ରାଜନୀତି

ବିଜେଡି ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ: ପୃଥ୍ୱୀରାଜ – Ibnodisha

[ad_1]

ଭୁବନେଶ୍ୱର: ପ୍ରଶାନ୍ତ ଜଗଦେବ ବିଜେପି ଯିବା ସମ୍ଭାବନା ନେଇ ସସ୍ମିତ ପାତ୍ରଙ୍କ ମନ୍ତବ୍ୟ ଉପରେ କଡ଼ା ସମାଲୋଚନା କରିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ସସ୍ମିତ ପ୍ରମାଣ ଦିଅନ୍ତୁ । ସସ୍ମିତଙ୍କ ଆରୋପ ପୂରା ମିଛ । କେନ୍ଦ୍ରମନ୍ତ୍ରୀଙ୍କ ସହ କିଛି ଯୋଗାଯୋଗ ନାହିଁ । ଯଦି ପ୍ରମାଣ ଅଛି ଦିଅନ୍ତୁ । ନା’ ତୃତୀୟ ମହଲା ଇଙ୍ଗିତରେ ଏକଥା କହୁଛନ୍ତି । ତାଙ୍କ ଦଳ ମୁଖ୍ୟମନ୍ତ୍ରୀ, ସରକାର ସମସ୍ତେ ଏବେ ଅସୁବିଧାରେ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଖସୁଛି । ବର୍ଷକରେ ୨୨ ପ୍ରତିଶତ ଖସିଛି । ମୁଖ୍ୟମନ୍ତ୍ରୀଙ୍କ ଲେ।କପ୍ରିୟତାକୁ ଧରି ଦଳ ଚାଲିଥିଲା । ଏବେ ତାହା ଅକାମୀ ହୋଇଯାଇଛି । ସେଥିପାଇଁ ନୂଆ ମୁହଁ ଖୋଜି ଜଣେ ସରକାରୀ ଅଧିକାରୀଙ୍କୁ ବୁଲାଉଛନ୍ତି । ବିଜେଡି ଶାରୀରିକ ଓ ମାନସିକ ସ୍ତରରେ ଅସୁସ୍ଥ । ସେଥିପାଇଁ ଏଭଳି ପ୍ରଳାପ କରୁଛି । ବିଜେଡି ବାରୁଦ ଗଦାରେ ବସିଛି । ସାମନ୍ୟ ନିଆଁ ଲାଗିଲେ ଦଳ ଖଣ୍ଡ ଖଣ୍ଡ ହୋଇଯିବ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button