IBN ଓଡ଼ିଶା ବ୍ୟୁରୋ

ଚାଲିଲାନି ‘ପୁଷ୍ପା ୨’, ଥିଏଟରରେ ଭଙ୍ଗାରୁଜା କଲେ ଯୁବକ, ମାଲିକଙ୍କୁ ଦେଲେ ଜୀବନରୁ ମାରିଦେବାକୁ ଧମକ

ପାନ୍ ଇଣ୍ଡିଆ ଷ୍ଟାର୍ ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ ଗତକାଲି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ପ୍ରଥମ ଦିନରୁ ହିଁ ଲୋକଙ୍କ କ୍ରେଜ୍ ଦେଖିବାକୁ ମିଳିଛି । ଗୁରୁବାର ଦେଶର କୋଣ ଅନୁକୋଣରେ ଅନେକ ପ୍ରେକ୍ଷାଳୟରେ ବହୁ ଜନସମାଗମ ହୋଇଥିଲା । ଗୋଟିଏ ପଟେ ଅଲୁ ଅର୍ଜୁନଙ୍କ ଫିଲ୍ମ ପାଇଁ ଲୋକଙ୍କ କ୍ରେଜ୍ ବଡ଼ ରେକର୍ଡ ସୃଷ୍ଟି କରୁଥିବା ବେଳେ ଅନ୍ୟପଟେ ଏହି ପାଗଳାମି କିଛି ଅପ୍ରୀତିକର ଘଟଣା ମଧ୍ୟ ଘଟାଇଛି ।

‘ପୁଷ୍ପା ୨’ର ସ୍କ୍ରିନିଂକୁ ନେଇ ତେଲଙ୍ଗାନାରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏଠାରେ ଏକ ପ୍ରେକ୍ଷାଳୟରେ ଅଲୁ ଅର୍ଜୁନଙ୍କ ଫିଲ୍ମ ନ ଚାଲିବାରୁ ଜଣେ ଯୁବକ ହଲରେ ପଶି ଭଙ୍ଗାରୁଜା କରିଛନ୍ତି । କଥା ଏତିକିରେ ଅଟକି ନାହିଁ । ଯୁବକ ଜଣକ ଥିଏଟର ମାଲିକଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି । ପୋଲିସ ଏହି ଯୁବକଙ୍କ ବିରୋଧରେ ଅଭିଯୋଗ ପଞ୍ଜିକୃତ କରିଛି ।

ରିପୋର୍ଟ ଅନୁଯାୟୀ, ଏହି ଘଟଣା ତେଲଙ୍ଗାନାର ମଞ୍ଚେରିୟାଲ ଜିଲ୍ଲା ଚେନ୍ନୁର ସହରରେ ଘଟିଛି । ଚେନ୍ନୁରର ଶ୍ରୀନିବାସ ଥିଏଟରରେ ‘ପୁଷ୍ପା ୨’ର ସ୍କ୍ରିନିଂ ନ ହେବାରୁ ଜଣେ ଯୁବକ କ୍ରୋଧିତ ହୋଇଯାଇଥିଲେ । ସେ ଥିଏଟର ପରିଚାଳନାକୁ ବିରୋଧ କରି ନିଜ ସାଙ୍ଗମାନଙ୍କ ସହିତ ଥିଏଟରରେ ବଳପୂର୍ବକ ପଶିଥିଲେ ଏବଂ ଝରକାଗୁଡ଼ିକର କାଚ ଭାଙ୍ଗିଦେଇଥିଲେ ।

ଯୁବକଙ୍କ ରାଗ ଏତିକିରେ ଥଣ୍ଡା ହୋଇ ନ ଥିଲା । ସେ ଥିଏଟର ମାଲିକଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ତାଙ୍କ ବିରୋଧରେ ଅଭିଯୋଗ ହେବା ପରେ ପୋଲିସ ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button