ମନୋରଞ୍ଜନ

ଜାତୀୟ ପୁରସ୍କାର ଜିତିଲା ‘ପ୍ରତୀକ୍ଷା’, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା – Ibnodisha

[ad_1]

ବ୍ୟୁରୋ : ଜାତୀୟ ସ୍ତରରେ ବଢୁଛି ଓଡି଼ଆ ଫିଲ୍ମର କ୍ରେଜ୍ ।’ଦମନ’ ପରେ ପୁଣି ଜାତୀୟ ସ୍ତରରେ ନାଁ କମାଇଲା ଆଉ ଏକ ଓଡିଆ ଫିଲ୍ମ। ନିକଟରେ ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଆଉ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’ ଜାତୀୟ ପୁରସ୍କାର ପାଇଁ ବିବେଚିତ ହୋଇଛି । ତେବେ, ଯେତେବେଳେ ଏହି ଫିଲ୍ମଟି ରିଲିଜ୍ ହୋଇଥିଲା । ସେହି ସମୟରେ ଦର୍ଶକଙ୍କ ଢେର ସାରା ଭଲପାଇବା ପାଇଥିଲା । ଏପରିକି ରିଲିଜ ପରେ ବି ଭଲ କଲେକସନ୍ କରିଥିଲା ।  ‘ପ୍ରତୀକ୍ଷା’ ଜାତୀୟ ପୁରସ୍କାର ପାଇଁ ବିବେଚିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଟ୍ବିଟ୍ କରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, ଶେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ଅତ୍ୟନ୍ତ ଖୁସିର ବିଷୟ। ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ଅଭିନେତାଙ୍କ ସମେତ ଏଥିସହ ଜଡ଼ିତ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଏହି ଫିଲ୍ମର  ନିର୍ମାତା ଓ ନିର୍ଦ୍ଦେଶକ ହେଉଛନ୍ତି ଅନୁପମ ପଟ୍ଟନାୟକ ।  ‘ପ୍ରତୀକ୍ଷା’ ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ । ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋୟୀ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି। ନିକଟରେ (ଆଇଏଫ୍‌ଏଫ୍‌ଆଇ)ରେ ପ୍ରଦର୍ଶିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ । ଏହି ଚଳଚ୍ଚିତ୍ରକୁ ହିନ୍ଦୀ ଭାଷାରେ ରିମେକ୍‌ କରିବା ଲାଗି ଘୋଷଣା କରି ସାରିଛନ୍ତି ବିଶିଷ୍ଟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅନୁପମ ଖେର୍‌ । ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଫିଲ୍ମଟି ଗତବର୍ଷ ଅର୍ଥାତ୍ ୨୦୨୨ ମସିହା ଡିସେମ୍ବର ୨  ତାରିଖରେ ରିଲିଜ୍ ହୋଇଥିଲା। ‘ପ୍ରତୀକ୍ଷା’ ର ମୁଖ୍ୟ ଭୂମିକାରେ ଦୀପନ୍ୱିତ ଦାସ ମହାପାତ୍ର , ଚୌଧୁରୀ ଜୟପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରିଲା ତ୍ରିପାଠି ଓ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଓଡି଼ଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଏକ ଫ୍ୟାମିଲି ଡ୍ରାମା ଉପରେ ଆଧାରିତ ।  କିଭଳି ଜଣେ ମଧ୍ୟବିତ ପରିବାର ଯୁବକ ସରକାରୀ ଚାକିରୀ ପଛରେ ଗୋଡାଇ ଗୋଡାଇ ନିରାଶ ହେବା, ଚାକିରୀ ସହ ପରିବାରକୁ କେମିତି ନିୟନ୍ତ୍ରଣ ରେ ରଖିବା ଏଥିରେ ପ୍ରଦର୍ଶିତ କରାଯାଇଛି। ରୋଜଗାର ଲାଗି ସଂଘର୍ଷ  , ଘରେ ବୃଦ୍ଧ ବାପାଙ୍କ ଚିନ୍ତା, ବାହାଘର ଲାଗି ଅପେକ୍ଷାରତ ପ୍ରେମିକା ଏବଂ ଶେଷରେ ପରିବାରର ଏକମାତ୍ର ରୋଜଗାରିଆ ପିତାଙ୍କର ମୃତ୍ୟୁ ପରିସ୍ଥିତିର କାହାଣୀକୁ ଅତି ନିଚ୍ଛକ ଭାବେ ପ୍ରଦର୍ଶିତ କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button