ରାଜ୍ୟ

ଚୁଲିକୁ ଗଲାଣି ମଣିଷପଣିଆ: ପୁଅଙ୍କ ପାଇଁ ଅଲୋଡ଼ା ହେଲେ ମା’ – Ibnodisha

[ad_1]

ରାୟଗଡା: ବାର୍ଦ୍ଧକ୍ୟରେ ସାହାରା ହେବେ ବୋଲି ପାଳିପୋଷି ବଡ଼ କରିଥିଲେ। କିନ୍ତୁ ବୟସ ବଢ଼ିବାରୁ ଦୂରେଇ ଗଲେ ପୁଅମାନେ। ଆଶ୍ରୟ ତ ଦେଲେ ନାହିଁ, ଦୁଇ ମୁଠା ଖାଇବାକୁ ଦେବାରେ ବି କୁଣ୍ଠା ପ୍ରକାଶ କଲେ। ଯେଉଁ ପୁଅଙ୍କ ପାଇଁ କେତେ କଷ୍ଟ ସହିଥିଲେ ସେମାନଙ୍କ ପାଇଁ ଅଲୋଡ଼ା ହୋଇ ଆଜି ଜଣେ ୯୨ବର୍ଷୀୟ ବିଧବା ଜିଲ୍ଲାପାଳଙ୍କୁ ନିଜ ଗୁହାରି ଜଣାଇଛନ୍ତି। ଥରଥର ସ୍ବର‌ରେ ନିଜ ବେଦନା ବଖାଣିବା ବେଳକୁ ପ୍ରଶାସକଙ୍କ ଆଖି ମଧ୍ୟ ଛଳଛଳ ହୋଇଯାଇଥିଲା।

ରାୟଗଡ଼ାରେ ଆଜି ଲୋକଙ୍କ ଅଭିଯୋଗ ଶୁଣୁଥିଲେ ଜିଲ୍ଲାପାଳ ସ୍ବଧା ଦେବ ସିଂ। ଲୋକଙ୍କ ଗହଳି ଏବଂ ଆପତ୍ତି ତଥା ଅଭିଯୋଗ ମଧ୍ୟରେ ହ୍ବିଲ୍‌ ଚେୟାରରେ ଗୁହାରି ପାଇଁ ପହଞ୍ଚିଥିଲେ ଗୁଣପୁର ଅଞ୍ଚଳର ଶକୁନ୍ତଳା ବିଷୋୟୀ। ସ୍ବାମୀଙ୍କୁ ପ୍ରାୟ ୨୦ବର୍ଷ ତଳେ ହରାଇବା ପରେ ସଂପୂର୍ଣ୍ଣ ଏକୁଟିଆ ହୋଇଯାଇଛନ୍ତି। ପୁଅମାନେ ପଚାରୁ ନାହାନ୍ତି, ବାକି ଜୀବନ ବଞ୍ଚିବା ପାଇଁ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳଙ୍କୁ ହାତଯୋଡ଼ି ଅନୁରୋଧ କରିଥିଲେ। ଏଭଳି କରୁଣ ନିବେଦନ ପଛର କାହାଣୀ ମଧ୍ୟ ଜଣାଇଥିଲେ। ୫ପୁଅ ଏବଂ ୪ଝିଅଙ୍କୁ ସେ ଜନ୍ମ ଦେଇଥିଲେ। ଚାରି ପୁଅ ମାଧବ ବିଷୋୟୀ, ଲକ୍ଷ୍ମୀନାରାୟଣ ବିଷୋୟୀ, ଦୁର୍ଗା ପ୍ରସାଦ ବିଷୋୟୀ, ସଚ୍ଚିଦାନନ୍ଦ ବିଷୋୟୀ ସରକାରୀ ଚାକିରି କରି ଅବସର ନେଇଛନ୍ତି। ବସ୍‌ କଣ୍ଡକ୍ଟର ଭାବେ କାମ କରୁଥିବା ସାନପୁଅ ଫାଲୁଗୁନି ରୋଜଗାର ହରାଇ ଏବେ ଘରେ ବସିଛି। ଦୁର୍ଗା ଏବଂ ଫାଲଗୁନି ପାଳି କରି ମା’ଙ୍କ ଦାୟିତ୍ବ ନେଉଛନ୍ତି। ତେବେ ଫାଲଗୁନିଙ୍କ ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ଅନ୍ୟ ଭାଇମାନେ ଦାୟିତ୍ବ ନେବାକୁ ରାଜି ହେଉନାହାନ୍ତି। ଅନ୍ୟର ବିନା ସହାୟତାରେ କୌଣସି କାମ କରିପାରୁ ନଥିବା ଶକୁନ୍ତଳାଙ୍କୁ ପାଖରେ ରଖିବାକୁ ମଧ୍ୟ ଅମଙ୍ଗ ହେଉଛନ୍ତି।

ଶକୁନ୍ତଳାଙ୍କ ପ୍ରାୟ ୩୦ଏକର ଚାଷ ଜମି ରହିଛି। ଯାହାକୁ ବଡ଼ପୁଅ ମାଧବ ନିଜ ଅକ୍ତିଆରରେ ରଖିଛନ୍ତି। ଚାଷ ଜମି‌ରୁ ଯାହା ଆଦାୟ ହେଉଛି ତାହାକୁ ନିଜ ପାଖରେ ରଖୁଛନ୍ତି। ଭାଇମାନଙ୍କୁ କିଛି ଦେଉ ନଥିବା ବେଳେ ମା’ ବର୍ତ୍ତମାନ ଦୁଇ ମୁଠା ଭାତ ତଥା ଆଶ୍ରୟ ପାଇଁ ହାତ ପତାଉଛନ୍ତି। ମା’ଙ୍କ ପ୍ରତି ରହିଥିବା କର୍ତ୍ତବ୍ୟକୁ ପୁଅମାନେ ଭୁଲିଯିବା ପରେ ଶକ୍ତୁଳନା ପ୍ରଶାସନ ନିକଟରେ ଗୁହାରି ନେଇ ପହଞ୍ଚିଥିଲେ। ସବୁ କଥା ଶୁଣିବା ପରେ ପୁଅମାନଙ୍କୁ ଡକାଇ ଆଲୋଚନା କରିବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button