IBN ଓଡ଼ିଶା ବ୍ୟୁରୋ

ପିରିୟଡ୍ସ ସମୟରେ ସବୁ ଝିଅଙ୍କ ମନରେ ଆସିଥାଏ ଏହି ସବୁ ପ୍ରଶ୍ନ, ଜାଣନ୍ତୁ ଏହାର ଉତ୍ତର..

ସବୁ ଝିଅଙ୍କ ମନରେ କେବେ ନା କେବେ ଏହି ପ୍ରଶ୍ନ ଆସିଥାଏ କି ଯଦି ମାସିକ ଋତୁସ୍ରାବ ଡେରି ହୁଏ ତା ହେଲେ ? ଏଥି ପାଇଁ ଆପଣ ଚିନ୍ତା କରନ୍ତୁ ନାହିଁ । କାହିଁକି ନା ଏହା ସଂପୂର୍ଣ୍ଣ ଭାବେ ସାମାନ୍ୟ ହୋଇଥାଏ । ଋତୁସ୍ରାବ ଆରମ୍ଭ ହେବା ବର୍ଷରେ ଏହି ସମସ୍ୟା ଦେଖା ଦେଇଥାଏ । ଏପରିକି କୌଣସି ଚିନ୍ତା ଓ ଦେହ ଖରାପ କାରଣରୁ ମଧ୍ୟ ଋତୁସ୍ରାବରେ ଅନିୟମିତତା ଆସିଥାଏ ।

୧. ଯଦି ଆପଣ ଆପଣଙ୍କ ପିରିୟଡ ସମୟରେ ଦିନକୁ ୪-୫ଟି ପ୍ୟାଡ ବ୍ୟବହାର କରିଥାନ୍ତି ତାହେଲେ ଆପଣଙ୍କ ରକ୍ତ ର ପ୍ରବାହ ଅଧିକ ଥାଏ । ଏଥିପାଇଁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଦରକାର।

୨. ମହିଳାମାନଙ୍କ ପିରିୟଡସ୍ ଯଦି ୬-୭ ଦିନ ଅଧିକ ହୋଇଥାଏ ତଥାପି ଯଦି ଏହା ନ ଅଟକି ଥାଏ ତାହାଲେ ତୁରନ୍ତ ଡାକ୍ତରଙ୍କୁ ଯୋଗ ଯୋଗ କରିବା ଦରକାର ହୋଇ ଥାଏ ।

୩. ସବୁ ଝିଅମାନେ ଏହା ଭାବିଥାନ୍ତି କି ଟ୍ୟାମ୍ପୋନ ର ଆକାର ଅଲଗା ଅଲଗା କଣ ପାଇଁ ହୋଇଥାଏ ? ଏହା ଏପରି ହୋଇଥାଏ କାହିଁକିନା ସବୁ ଟ୍ୟାମ୍ପୋନ ର ରକ୍ତସ୍ରାବ ଶୁଖାଇବାର କ୍ଷମତା ଅଲଗା ହୋଇଥାଏ । ଟ୍ୟାମ୍ପୋନ ର ଆକାର ଲାଇଟ୍ ରୁ ରେଗୁଲଟୋର, ସୁପର୍ ରୁ ସୁପର ପ୍ଲସ ମଧ୍ୟରେ ଆସିଥାଏ।

୪. ଏହାଦ୍ଵାରା ମହିଳାମାନଙ୍କୁ ମଧ୍ୟ ଅସହ୍ୟ କଷ୍ଟର ସାମନା କରିବାକୁ ପଡିଥାଏ । ଯେଉଁଥିରେ କଷ୍ଟ ରୁ ମୁକ୍ତି ପାଇବା ପାଇଁ ଝିଅ ମାନେ କେତେକ ପ୍ରକାରର ଉପାୟ ବ୍ୟବହାର କରିଥାନ୍ତି । ଏଥିପାଇଁ ଆପଣ ହିଟ ପ୍ୟାଡ ର ବ୍ୟବହାର କରି ପେଟର ତଳ ଭାଗ କୁ ସେକନ୍ତୁ କିମ୍ବା ଗରମ ପାଣି ରେ ଧୋଇ ହୁଅନ୍ତୁ ।

୫. ପିରିୟଡସ୍ ସମୟରେ ଝିଅ ମାନେ ଜଙ୍କ ଫୁଡ୍ ଓ ଛଣାଛଣି ଜିନିଷ ଖାଇବାକୁ ଭଲ ପାଇଥାନ୍ତି । କାହିଁକି ନା ଏହା ମହିଳାମାନଙ୍କ ହରମୋନ ର ବଦଳିବା ବ୍ୟବହାର କାରଣରୁ ହୋଇଥାଏ କିନ୍ତୁ ଆପଣଙ୍କୁ ଏସବୁ ଖାଦ୍ୟ ଖାଇବା ଜମାରୁ ଉଚିତ୍ ନୂହେଁ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଇକେ କରନ୍ତୁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button