ଗର୍ଭାବସ୍ଥାରେ ମହିଳା କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ ?
ନ୍ଧୁଗଣ ଯେତେବେଳେ ମହିଳାଟି ଗର୍ଭଧାରଣ କରିଥାଏ । ସେତେବେଳେ ତାହାର ଜୀବନଶୈଳୀରେ ଅନେକ ପ୍ରକାର ପରିବର୍ତ୍ତନ ହୋଇଯାଇଥାଏ । ଯେପରିକି ଖାଇବା ପିଇବା ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁଥିରେ ଗର୍ଭବତୀ ମହିଳାଙ୍କୁ ଜଗି ରଖି ଚଳିବାକୁ ପଡିଥାଏ । ତେବେ ଗର୍ଭବସ୍ଥାରେ ମହିଳା ମାନେ କଣ ଖାଇବା ଉଚିତ ଏବଂ ଖାଇବା ଉଚିତ ନୁହେଁ । ସେହି ସମ୍ପର୍କରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ଶୁଭଶ୍ରୀ ମିଶ୍ରଙ୍କ ଠାରୁ ଆସନ୍ତୁ ଜାଣିବା ।
ତେବେ ଡାକ୍ତରଙ୍କ କହିବା ଆଧାରରେ ଗର୍ଭାବସ୍ଥାରେ ମହିଳା ମାନଙ୍କୁ ସନ୍ତୁଳିତ ତଥା ସୁଷମ ଖାଦ୍ୟ ଖାଇବା ଉଚିତ । କାରଣ ଯଦି ମହିଳା ସେହି ସମୟରେ ସୁଷମ ଖାଦ୍ୟ ଖାଇନଥାନ୍ତି । ତେବେ ଗର୍ଭସ୍ଥ ଶିଶୁର ଶାରୀରିକ ବିକାଶ ଠିକ ଭାବେ ହୋଇନଥାଏ । କମ୍ ଓଜନର ଶିଶୁ ଜନ୍ମ ହୋଇଥାଏ । ଶିଶୁର ସ୍ଵାସ୍ଥ ବସ୍ଥା ଜଟିଳ ହୋଇଯାଇଥାଏ । ଏହାଛଡା ଗର୍ଭବତୀ ମହିଳା ମାନେ ମଧ୍ୟ କୁପୋଷଣର ଶିକାର ହୋଇଥାନ୍ତି ।
ମହିଳାଙ୍କ ଶରୀରରୁ ଖାଦ୍ୟ ପଦାର୍ଥ କ୍ଷୟ ହୋଇଥାଏ । ଗର୍ଭବତୀ ମହିଳାମାନେ ରକ୍ତହୀନତାର ଶିକାର ମଧ୍ୟ ହୋଇପାରନ୍ତି । କ୍ୟାଲସିୟମ ଅଭାବରୁ ଅଣ୍ଟାବ୍ୟଥା ଓ ଗୋଡବ୍ୟଥା ମଧ୍ୟ ହୋଇଥାଏ । ମହିଳା ମାନଙ୍କର ଓଜନ କମିଯାଇଥାଏ । ତେଣୁ ଗର୍ଭବତୀ ମହିଳା ମାନେ ପ୍ରତିଦିନ ସୁଷମ ଖାଦ୍ୟ ଖାଆନ୍ତୁ । ସକାଳର ବ୍ରେକଫାଷ୍ଟରେ ବିଭିନ୍ନ ପ୍ରକାର ଫଳ, ବିସ୍କୁଟ, ରୁଟି, ଇଟିଲି ଯାହା ବି ଭଲ ଖାଦ୍ୟ ଖାଇପାରିବେ ।
ଲଞ୍ଚରେ ଭାତ, ଡାଲି, ବିଭିନ୍ନ ପନିପରିବାରୁ ପ୍ରସ୍ତୁତ ଭଜା, ତରକାରୀ, ଡାଲମା ଆଦି ସବୁଥିରୁ ଅଳ୍ପ ଅଳ୍ପ ମିଶାଇ ପେଟ ପୁରା ଖାଆନ୍ତୁ। ଡିନରରେ ରୁଟି, ଡାଲି, ଡାଲମା, ସନ୍ତୁଳା ଯାହା ହୋଇଥିବ । ତାହାକୁ ଖାଇବା ସହ ଦିନକୁ 4 ଲିଟର ପାଣି ପିଇବେ । ଦିନକୁ 1 ରୁ 2 ଗ୍ଳାସ କ୍ଷୀର ପିଇବାକୁ ଚେଷ୍ଟା କରନ୍ତୁ । ଗର୍ଭାବସ୍ଥାର ପ୍ରଥମ 3 ମାସରେ ବହୁତ ମହିଳାଙ୍କର ବାନ୍ତି ହୋଇଥାଏ ।
ତେଣୁ ଡାକ୍ତରଙ୍କ ପରାମର୍ଶ ନେଇ ସେଥିପାଇଁ ଔଷଧ ଖାଇପାରିବେ । ଗର୍ଭାବସ୍ଥାରେ କୌଣସି ପ୍ରକାର ଉପବାସ କରି ପେଟକୁ ଖାଲି ରଖିବେ ନାହିଁ । ନଚେତ ବାନ୍ତି ହୋଇ ଅଧିକ ଦେହ ଖରାପ ହୋଇଯିବାର ସମ୍ଭାବନା ଥାଏ । ମହିଳା ମାନେ ସେହି ସମୟରେ ଉପବାସ କରିବା ଦ୍ଵାରା ରକ୍ତରେ ଶର୍କରାର ପରିମାଣ କମି ଗର୍ଭସ୍ଥ ଶିଶୁ ପ୍ରତି ବିପଦ ରହିଥାଏ । ପ୍ରତି 2 ରୁ 3 ଘଟାରେ ଅଳ୍ପ ଅଳ୍ପ କରି ଖାଦ୍ୟ କିଛି ଖାଆନ୍ତୁ ।
ସକାଳେ ବାନ୍ତି ଔଷଧ ଖାଇବାର 15 ମିନିଟ ପରେ କିଛି ଶୁଖିଲା ଖାଦ୍ୟ ଖାଇବା ପରେ ପାଣି ପିଇପାରିବେ । ଅଧିକ ତେଲମସଲା ଏବଂ ବାହାରର ଜଙ୍କ ଫୁଡ ଠାରୁ ମହିଳା ଦୂରେଇ ରହିବା ତାଙ୍କ ସ୍ଵାସ୍ଥ ପକ୍ଷେ ଭଲ ହୋଇଥାଏ । ଆଶା କରୁଛୁ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ