ଭୋକରେ ଥିବା ଲୋକ ବହୁତ ଶୀଘ୍ର କାହିଁକି ରାଗିଯାଏ ? ଏହା ପଛରେ ଥିବା ବୈଜ୍ଞାନିକ କାରଣ ଜାଣନ୍ତୁ…
ବନ୍ଧୁଗଣ କଥାରେ ଅଛି, ରାଗ ହେଉଛି ବ୍ରହ୍ମ ଚଣ୍ଡାଳ । ଅର୍ଥାତ ଯେତେବେଳେ କୌଣସି ବ୍ୟକ୍ତିକୁ ରାଗ ଆସିଯାଏ । ତେବେ ସେ ବହୁତ ଚିଡିଚିଡା ସ୍ଵଭାବର ହୋଇଯାଇଥାଏ । ରାଗ ସମୟରେ ବ୍ୟକ୍ତିର ନିଜ ଉପରେ ନିଜର ନିୟନ୍ତ୍ରଣ ରହିନଥାଏ । ସେ ରାଗ ବେଳେ କଣ ସବୁ କହିଥାଏ ସେ ନିଜେ ମଧ୍ୟ ଠିକରେ ଜାଣିନଥାଏ । ଯଦି କୌଣସି ବ୍ୟକ୍ତି ମାନସିକ ସ୍ତରରୁ ଠିକ ନଥାଏ ମାନେ ତା ମନ ଓ ମୁଣ୍ଡ ଶାନ୍ତ ନଥାଏ । କୌଣସି କଥାକୁ ନେଇ ସେ ଚିନ୍ତାରେ ଥାଏ ତେବେ ତାକୁ ବହୁତ ରାଗ ଆସିଯାଏ । ଏହା ବ୍ୟତୀତ ଅଚାନକ ରାଗ ଆସିବାର ଅନ୍ୟ କିଛି କାରଣମାନ ମଧ୍ୟ ରହିଅଛି ।
କୌଣସି ବ୍ୟକ୍ତିକୁ ଅଚାନକ ରାଗ ଆସିବାର ଅନ୍ୟ ଏକ କାରଣ ହେଉଛି ଭୋକିଲା ରହିବା । ଏହା ତ ସାଧାରଣ କଥା ଯେବେ କୌଣସି ବ୍ୟକ୍ତିକୁ ଭୋକ ଲାଗେ ତାକୁ ରାଗ ମଧ୍ୟ ଜଲ୍ଦି ଆସେ । ଯେବେ କୌଣସି ବ୍ୟକ୍ତିକୁ ଭୋକ ଲାଗେ ସେବେ ତାକୁ ଖାଦ୍ଯ ଛଡା ଆଉ କିଛି ଭଲ ଲାଗେନି, ଆଉ ମଧ୍ୟ ଏହା ଦ୍ଵାରା ତାର ସ୍ଵଭାବ ବହୁତ ଜଲ୍ଦି ବଦଳିଯାଏ ।
ଆମେରିକାର ଏକ ରିସର୍ଚ ଦ୍ଵାରା ଜଣେ ଛାତ୍ରର କହିବା ଅନୁସାରେ ଯେବେ କୌଣସି ବ୍ୟକ୍ତିକୁ ଭୋକ ଲାଗିଥାଏ, ସେବେ ତାର ମାନସିକ ଭାବନା ବଦଳିଯାଏ ଏବଂ ତାର ଦୁନିଆକୁ ଦେଖିବାର ନଜର ବଦଳିଯାଏ । ଯଦି ଆମେ ସିଧା ଶବ୍ଦରେ କହିବା । ତେବେ ବ୍ୟକ୍ତିକୁ ଭୋକ ଲାଗିବାର କାରଣ ତାର ମୁଣ୍ଡ ଉପରକୁ ଚଢିଥାଏ ଏବଂ ଏହାର ପ୍ରଭାବ ତାର ବିଚାର ଉପରେ ପଡିଥାଏ ।
ନିକଟରେ ଅକ୍ଷଫୋର୍ଡ ଶବ୍ଦକୋଶ ବାଲା ହୈଂଗରୀ ଶବ୍ଦକୁ ସ୍ୱୀକାର କରିଛନ୍ତି । ଏହି ହୈଂଗରୀ ଶବ୍ଦଟି ହଂଗରୀ ଓ ଏଂଗ୍ରୀ କୁ ମିଶେଇକି ବନା ହେଇଛି । ଏହାର ମାନେ ହଉଛି ଭୋକ କାରଣରୁ ରାଗ ଆସିବା । ଭୋକର ପ୍ରଭାବ ବ୍ଯକ୍ତିର ଇମୋଶନ ଉପରେ ମଧ୍ୟ ପଡିଥାଏ । ଏହା ବ୍ଯତୀତ ରିସର୍ଚର ମାନେ କହିଲେ ତାଙ୍କ କାମ କେବେଳ ଭୋକ ସହିତ ଜଡିତ ଭାବନାତ୍ମକ ସ୍ଥିତିକୁ ମନୋବିଜ୍ଞାନ ଜରିଆରେ ଅଧୟନ କରିବା ଅଟେ ।
ଏବେ ପର୍ଯ୍ୟନ୍ତ ସେମାନେ ଚାରି ହଜାରରୁ ଅଧିକ ଲୋକଙ୍କ ଉପରେ ଏହି ରିସର୍ଚ କରିସାରିଲେଣି । ଏହା ଦ୍ଵାରା ଜଣାପଡିଲା ଯେ ଭୋକର ପ୍ରଭାବ ବ୍ୟକ୍ତିର ମୁଣ୍ଡ ଉପରେ ପଡିଥାଏ, ଯାହା ଦ୍ଵାରା ଭୋକିଲା ବ୍ୟକ୍ତିକୁ ବହୁତ ଜଲ୍ଦି ରାଗ ଲାଗିଥାଏ ।