ଅପରାଧ

‘ସମର୍‌ କ୍ୟାମ୍ପ୍‌’ରେ ଯୌନ ଉତ୍ପୀଡନ ମାମଲାରେ ଦିଲ୍ଳୀ ପୁଲିସ୍‌କୁ ନୋଟିସ୍‌ ପଠାଇଲା ଡିସିଡବ୍ଲୁ – Ibnodisha

[ad_1]

ନୂଆଦିଲ୍ଲୀ: ଉତ୍ତର ପଶ୍ଚିମ ଦିଲ୍ଲୀର ଶାହାବାଦ ଡେରି ଅଞ୍ଚଳରେ ଥିବା ଏକ ସରକାରୀ ବିଦ୍ୟାଳୟର ଦୁଇ ଜଣ ଛାତ୍ରୀ ସେମାନଙ୍କ ସହପାଠୀମାନଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବ‌ା ଅଭିଯୋଗ ଆଣିିଥିଲେ। ଏ ସଂପର୍କ‌ରେ ସୋମବାର ପୁଲିସ ପକ୍ଷରୁ ସୂଚନା ମିଳିଥିଲା। ଏହି ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ସରକାର ଏକ କମିଟି ଗଠନ କରିଛନ୍ତି। ପୁଲିସ କହିଛି ଯେ ଏହି ଘଟଣା ଏପ୍ରିଲ ମାସରେ ବିଦ୍ୟାଳୟର ‘ଗ୍ରୀଷ୍ମ ଶିବିର’ ସମୟରେ ଘଟିଥିଲା।

ଏହି ଘଟଣାର ତଦନ୍ତ କରିବାକୁ ଦିଲ୍ଳୀ କମିସନ୍‌ ଫର୍‌ ୱମ୍ୟାନ୍‌ (ଡିସିଡବ୍ଲୁ) ଦିଲ୍ଲୀ ପୁଲିସ୍‌କୁ ଏକ ନୋଟିସ୍‌ ଜାରି କରିଛି। ୧୨ ରୁ ୧୩ ବର୍ଷ ବୟସର ଦୁଇ ଜଣ ଛାତ୍ର ପୃଥକ ଭାବେ ଅଭିଯେଗ ଆଣିଛନ୍ତି ଯେ ୫-୬ ଜଣ ସହପାଠୀ ସେମାନଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ଏହି ଘଟଣାକୁ ନେଇ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି। ପୁଲିସ କହିଛି ଯେ ସମସ୍ତ ଅଭିଯୁକ୍ତ ନାବାଳକ ଥିବାରୁ ସେମାନଙ୍କୁ ଶିଶୁ କଲ୍ୟାଣ କମିଟି ସମ୍ମୁଖରେ ହାଜର କରାଯାଇଥିଲା। ଏହି ମାମଲାଗୁଡ଼ିକର ଏବେ ତଦନ୍ତ କରାଯାଉଛି। ଏହି ଘଟଣାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ଶ୍ବାତୀ ମାଲିୱାଲ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ଏବଂ ବିଦ୍ୟାଳୟ ପରିଚାଳନାକୁ ନୋଟିସ ପଠାଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button