ରାଜନୀତି

ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ୨୦ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ମିଥୁ ତୁଳସୀ ଚନରାଇ(ଏମଟିସି) କ୍ୟାମ୍ପସର ୨୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି | ୨୦୦୫ ମସିହାରେ ଏହା ପ୍ରତିଷ୍ଠା ହୋଇଥିଲା | ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏମଟିସି କ୍ୟାମ୍ପସରେ ୧୫ତମ ପ୍ରଫେସର ବିଜୟାନନ୍ଦ ପଟ୍ଟନାୟକ ସ୍ମାରକୀ ବକୃତା ଆୟୋଜିତ ହୋଇଥିଲା | ଏଥିରେ ନୂଆଦିଲ୍ଲୀ ସ୍ଥିତ ଡାକ୍ତର ଶରଫ ଚାରିଟି ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ବୀରେନ୍ଦ୍ର ସିଂହ ସାଁଗବାନ ଯୋଗ ଦେଇଥିଲେ |

ସେ ଏଆଇ ଏବଂ ଚକ୍ଷୁ ସ୍ୱାସ୍ଥ୍ୟ ଉପରେ ବକ୍ତବ୍ୟ ରଖିଥିଲେ | ସେହିପରି ପ୍ରତିଷ୍ଠା ଦିବସ ଅବସରରେ ଏଲ୍ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ (ଏଲଭିପିଇଆଇ) କଗ୍ନିଜେଣ୍ଟ ଫାଉଣ୍ଡେସନ ସହଭାଗିଦାରୀରେ ରେଟିନୋପାଥି ଅଫ ପ୍ରିମେଚୁରିଟି (ଆରଓପି) ଉପରେ ସାଇଟ ଫର ଅଲ ପ୍ରୋଜେକ୍ଟର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିଛି | ଓଡ଼ିଶାର ୧୫ଟି ଜିଲ୍ଲାରେ ସମୟ ପୂର୍ବରୁ ଜନ୍ମିତ ଶିଶୁମାନଙ୍କୁ ଆରଓପି ପାଇଁ ଜୀବନ ପରିବର୍ତ୍ତନକାରୀ ପରୀକ୍ଷା ଏବଂ ଚିକିତ୍ସା ପ୍ରଦାନ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ, ଯେଉଁଥିରେ ଟେକ୍ନୋଲୋଜି ସମର୍ଥିତ ସ୍କ୍ରିନିଂ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯିବ।

ଉଲ୍ଲେଖ ଥାଉ କି ପ୍ରତିଷ୍ଠାନ ପ୍ରତିଷ୍ଠା ହେବାଠାରୁ ୨.୪ ଲକ୍ଷରୁ ଅଧିକ ଅସ୍ତ୍ରୋପଚାର କରାଯାଇଥିବାବେଳେ ୨୦୦୭ ମସିହାରେ ଚକ୍ଷୁ ବ୍ୟାଙ୍କ ଆରମ୍ଭ ହେବା ପରଠାରୁ ୧୭୦୧୨ଟି କର୍ଣ୍ଣିଆ ସଂଗ୍ରହ କରାଯାଇଥିଲା ଓ ୧୪୦୩୫ କର୍ଣ୍ଣିଆ ଅସ୍ତ୍ରୋପଚାର କରାଯାଇଥିଲା | ଏହି କ୍ୟାମ୍ପସରେ ଦୈନିକ ପ୍ରାୟ ୬୫୦ ରୋଗୀଙ୍କର ସେବା କରାଯାଏ, ଯେଉଁମାନେ ଦେଶର ପୂର୍ବ ଭାଗ ଓ ଓଡ଼ିଶାର ଆଭ୍ୟନ୍ତରୀଣ ଅଂଚଳରୁ ଆସନ୍ତି |

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button