IBN ଓଡ଼ିଶା ବ୍ୟୁରୋ

ଭଲ ଲୋକଙ୍କ ସହିତ ସବୁବେଳେ କାହିଁକି ଖରାପ ହେଇଥାଏ-

ଭଲ ମଣିଷ ସହିତ ଖରାପ କାହିଁକି ହୋଇଥାଏ । ଯେତେବେଳେ ଆମ ସହିତ କିଛି ଭୁଲ ହେଉଛି ସେତେବେଳେ ଆମକୁ କଣ କରିବା ଉଚିତ । ଯେତେବେଳେ ଆମ ସହିତ କିଛି ଭୁଲ ହୋଇଥାଏ ସେତେବେଳେ ଆମେ ଏହା ନିଶ୍ଚିନ୍ତ କହିଥାଉ କି ଏମିତି ମୋ ସହିତ କାହିଁକି ହେଉଛି । ମୁ ଏତେ ଅଶୁଭ କାହିଁକି । ଆମେ ନିଜକୁ ହିଁ ଏହି ସବୁ ପାଇଁ ଦୋଷୀ ବୋଲି କହିଥାଉ । ଆଉ ଆମେ ରାଗିଯାଇ ଥାଉ ଭଗବାନ ଙ୍କ ଉପରେ ଏବଂ ନିଜ ଉପରେ । କି ମୁ ତ ସବୁ ଭଲ କାମ କରିଛି କେବେ କାହାର ଖରାପ କରିନାହିଁ ତେବେ କାହିଁକି ଭଗବାନ ମୋ ସହିତ ଏମିତି କରୁଛନ୍ତି । କିଛି ଏମିତି ହୋଇଥାଏ ଆମର ଭାବନା । ତେବେ ଚାଲନ୍ତୁ ଜାଣିବା ଏହି ବିଷୟରେ କିଛି ।

ଗୋଟେ ଥର ଜଣେ ବ୍ୟପାରି କୃଷ୍ଣ ଭକ୍ତ ଥିଲା, ସେ କେବେ କାହାର ଖରାପ ଚିନ୍ତା କରିନଥିଲା । ସେ ସବବେଳେ ଭଗବାନଙ୍କୁ ପ୍ରାର୍ଥନା କରି ନିଜ କାମରେ ଯାଏ । ଏହି ବ୍ୟାପାର ଉପରେ ସମସ୍ତେ ଖୁସି ଥିଲେ । ସେଠି ଆଊ ଗୋଟେ ବହୁତ ଖରାପ ଲୋକ ରହୁଥିଲା ସେ ସେତେବେଳେ ମନ୍ଦିର ଯାଉଥିଲା କିନ୍ତୁ ସେ ମନ୍ଦିରରେ ମଧ୍ୟ ଲୋକଙ୍କୁ ଏବଂ ଜୀବ ଜନ୍ତୁ ଙ୍କୁ ଦୁଃଖୀ କରୁଥିଲା । ସେ ଜୀବ ମାନଙ୍କ ଉପରେ ପଥର ପକାଉଥିଲା ।

ସେ ଜୁଆ ଖେଳୁଥିଲା ଏବଂ ମଦ ମଧ୍ୟ ପିଉଥିଲା । ଗୋଟେ ଦିନ ବହୁତ ଜୋରେ ବର୍ଷା ହେଉଥିଲା ଆଉ ମନ୍ଦିରରେ କେହି ମଧ୍ୟ ନଥିଲେ । ଖରାପ ଲୋକଟି ଦେଖିଲା ମନ୍ଦିରରେ କେହି ମଧ୍ୟ ନାହାନ୍ତି, ପୂଜାରୀ ମଧ୍ୟ ନାହାନ୍ତି । ତ ସେ ସବୁ ପଇସା ନେଇ ଫେରାର ହୋଇଗଲା । ଆଊ ଟିକେ ସମୟ ପରେ ବ୍ୟାପାରି ମଧ୍ୟ ମନ୍ଦିରକୁ ଆସିଲା ଆଊ ଚୋରି ର ଆରୋପ ବ୍ୟପାରୀ ଉପରେ ଲାଗିଗଲା । ଲୋକମାନେ ବ୍ୟାପାରି କୁ ବହୁତ ଗାଳିଦେଲେ ।

ବହୁତ କାକୁତି ମିନତି କରିବାପରେ ବ୍ୟାପାରି ମନ୍ଦିରରୁ ବାହାରକୁ ଆସିଥିଲା ଆଊ ବାହାରକୁ ଆସିବା ମାତ୍ରେ ଗୋଟେ ବଡ଼ କାର ତାକୁ ଧକା ଦେଇ ଚାଲିଗଲା । ବ୍ୟାପାରି ତଳେ ପଡ଼ିଗଲା ଆଊ ସେତେବେଳେ କାର ରୁ ଗୋଟେ ବ୍ୟାଗ ଖସିପଡିଥିଲା ଯାହା କାର ବାଲା ଦେଖି ନଥିଲା । ସେତେବେଳେ ଖରାପ ବ୍ୟକ୍ତି ଜଣଙ୍କ ସବୁ କିଛି ଦେଖୁଥିଲା । ଆଊ ଦୋୖଡି ଯାଇ ବ୍ୟାଗ ଖୋଲିଥିଲା ସେତେବେଳେ ଖରାପ ବ୍ୟକ୍ତି ର ମୁଣ୍ଡ ବୁଲେଇ ଦେଲା କାରଣ ବ୍ୟାଗ ତ ପୁରା ଟଙ୍କା ରେ ଫୁଲ ଥିଲା ।

ଆଊ ସେ ଖୁସିରେ ଜୋରେ ଚିଲେଇକି କହିଲା ଆରେ ଆଜି ତ ବହୁତ ଭଲ ଦିନ ଅଟେ ସକାଳେ ମନ୍ଦିରରୁ ପଇସା ମିଳିଲା ଆଊ ଆବେ ବ୍ୟାଗ ରେ ପଇସା । ସେତେବେଳେ ବ୍ୟାପାରି ବୁଝିଗଲା ଆଊ ଘରକୁ ଯାଇ ଭଗବାନଙ୍କ ସବୁ ଫଟୋ ଫୋପାଡି ଦେଲା । ବ୍ୟାପାରି ନିଜ ସ୍ତ୍ରୀ ଏବଂ ପିଲାମାନଙ୍କୁ କହିଲା ଆଜି ଠାରୁ ଏହି ଘରେ ଭଗବାନଙ୍କ କୌଣସି ଫଟୋ ବା ମୂର୍ତ୍ତି ରହିବ ନାହିଁ । ଏହି ଦୁନିଆରେ ଭଗବାନ ନାହାନ୍ତି । ସବୁ ମିଛ ଅଟେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button