାଇଁ ଭୁଲରେ ବି ଝାଡୁ ଦିଅନ୍ତୁ ନାହିଁ ।

ଛୁଞ୍ଚି;- ଝିଅ ବିଦାଇରେ ଛୁଞ୍ଚି ଦେବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କ ଝିଅ ଜୀବନ କେବେ ସୁଖମୟ ହେବ ନାହିଁ ।

ଚାଲୁଣୀ;- ଘରେ ଆପଣ ଚାଲୁଣି ବ୍ୟବହାର କରୁଥିବେ, ଅଟା ଚଲା କି ଚାଲୁଣି ଆଦି ଏହିଭଳି ଜିନିଷ ଝିଅ ବିଦାଇରେ କେବେବି ଦିଅନ୍ତୁ ନାହିଁ ।

ଆଚାର;- କୌଣସି ଝିଅ ବାହାଘରରେ ଆଚାର ଦିଅନ୍ତୁ ନାହିଁ ଯଦି କୌଣସି ଝିଅ ବିଦାଇରେ ଆଚାର ନେଇ ଯାଇଥାଏ ତେବେ ତା ସମ୍ପର୍କ ଶାଶୁଘର ଲୋକଙ୍କ ସହ ଭଲ ରହିବ ନାହିଁ ତାକୁ ସମସ୍ତେ ଓଲଟା କଥା କହିବେ ଯାହା ଦ୍ଵାରା ତାଙ୍କ ମନ ଭାଙ୍ଗିଯିବ ।

 

Related Articles

Leave a Reply

Your email address will not be published. Required fields are marked *

Back to top button