IBN ଓଡ଼ିଶା ବ୍ୟୁରୋ

ବିଶ୍ବର ସର୍ବବୃହତ୍‌ ବ୍ୟାଙ୍କ ଠକେଇ: ରିଅଲ ଇଷ୍ଟେଟ୍ ବ୍ୟବସାୟୀ ଦୋଷୀ

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ୍‌ ବ୍ୟାଙ୍କ ଠକେଇ କରିଥିବା ଅଭିଯୋଗରେ ଭିଏତ୍‌ନାମର ମହିଳା ରିଅଲ ଇଷ୍ଟେଟ୍‌ ବ୍ୟବସାୟୀ ଟ୍ରୁଓଙ୍ଗ ମାଇ ଲାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ବେଆଇନ ଉପା‌ୟରେ ସେ ୧୨.୫ ବିଲିଅନ ଡଲାର (୧,୦୫,୯୩୬ କୋଟି ଟଙ୍କା)ର ଠକେଇ କରିଥିବା ଅଭିଯୋଗ ରହିଛି। ସେ କହିଥିବା ଠକେଇ ଭିଏତ୍‌ନାମର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ପ୍ରାୟ ୩ ପ୍ରତିଶତ। ଅନ୍ୟ ଏକ ମାମଲାରେ ତାଙ୍କୁ ଚଳିତ ବର୍ଷ ଏପ୍ରିଲ୍‌ରେ ମୃତ୍ୟୁ ଦଣ୍ଡ ମିଳିଛି। ଜାଲ୍‌ କମ୍ପାନି ଗଠନ କରି ଓ ଜାଲ୍ ଋଣ ଆବେଦନ ଜରିଆରେ ୨୦୧୨ରୁ ୨୦୨୨ ମଧ୍ୟରେ ସିଆଗନ୍‌ କମର୍ସିଆଲ୍ ବ୍ୟାଙ୍କରୁ ସେ ଏହି ବିଶାଳ ଠକେଇ କରିଥିଲେ।

୧୯୫୬ରେ ଜନ୍ମ ଗ୍ରହଣ କରିଥିବା ଲାନ୍ ପ୍ରଥମେ ନିଜ ମା’ଙ୍କ ସହ ମିଶି ହୋ ଚି ମିନ୍ ସହରରେ ପ୍ରସାଧାନ ସାମଗ୍ରୀ ବିକ୍ରି କରୁଥିଲେ। ୧୯୯୨ରେ ସେ ଭାନ୍ ଥିନ୍ ଫାଟ୍‌ ନାମକ କମ୍ପାନି ଗଠନ କରିଥିଲେ। ସିଆଗନ୍ କମର୍ସିଆଲ୍ ବ୍ୟାଙ୍କରେ ତାଙ୍କ ବେଶ୍ ପ୍ରଭାବ ଥିଲା। ତାହାକୁ ସେ ଗୋପନରେ ନିୟନ୍ତ୍ରଣ କରୁଥିଲେ। ସିଆଗନ୍ କମର୍ସିଆଲ୍ ବ୍ୟାଙ୍କର ମିଶ୍ରଣ ବେଳେ ସେ ବ୍ୟାଙ୍କ ସହ ଯୋଡ଼ି ହୋଇଥିଲେ। ଏହାପରେ ସେ ନିଜର ପ୍ରଭାବ ବିସ୍ତାର କରିଚାଲିଲେ। ୨୦୧୨ରୁ ୨୦୨୨ ମଧ୍ୟରେ ଅନେକ ଜାଲ୍ କମ୍ପାନି ଗଠନ କରି ସେ ନିଜକୁ ଓ ନିଜ ଘନିଷ୍ଠମାନଙ୍କୁ ବ୍ୟାଙ୍କରୁ ଋଣ ମଞ୍ଜୁର କରାଇଥିଲେ। ସରକାରୀ ଅଧିକାରୀମାନଙ୍କୁ ୫.୨ ନିୟୁତ ଡଲାର ଲାଞ୍ଚ ଦେଇ ସେ ଠକେଇ କରିଥିଲେ। ଏହାର ପ୍ରଭାବରେ ଭିଏତ୍‌ନାମର ନାଗରିକମାନେ ପ୍ରାୟ ୨୭୦୦ କୋଟି ଡଲାର କ୍ଷତି ସହିଥିଲେ। ଲାନ୍‌ଙ୍କ ବିରୋଧରେ ଚାଲିଥିବା ମାମଲା ଏକ ଜଟିଳ ପ୍ରକ୍ରିୟା ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button