IBN ଓଡ଼ିଶା ବ୍ୟୁରୋ

ଚଉଠି ରାତିରେ କାହିଁକି ପିଅନ୍ତି କ୍ଷୀର? ଏହି ଅଭ୍ୟାସ ପଛର ବୈଜ୍ଞାନିକ କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ହିନ୍ଦୁ ପରମ୍ପରାରେ ଅନୁଯାୟୀ ନୂତନ ବିବାହିତ ହିନ୍ଦୁ ଦମ୍ପତିମାନଙ୍କୁ ସାଧାରଣତ ସେମାନଙ୍କର ବିବାହର ପ୍ରଥମ ରାତିରେ କେଶର ଏବଂ ବାଦାମ ମିଶ୍ରିତ କ୍ଷୀର କିମ୍ବା ହଳଦୀ ମିଶା କ୍ଷୀର ଦିଆଯାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ପ୍ରକୃତ କାରଣ କଣ ଓ ଭାରତୀୟ ଦମ୍ପତିମାନେ ବିବାହର ପ୍ରଥମ ରାତିରେ କ୍ଷୀର କାହିଁକି ପିଅନ୍ତି ?

ବିବାହ ରାତିରେ କ୍ଷୀର ପିଇବାର କଳ୍ପନା ଏକ ପୁରୁଣା ପ୍ରଥା । ପାରମ୍ପାରିକ ଭାବରେ, ଏକ ଗ୍ଲାସ୍ କେଶର ମିଶ୍ରିତ କ୍ଷୀର ସହିତ ସମ୍ପର୍କ ଆରମ୍ଭ କରିବା ଦାମ୍ପତ୍ୟ ଜୀବନ ବା ବୈବାହିକ ଜୀବନରେ ମଧୁରତା ଆଣିଥାଏ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଏହି ବ୍ୟାପକ ଅଭ୍ୟାସର ଏକ ବୈଜ୍ଞାନିକ ଯଥାର୍ଥତା ମଧ୍ୟ ରହିଛି ତେବେ ଆସନ୍ତୁ ଜାଣିବା…

ଯେମିତିକି ଆପଣ ମାନେ ଜାଣିଥିବେ ଯେ ପ୍ରତ୍ୟେକ ପୁଅ ଓ ଝିଅଙ୍କ ମନରେ ବିବାହର ପ୍ରଥମ ରାତିକୁ ନେଇ ବେଶ୍ ଉତ୍ସାହ ରହିଥାଏ । ବାସର ରାତି ସମସ୍ତଙ୍କ ଜୀବନରେ ବିଶେଷ ମହତ୍ତ୍ବ ରଖିଥାଏ । ଏହି ରାତି ଦୁଇଟି ଜୀବନ ଏବଂ ଦୁଇ ଆତ୍ମାକୁ ଏକତ୍ର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଆହୁରି ପଢନ୍ତୁ :- ଦେଖନ୍ତୁ ଭିଡ଼ିଓ: ପେଟ କାଟୁଚି ବୋଲି ଡାକ୍ତର ପାଖକୁ ଯାଇଥିଲେ, ବାନ୍ତି କରିବା ବେଳେ ପାଟିରୁ ବାହାରିଲା ଲମ୍ୱା ଜିଆ
କିଛି ରିପୋର୍ଟ ଅନୁଯାୟୀ, ବିବାହ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନର ଆରମ୍ଭ ବୋଲି ବିବେଚନା କରାଯାଏ । ଗୋଟିଏ ପଟେ କ୍ଷୀରକୁ ପବିତ୍ର ବିବେଚନା କରାଯାଏ, ଅନ୍ୟପଟେ ଚିନି, ହଳଦୀ କିମ୍ବା କେଶର ବ୍ୟବହାର ଗୁଣ ବଢ଼ାଇବା ପାଇଁ ଏଥିରେ ମିଶାଯାଏ । ଯୌନ ଇଚ୍ଛାକୁ ବଢ଼ାଇବା ପାଇଁ କେଶର ବ୍ୟବହାର କରାଯାଏ ବୋଲି କୁହାଯାଏ ।

କେବଳ ଏତିକି ନୁହେଁ, କେଶର ଡିପ୍ରେସନକୁ ହ୍ରାସ କରି ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣେ, ଯାହା ବିବାହର ପ୍ରଥମ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା । ଅନ୍ୟପଟେ, କ୍ଷୀରରେ ଟ୍ରାଇପଟୋଫାନ୍ ନାମକ ଏକ ଆମିନୋ ଏସିଡ୍ ଥାଏ, ଯାହା ଶରୀରକୁ ପ୍ରୋଟିନ୍ ସନ୍ତୁଳନ ବୃଦ୍ଧି ଏବଂ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଏଭଳି ପରିସ୍ଥିତିରେ ଏହା ଅନୁମାନ କରାଯିବା ଉଚିତ୍ ଯେ ଏହା ପଛରେ ଏକ ବୈଜ୍ଞାନିକ କାରଣ ଅଛି । ସେ ଯାହା ବି ହେଉ, ଆମର ପ୍ରତ୍ୟେକ ପରମ୍ପରାର ଉତ୍ପତ୍ତି ପଛରେ କିଛି ବୈଜ୍ଞାନିକ କାରଣ ଅଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଅନେକ ଲୋକ ବିବାହକୁ ନେଇ ଚାପଗ୍ରସ୍ତ ହୁଅନ୍ତି ଏବଂ ଏହି କାରଣରୁ ବର ଏବଂ କନ୍ୟାର ହଜମ ପ୍ରକ୍ରିୟା ବ୍ୟାହତ ହୁଏ । କ୍ଷୀର ହଜମ ପାଇଁ ଲାଭଦାୟକ । କ୍ଷୀରରେ ଥିବା ଭିଟାମିନ୍-ଡି ସେରୋଟୋନିନ୍ ନାମକ ଏକ ହରମୋନ୍ ଉତ୍ପାଦନ କରିଥାଏ, ଯାହା ଆପଣଙ୍କ ମନୋବଳକୁ ପ୍ରଭାବିତ କରିଥାଏ । ଏହା ବ୍ୟତୀତ ଏହାକୁ ପିଇବା ପରେ ଥକ୍କା ମଧ୍ୟ ଦୂର ହୁଏ । କ୍ଷୀରରେ ଥିବା ପ୍ରୋଟିନ୍ ସାହାଯ୍ୟରେ ଟେଷ୍ଟୋଷ୍ଟେରନ୍ ଏବଂ ଇଷ୍ଟ୍ରୋଜେନ୍ ନାମକ ଦୁଇଟି ଯୌନ ହରମୋନ୍ ମଧ୍ୟ ଉତ୍ପନ୍ନ ହୁଏ ।

ଏଥିରେ ଆଣ୍ଟି-ବ୍ୟାକ୍ଟେରିଆ ଏବଂ ରୋଗ ସହ ଲଢ଼ିବା ଗୁଣ ରହିଛି, ଯେଉଁ କାରଣରୁ ପ୍ରଥମ ଥର ଶାରୀରିକ ସମ୍ପର୍କ ରଖିବା ସମୟରେ ସଂକ୍ରମଣ ହେବାର ଆଶଙ୍କା ରହିନଥାଏ । ସାମଗ୍ରିକ ଭାବରେ, ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଏହି ଅଭ୍ୟାସର ଉତ୍ପତ୍ତି ପ୍ରଶ୍ନକୁ ଆମେ ଛାଡ଼ି କେବଳ ଏହାର ବୈଜ୍ଞାନିକ ଦିଗ ଉପରେ ଧ୍ୟାନ ଦେବା ଉଚିତ୍ ।

Related Articles

Leave a Reply

Your email address will not be published. Required fields are marked *

Back to top button