ରାଜ୍ୟ

ଭୋଟରଙ୍କୁ ନିଜର ଅହଙ୍କାର ଦେଖାଉଛନ୍ତି ଅପରାଜିତା: ବିଜେଡି – Ibnodisha

[ad_1]

 ମହିଳାଙ୍କ ପ୍ରଶ୍ନ ଏଡାଇବାକୁ ଯାଇ ସେମାନଙ୍କୁ ଗୁଣ୍ଡା ବୋଲି କହୁଛନ୍ତି
 ଜାଲ୍‍ ଫଟୋ ପୋଷ୍ଟ କରି ମହିଳାଙ୍କୁ ଅପମାନିତ କରୁଛନ୍ତି
 ଓଡିଆଙ୍କୁ ଗୁଣ୍ଡା ବୋଲି ନକହିବାକୁ ବିଜେଡିର ପରାମର୍ଶ
ଭୁବନେଶ୍ୱର : ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଆପଣ ଏତେ ଅହଂକାରୀ ହୋଇଯାଇଛନ୍ତି ଯେ ଗତକାଲି ଆପଣ ଭୁବନେଶ୍ୱରର ସାଧାରଣ ଲୋକଙ୍କୁ ଗୁଣ୍ଡା ବୋଲି କହିଲେ । ଆଜି ଭୁବନେଶ୍ୱରର ମହିଳାମାନେ ଆପଣଙ୍କୁ ଆକ୍ରମଣ କରିବାକୁ ଆସିଥିବା କହି ସେମାନଙ୍କୁ ଅପମାନିତ କରିଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ।
ଶ୍ରୀମତୀ ମିଶ୍ର ଅପରାଜିତାଙ୍କୁ କଡା ଜବାବ ଦେଇ କହିଛନ୍ତି ଯେ ସେମାନେ ଆପଣଙ୍କୁ ପ୍ରାସଙ୍ଗିକ ପ୍ରଶ୍ନ ପଚାରୁଛନ୍ତି, ଆପଣ କାହିଁକି ତାହାକୁ ଏଡ଼ାଉଛନ୍ତି ଏବଂ ସେମାନଙ୍କୁ ଗୁଣ୍ଡା ବୋଲି କହୁଛନ୍ତି? ଓଡିଆ ଲୋକଙ୍କୁ ଏବଂ ବିଶେଷକରି ଓଡିଶାର ମହିଳାମାନଙ୍କୁ ଗୁଣ୍ଡା ବୋଲି କହି ଅପମାନିତ କରନ୍ତୁ ନାହିଁ ।
ପଥର ଧରିଥିବା କିଛି ଜାଲ୍‍ ଫଟୋ ପୋଷ୍ଟ କରି ଆପଣ ଏହି ମହିଳାମାନଙ୍କୁ ଅପମାନିତ କରିବାକୁ ଚେଷ୍ଟା କରିଛନ୍ତି । ଆପଣ ଜଣେ ଜନପ୍ରତିନିଧୀ ଏବଂ ସେମାନଙ୍କ ସେବା କରିବା ପାଇଁ ଅଛନ୍ତି, ସେମାନଙ୍କୁ ଏକଛତ୍ରବାଦୀ ଶାସନ କରିବା ପାଇଁ ନୁହେଁ ।
ଓଡ଼ିଶାର ଲୋକମାନେ ଆପଣଙ୍କର ଅହଙ୍କାର ଏବଂ ରାଜ୍ୟର ସାଧାରଣ ପୁରୁଷ ଓ ମହିଳାଙ୍କ ପ୍ରତି ଆପଣଙ୍କର ଆଚରଣ ଦେଖୁଛନ୍ତି ଏବଂ ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button