ଆଜି ଠାରୁ ସୂର୍ଯ୍ୟାସ୍ତ ସମୟରେ କରନ୍ତୁ ମାତ୍ର ଏହି ଗୋଟିଏ କାମ, ଘରେ କେବେବି ଟଙ୍କାର ଅଭାବ ରହିବ ନାହିଁ…

ବନ୍ଧୁଗଣ ପ୍ରତ୍ଯେକ ଦିନର ସକାଳ ଓ ସନ୍ଧ୍ଯା ସମୟକୁ ବହୁତ ଅଧିକ ମହତ୍ଵ ଦିଆଯାଇଥାଏ । କାରଣ ଏହି ସମୟ ଆଧ୍ୟାତ୍ମିକ ତଥା ପୂଜାପାଠ, ପ୍ରାଥନା ପାଇଁ ବହୁତ ଭଲ ସମୟ ବୋଲି ମାନାଯାଇଥାଏ । ତେବେ ଯେଉଁ ଘରେ ସକାଳ ଓ ସନ୍ଧ୍ଯା ସମୟରେ ପୂଜାପାଠ ଓ ଭଗବାନଙ୍କର ଆରାଧନା କରାଯାଉଥିବ । ସେହି ଘର ଉପରେ ଦେବାଦେବୀଙ୍କର ଆଶ୍ରୀବାଦ ସବୁବେଳେ ରହିଥାଏ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ପୂଜାପାଠ ସମ୍ପର୍କିତ ଏକ ମହତ୍ଵପୂର୍ଣ୍ଣ କଥା କହିବାକୁ ଯାଉଅଛୁ ।
ତାହା ହେଉଛି ଯେ ସବୁ ଲୋକ ସକାଳ ସମୟରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ତାଙ୍କର ପୂଜା କରିଥାନ୍ତି । ହେଲେ ଆପଣ ମାନେ ଯଦି ସୂର୍ଯ୍ୟାସ୍ତ ସମୟରେ ଏହି ଗୋଟିଏ କାମକୁ ପ୍ରତିଦିନ ନିଷ୍ଠାର ସହ କରିବେ । ତେବେ ଆପଣଙ୍କ ଘରୁ ସବୁ ଦୁଃଖ, ଅଶାନ୍ତି ଦୂର ହୋଇବା ସହ ଘର ଉପରେ ଦେବାଦେବୀଙ୍କ କୃପା ସବୁବେଳେ ବଜାୟ ରହିବ ।
ଆପଣଙ୍କୁ ଜଣାଇ ଦେଉଛୁ କି ଯେଉଁ ଭାବେ ଆପଣ ସକାଳେ ସୂର୍ଯ୍ୟ ଉଦୟ ସମୟରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତି ଠିକ ସେହିପରି ସନ୍ଧ୍ୟା ସମୟରେ ବି ଆପଣ ଜଳ ଚଢାନ୍ତୁ । ଯଦି ଆପଣ ସନ୍ଧ୍ୟାରେ ଜଳ ଚଢାଉଛନ୍ତି ତାହେଲେ ଜଳରେ ସୋରିଷର କିଛି ଦାନା ନିହାତି ମିଶାନ୍ତୁ ଯଦି ଆପଣ ଏହି ଉପାୟକୁ କରନ୍ତି ତାହେଲେ ଆପଣଙ୍କ ଘରର ସବୁ ନକରାତ୍ମକ ଶକ୍ତି ସନ୍ଧ୍ୟା ହେବା ପୂର୍ବରୁ ଶେଷ ହୋଇଯିବ ।ଆପଣ ସନ୍ଧ୍ୟା ସମୟରେ ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ପରେ ଆପଣ ସୂର୍ଯ୍ୟଦେବଙ୍କ ପାଇଁ ଅଗରବତୀ ଜଳାନ୍ତୁ ଏବଂ ଆପଣଙ୍କ ମନର ଇଚ୍ଛାକୁ ସୂର୍ଯ୍ୟଦେବଙ୍କୁ କୁହନ୍ତୁ ଓ ଅଗରବତୀକୁ ସୂର୍ଯ୍ୟଦେବଙ୍କ ଆଡକୁ ବୁଲାନ୍ତୁ ଏବଂ ଏହା ପରେ ଅଗରବତୀକୁ ନିଜ ଘରେ ଲାଗିଥିବା ତୁଲସୀ ଗଛ ପାଖରେ ରଖି ଦିଅନ୍ତୁ । ଯଦି ଆପଣ ଏହି ଉପାୟକୁ ଆପଣାନ୍ତି ତାହେଲେ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ ।
ସନ୍ଧ୍ୟା ହେବା ସମୟରେ ସୂର୍ଯ୍ୟଦେବଙ୍କୁ ବିଦାୟ କହିବା ପାଇଁ ବାଲକୋନୀରେ ଗୋଟିଏ ଦୀପ ନିହାତି ଲଗାନ୍ତୁ । ଏହି ଦୀପ ସୂର୍ଯ୍ୟଦେବଙ୍କୁ ସମ୍ମାନ ଏବଂ ତାଙ୍କୁ ଧନ୍ୟବାଦ ଦେବା ପାଇଁ ଜଳା ଯାଇଥାଏ । ଏହା ଦ୍ଵାରା ସୂର୍ଯ୍ୟ ଦେବତା ଆପଣଙ୍କ ଉପରେ ପ୍ରସନ୍ନ ହେବେ ଓ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ ।