ଅପରାଧ

ଅନଲାଇନ୍ ଠକେଇ ମାମଲାରେ ବିହାରରୁ ୩ ଅଭିଯୁକ୍ତଙ୍କୁ ବାନ୍ଧିଲା କୋରାପୁଟ ପୁଲିସ – Ibnodisha

[ad_1]

କୋରାପୁଟ: ସାଇବର ଥାନାକୁ ବଡ଼ ସଫଳତା। ଅନଲାଇନ୍ ଠକେଇ ମାମଲାରେ ବିହାରରୁ ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁଲିସ। ଦେଢ଼ ଲକ୍ଷ ଟଙ୍କା, ଗୋଟିଏ ଲାପଟପ ଓ ୧୪ଟି ମୋବାଇଲ୍ ଜବତ। ଏନେଇ ଏସ୍ ଡି ପି ଓ ଶ୍ରାବଣୀ ନାୟକ ଓ ସାଇବର ଥାନା ଅଧିକାରୀ ଭବାନୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କୋରାପୁଟ ଏସପିଙ୍କ ନିର୍ଦେଶକ୍ରମେ ପୁଲିସ ବିହାରର ବର୍ଷାଲିଗଞ୍ଜ ପୁଲିସ ସହଯୋଗରେ ତିନିଜଣ ଅନଲାଇନ ଠକଙ୍କୁ ଧରିବାରେ ସଫଳ ହୋଇଛି।

ତିନି ଗିରଫ ଅଭିଯୁକ୍ତ ହେଲେ ବିହାର ନବଡା ଜିଲ୍ଲା ଚକବାଇ ଗାଁର ଭୋଲା ପ୍ରସାଦ(୪୬), ଗୌରବ କୁମାର(୨୩) ଓ ବିକାଶ କୁମାର(୨୩)। ଏମାନେ ଦେଶର ବିଭିନ୍ନ ସ୍ଥାନରୁ କୋଟିଏରୁ ଅଧିକ ଟଙ୍କା ଠକେଇ କରିଥିବା ଜଣାଯାଇଛି। ଚକବାଇ ଗାଁରୁ ସେମାନଙ୍କୁ ଗିରଫ କରାଯିବା ସହ ସେମାନଙ୍କ ପାଖରୁ ନଗଦ ଦେଢ଼ ଲକ୍ଷ ଟଙ୍କା, ଗୋଟିଏ ଲାପଟପ ଓ ୧୪ଟି ମୋବାଇଲ୍ ଜବତ କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button