ଇସ୍ରୋର ମହିଳା ବୈଜ୍ଞାନିକ ସରଳ ଜୀବନ ଏବଂ ଉଚ୍ଚ ଚିନ୍ତାଧାରାର ପ୍ରତୀକ: କଙ୍ଗନା – Ibnodisha

[ad_1]

ମୁମ୍ବାଇ: ‘ଚନ୍ଦ୍ରଯାନ-୩’ର ସଫଳତାକୁ ସମଗ୍ର ଦେଶ ପାଳନ କରୁଛି। ଅଗଷ୍ଟ ୨୩ରେ ଭାରତର ‘ଚନ୍ଦ୍ରଯାନ-୩’ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଦେଶର କୋଣ ଅନୁକୋଣରେ ଲୋକେ ଉତ୍ସବ ମନାଇଥିଲେ। ବୁଧବାର ଚନ୍ଦ୍ରର ଦକ୍ଷିଣମେରୁରେ ସଫଳଭାବେ ଅବତରଣ କରିଥିଲା ‘ଚନ୍ଦ୍ରଯାନ-୩’। ପ୍ରତ୍ୟେକ ଭାରତୀୟଙ୍କ ଭଳି ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ମଧ୍ୟ ଇସ୍ରୋର ବୈଜ୍ଞାନିକଙ୍କ ଉପରେ ଗର୍ବିତ ଥିବା ଜଣାଇଛନ୍ତି। ଇନଷ୍ଟା ଷ୍ଟୋରୀରେ ଇସ୍ରୋର ମହିଳା ବୈଜ୍ଞାନିକଙ୍କ ଫଟୋ ସେୟାର କରି କଙ୍ଗନା ଲେଖିଛନ୍ତି, ଏମାନେ ହେଉଛନ୍ତି ସରଳ ଜୀବନ ଏବଂ ଉଚ୍ଚ ଚିନ୍ତାଧାରାର ପ୍ରତୀକ।
କଙ୍ଗନା ରାନାୱତ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଚନ୍ଦ୍ରଯାନ ମିଶନରେ କାର୍ଯ୍ୟ କରିଥିବା ମହିଳା ବୈଜ୍ଞାନିକମାନଙ୍କ ମୁହଁରେ ସଫଳତାର ଖୁସି ସ୍ପଷ୍ଟ ଭାବରେ ଦେଖାଯାଉଛି। ‘ଚନ୍ଦ୍ରଯାନ-୩’ ସଫଳ ହେବା ପରେ ସମସ୍ତେ ଖୁସି ହୋଇ କ୍ୟାମେରା ଆଗରେ ପୋଜ୍ ଦେଉଥିବା ଦେଖାଯାଇଛି। ଏହି ଫଟୋ ସେୟାର କରି କଙ୍ଗନା ଲେଖିଛନ୍ତି, ବିନ୍ଦି, ସିନ୍ଦୁର ଏବଂ ମଙ୍ଗଲସୁତ୍ର ସହିତ ଭାରତର ସମସ୍ତ ଅଗ୍ରଣୀ ବୈଜ୍ଞାନିକ। ସରଳ ଜୀବନ ଏବଂ ଉଚ୍ଚ ଚିନ୍ତାଧାରାର ପ୍ରତୀକ।
କଙ୍ଗନା ରାନାୱତଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ଅଭିନେତ୍ରୀ ଖୁବ୍ ଶୀଘ୍ର ପି ବାସୁଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚନ୍ଦ୍ରମୁଖୀ ୨’ରେ ନଜର ଆସିବେ। ଏହା ବ୍ୟତୀତ ଖୁବ ଶୀଘ୍ର ଅଭିନେତ୍ରୀଙ୍କୁ ଫିଲ୍ମ ‘ତେଜସ୍’ ଏବଂ ‘ଏମରଜେନ୍ସି’ରେ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ।
[ad_2]