ମନୋରଞ୍ଜନ

କୁଶାଙ୍କୁ ଇନଷ୍ଟାରେ ଅନଫଲୋ କରି ଅର୍ଜୁନଙ୍କ ସହ ବ୍ରେକଅପ ଚର୍ଚ୍ଚାକୁ ବଢ଼ାଇଲେ ମଲାଇକା – Ibnodisha

[ad_1]

ମୁମ୍ବାଇ: ଦୀର୍ଘ ବର୍ଷ ଧରି ପ୍ରେମ ସଂପର୍କରେ ଥିବା ବଲିଉଡ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପ୍ରେମ ସଂପର୍କରେ ଏବେ ଫାଟ ପଡ଼ିଥିବା ଚର୍ଚ୍ଚା ହେଉଛି। ଅର୍ଜୁନ ଓ ମଲାଇକା ଏହି ଚର୍ଚ୍ଚା ଉପରେ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ମଲାଇକା ଇନଷ୍ଟାରେ ଅର୍ଜୁନଙ୍କ ଭଉଣୀ ଜାହ୍ନବୀ କପୁର୍‌, ଖୁସି କପୁର, ଅଂଶୁଳା କପୁର ଓ ତାଙ୍କ ବାପା ବୋନି କପୁରଙ୍କୁ ଅନଫଲୋ କରିବାରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା।

ପ୍ରଥମେ ଚର୍ଚ୍ଚା ହେଉଥିଲା ଯେ, ଅର୍ଜୁନ ମଲାଇକାଙ୍କୁ ଛାଡ଼ି ଅଭିନେତ୍ରୀ ତଥା ଫ୍ୟାସନ ଡିଜାଇନର୍‌ କୁଶା କପିଲାଙ୍କୁ ଡେଟ୍ କରିବା ଆରମ୍ଭ କରିଛନ୍ତି। ଏଭଳି ଚର୍ଚ୍ଚା ମଧ୍ୟ‌ରେ ମଲାଇକା ପ୍ରଥମେ ଅର୍ଜୁନଙ୍କ ପରିବାରକୁ ଅନଫଲୋ କରିଥିବା ବେଳେ ଏବେ ଫ୍ୟାସନ ଡିଜାଇନର୍‌ କୁଶା କପିଲାଙ୍କୁ ଅନଫଲୋ କରିଛନ୍ତି। ଜାତୀୟ ଗଣମାଧ୍ୟମ ନିଉଜ୍ ୧୮ରେ ଏଭଳି ଖବର ପ୍ରକାଶ ପାଇଛି। କୁଶାଙ୍କୁ ଇନଷ୍ଟାରେ ଅନଫଲୋ କରି ଅର୍ଜୁନଙ୍କ ସହ ବ୍ରେକଅପ ଚର୍ଚ୍ଚାକୁ ବଢ଼ାଇଛନ୍ତି ମଲାଇକା।

ତେବେ ନିଉଜ୍ ୧୮ ସ୍ପଷ୍ଟ କରିଛି ଯେ, ମଲାଇକ‌ା, କୁଶାଙ୍କୁ ପୂର୍ବରୁ ଫଲୋ କରୁଥିଲେ କି ନାହିଁ, ତାହା ଜଣାପଡ଼ିନାହିଁ। ‌ଅର୍ଜୁନ ଓ ମଲାଇକା ଏଭଳି ଚର୍ଚ୍ଚା ଉପରେ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଶୁକ୍ରବାର କୁଶା ଏକଥାକୁ ଅସ୍ବୀକାର କରିଥିଲେ। ଏହା ସହ ଏଭଳି ଚର୍ଚ୍ଚା ତାଙ୍କ ମା’ଙ୍କ ମାନସିକ ଅବସ୍ଥା ଉପରେ ଖରାପ ପ୍ରଭାବ ପକାଉଥିବା କହିଥିଲେ।

ଉଲ୍ଲେଖଯୋଗ୍ୟ, ମଲାଇକା ଓ ଅର୍ଜୁନ ପରସ୍ପରକୁ କିଛି ବର୍ଷ ହେଲାଣି ଡେଟ୍ କରୁଥିବା ବେଳେ  ୨୦୧୯ରେ ଦୁହେଁ ନିଜ ସମ୍ପର୍କକୁ ସ୍ବୀକାର କରିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button