IBN ଓଡ଼ିଶା ବ୍ୟୁରୋ

ଝିଅମାନେ କାହିଁକି ନିଜ ଠାରୁ ଅଧିକ ବୟସର ପୁଅଙ୍କ ସହ ବିବାହ କରିଥାନ୍ତି ? ଏହା ପଛର ମହତ୍ବପୂର୍ଣ୍ଣ କାରଣ ଜାଣନ୍ତୁ…?

ବନ୍ଧୁଗଣ ସମୟ ସହ ତାଳ ଦେଇକି ଯିବାର ଆମ ସମସ୍ତଙ୍କୁ ପଡିଥାଏ । କାରଣ ଯେଉଁ ଲୋକ ସମୟ ସହ ତାଳ ଦେଇକି ଚାଲିନପାରେ, ସେହି ଲୋକ ନିଜ ଜୀବନରେ ବହୁତ ପଛୁଆ ରହିଜାଇଥାଏ ବୋଲି କୁହାଯାଇଛି । ହେଲେ ବନ୍ଧୁଗଣ ବହୁ ପ୍ରାଚୀନ କାଳରୁ ଏବେ ପର୍ଯ୍ୟନ୍ତ ଏକ ନିୟମ ପ୍ରଚଳିତ ହେଇଆସୁଛି । ତାହା ହେଉଛି ବିବାହ ସମୟରେ ପୁଅର ବୟସ ଝିଅର ବୟସ ଠାରୁ କିଛି ବର୍ଷ ଅଧିକ ହୋଇଥିବାର ନିୟମ ।

ତେବେ ସ୍ତ୍ରୀ ମାନେ ସ୍ଵାମୀଙ୍କ ଠାରୁ ବୟସରେ କାହିଁକି ସାନ ହେବା ଦରକାର ସେ ସମ୍ପର୍କରେ ଆସନ୍ତୁ ଜାଣିବା । ତେବେ ଆଗ କାଳର ଲୋକଙ୍କ କହିବା ଅନୁଯାଇ ପୁଅ ଝିଅ ଠାରୁ ୫ ରୁ ୬ ବର୍ଷ ବଡ ହେଲେ ସମ୍ପର୍କ ବହୁତ ଭଲରେ ଚାଲିଥାଏ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଅଧ୍ୟୟନରେ ମଧ୍ୟ ଏହା ସ୍ପଷ୍ଟ ହୋଇଛି ଯେ ପୁଅ ବଡ ଓ ଝିଅ ସାନ ହେଲେ ତାଙ୍କ ସମ୍ପର୍କ ବହୁତ ଭଲ ହୋଇଥାଏ କୌଣସି ସମସ୍ଯା ଆସିଲେ ଦୁହେଁ ଏକାଠି ଏହାକୁ ସମାଧାନ କରିଥାନ୍ତି ।

ତେବେ ସମାନ ବୟସର ହୋଇଲେ କୌଣସି କଥା ବଢି ବଢି ବହୁତ ଆଗକୁ ବଢି ଯାଇଥାଏ ଓ ଦୁହିଙ୍କ ମଧ୍ୟରୁ କେହି ଏହାକୁ ସମାପ୍ତ କରିବା ପାଇଁ ରାଜି ହୁଅନ୍ତି ନାହିଁ । ଅଧ୍ୟୟନ ଅନୁଯାଇ ଏହା ଜଣା ପଡିଛି ଯେ ମହିଳାଙ୍କ ଭିତରେ ହର୍ମୋନ ବଢିବା ଦ୍ଵାରା ସେ ବହୁତ ଶୀଘ୍ର ମେଚୋର ହୋଇଥାନ୍ତି ଓ ପୁରୁଷଙ୍କ ଭିତରେ ଏହା ଟିକେ ଲେଟରେ ହୋଇଥାଏ । ତେବେ ଯଦି ଦୁହିଙ୍କ ସମାନ ବୟସ ରହିବ ତେବେ ଝିଅ ପୁଅ ଠାରୁ ଅଧିକ ଭଲ ବୋଲି ନିଜକୁ ମନେ କରିବ । ଯାହା ପରେ ଅହଂକାର ଭାବନା ଓ ଅନ୍ୟାନ୍ୟ କାରଣ ଯୋଗୁ ଦମ୍ପତ୍ତିଙ୍କ ବୈବାହିକ ସମ୍ପର୍କ ନଷ୍ଟ ହୋଇପାରେ ।

 

ଏହା ଛଡା ଶାରୀରିକ ରୂପରେ ମଧ୍ୟ ଝିଅ ମାନେ ବହୁତ ଶୀଘ୍ର ବଡ ଦେଖା ଯାଆନ୍ତି । ଯାହାର ଫଳ ସ୍ୱରୂପ ଯଦି ସମାନ ବୟସର ପୁଅ ସହ ବିବାହ ହୁଏ । ତେବେ ପୁଅ ଝିଅ ଠାରୁ ସାନ ଦେଖାଯିବ । ହେଲେ ଯଦି ଝିଅ ବୟସ ପୁଅ ଠାରୁ ସାନ ହୁଏ ତେବେ ଦୁହିଙ୍କ ଯୋଡି ବହୁତ ସୁନ୍ଦର ଦେଖା ଯାଇଥାଏ ଏବଂ କେହି କାହା ଠାରୁ ବଡ ବା ସାନ ଦେଖା ଯିବେ ନାହିଁ ।

ତେବେ ଝିଅ ମାନେ ବହୁତ କମ ବୟସରୁ ବହୁତ ବୁଝିବାର ହୋଇଥାନ୍ତି ଯାହା ଦ୍ଵାରା ସେ ଅନ୍ୟ ଘରେ ବହୁତ ଭଲରେ ଚଳି ଯାଇଥାନ୍ତି ଓ ନିଜ ସମ୍ପର୍କ ଗୁଡିକ ସମ୍ଭାଳି ରଖିଥାନ୍ତି । ଏହିସବୁ କାରଣ ଗୁଡିକ ଯୋଗୁ ବିବାହ ସମୟରେ ପୁଅ ଠାରୁ କିଛି ବର୍ଷ କମ୍ ବର୍ଷ ବୟସର ଝିଅଙ୍କୁ ବିବାହ କରାଯାଇଥାଏ ।

 

Related Articles

Leave a Reply

Your email address will not be published. Required fields are marked *

Back to top button