ଅଗଷ୍ଟ ୨୬ରେ ହୋଇପାରେ ମସ୍କ-ଜୁକରବର୍ଗ ଲଢ଼େଇ – Ibnodisha
[ad_1]
ନୂଆଦିଲ୍ଲୀ: ଟେସ୍ଲାର ମୁଖ୍ୟ ଏଲନ୍ ମସ୍କ ଓ ମେଟା ମୁଖ୍ୟ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ବହୁ ଚର୍ଚ୍ଚିତ ଲଢ଼େଇ ଚଳିତ ମାସ ୨୬ରେ ହୋଇପାରେ। ଏହି ତାରିଖରେ ଲଢ଼େଇ କରିବାକୁ ଜୁକରବର୍ଗ ନିଜ ଆଡ଼କୁ ମସ୍କଙ୍କୁ ଆହ୍ବାନ ଦେଇଛନ୍ତି। କିନ୍ତୁ ମସ୍କ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହାନ୍ତି। ସେ କହିଛନ୍ତି ଯେ ମୋ ବେକର ଆଜି ଏମ୍ଆର୍ଆଇ ହୋଇଛି। ଦରକାର ପଡ଼ିଲେ ଅସ୍ତ୍ରୋପଚାର ହୋଇପାରେ। ତାହା ହେଲେ କିଛି ଦିନ ପର୍ଯ୍ୟନ୍ତ ଲଢ଼େଇ ହୋଇପାରିବନି। ଏହା ସହିତ ମସ୍କ ଏକଥା ମଧ୍ୟ କହିଛନ୍ତି ଯେ ଯଦି ଲଢ଼େଇ ଅଳ୍ପ ସମୟ ପାଇଁ ହେବ ତେବେ ସେ ଜିତିବା ସମ୍ଭାବନା ଅଧିକ ରହିଛି। ମସ୍କ କହିଛନ୍ତି ଯେ ମୋଟ ଓଜନ ହେଉଛି ୧୩୬ କେଜି। ତେଣୁ ଛୋଟ ଲଢ଼େଇ ମୋ ପାଇଁ ଭଲ।
ଗତବର୍ଷ ୪୪୦୦ କୋଟି ଡଲାରରେ ଟ୍ବିଟରକୁ କିଣି ମସ୍କ ସୋସିଆଲ ମିଡିଆ କ୍ଷେତ୍ରରେ ପ୍ରବେଶ କରିଥିଲେ। କିଛି ଦିନ ତଳେ ଜୁକରବର୍ଗ ଟ୍ବିଟର୍ର ବିକଳ୍ପ ଭାବେ ଥ୍ରେଡ୍ସ ଆପ୍ ଆଣିଛନ୍ତି। ସେହିଦିନଠାରୁ ଉଭୟଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ଆଲୋଚନା ହେଉଛି। ଇନଷ୍ଟାଗ୍ରାମ୍ରେ ଏହି ଲଢ଼େଇ ବିଷୟରେ ଉଭୟ ଆଲୋଚନା କରିବା ପରେ ସମସ୍ତେ ତାହାକୁ ବ୍ୟାବସାୟିକ ଲଢ଼େଇ ବୋଲି ଭାବୁଥିଲେ। ମାତ୍ର କିଛି ଦିନ ପରେ ଉଭୟ ସାମରିକ କଳା ଜିଉ-ଜିତ୍ସୁରେ ତାଲିମ ନେବା ଓ ତାହାର ଭିଡିଓକୁ ସୋସିଆଲ ମିଡିଆରେ ଜାରି କରି ପ୍ରଶଂସକମାନଙ୍କ ଉତ୍ସାହକୁ ବଜାୟ ରଖିଛନ୍ତି। ମସ୍କ ନିଜ କାର୍ଯ୍ୟାଳୟରେ ମଧ୍ୟ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ବହୁ ଚର୍ଚ୍ଚିତ କେଜ୍ ଫାଇଟ୍ କେବେ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ।
[ad_2]