ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପୀଠକୁ ଗବେଷଣା ପାଇଁ ପହଞ୍ଚିଲେ ଛାତ୍ରଛାତ୍ରୀ
ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷଠାରେ ଆଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୂର୍ମୁଙ୍କ ସମାଧି ପୀଠ ରହିଛି। ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ମେଡ଼ିକାଲ କଲେଜ, କଲେଜ, ସ୍କୁଲ ସମେତ ବିଭିନ୍ନ ସ୍ଥାନରେ ତାଙ୍କ ପ୍ରତିମୂର୍ତ୍ତି, ବସ୍ଷ୍ଟାଣ୍ଡ ସମେତ ସ୍ମୃତି ପୀଠ ନିର୍ମାଣ ହୋଇଛି।
ଏହା ବ୍ୟତୀତ ଦାଣ୍ଡବୋଷସ୍ଥିତ ତାଙ୍କ ସମାଧି ପୀଠର ଉନ୍ନତୀକରଣ ନିମନ୍ତେ ପୂର୍ବତନ ସରକାରଙ୍କ ଶାସନ କାଳରେ ୧୦ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ। ଏହା ବ୍ୟତୀତ ତାଙ୍କ ଜନ୍ମଦିନ ଓ ମହାପ୍ରୟାଣ ଦିବସ ଓ ମାଘ ବୋଙ୍ଗା ବୁରୁ କୁନାମୀ ଗୁରୁ ହିରି, ଗୁରୁ ନେପେଲ (ଗୁରୁ ପୂର୍ଣିମା ଓ ଗୁରୁ ଦର୍ଶନ) ଉତ୍ସବ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ପାରମ୍ପାରିକ ରୀତିନୀତି ଅନୁସାରେ ମହାସମାରୋହରେ ପାଳିତ ହୋଇଥାଏ।
ତେବେ ପଣ୍ଡିତ ରଘୁନାଥ ମୂର୍ମୁଙ୍କ ସମ୍ବନ୍ଧରେ ଗବେଷଣା କରିବା ପାଇଁ ଆଜି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର କ୍ଷେତ୍ରୀ ଆଦିବାସୀ ମହାବିଦ୍ୟାଳୟ,ପଣ୍ଡିତ ରଘୁନାଥ ମୁମ୍ରୁ ମେମୋରିଆଲ କଲେଜ୍ ଓ ସାଲତଳା ନେତାଜୀ ସେଞ୍ଚୁରିୟାନ କଲେଜର ଶତାଧିକ ଛାତ୍ରଛାତ୍ରୀ ଆଜି ଦାଣ୍ଡବୋଷସ୍ଥ ତାଙ୍କ ସମାଧି ପୀଠ କାପୀଡୁଙ୍ଗୁରୀଠାରେ ପହଞ୍ଚି ଗବେଷଣା କରିଥିଲେ। ଏହି ଅବସରରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଚୁନିୟନ୍ ରଘୁନାଥ ମୁର୍ମୁ ଛାତ୍ରଛାତ୍ରୀଙ୍କୁ ଗବେଷଣା କରିବାରେ ସହଯୋଗ କରିଥିଲେ।