IBN ଓଡ଼ିଶା ବ୍ୟୁରୋ

ମୁଁ ଆଶ୍ବସ୍ତି ପାଇବାକୁ ହକ୍‌ଦାର: ମାଲ୍ୟା

ନୂଆଦିଲ୍ଲୀ: ଭାରତରେ ୯୦୦୦ କୋଟି ଟଙ୍କାର ଠକେଇ କରି ଦେଶ ଛାଡ଼ି ବ୍ରିଟେନ୍‌ରେ ରହୁଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ବହୁ ଦିନ ପରେ ମୁହଁ ଖୋଲିଛନ୍ତି। ମାଲ୍ୟା, ନିରବ ମୋଦୀ, ମେହୁଲ୍ ଚୋକ୍‌ସିଙ୍କ ଭଳି ବ୍ୟକ୍ତିମାନଙ୍କଠାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିପୁଳ ପରିମାଣର ରାଶି ଫେରାଇ ଆଣିବାରେ ସଫଳ ହୋଇଥିବା ନେଇ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେବା ପରେ ମାଲ୍ୟା ନିଜ ପକ୍ଷ ରଖିଛନ୍ତି। ମୁଁ ଆଶ୍ବସ୍ତି ପାଇବାକୁ ହକ୍‌ଦାର୍ ବୋଲି ସେ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଲେଖିଛନ୍ତି ଯେ ଋଣ ପରିମାଣ ହେଉଛି ୬୨୦୩ କୋଟି ଟଙ୍କା।

ଅସୁଲ କରାଯାଇଛି ୧୪,୧୩୧.୬୦ କୋଟି ଟଙ୍କା। ତଥାପି ମୁଁ ଅର୍ଥନୈତିକ ପଳାତକ ଅପରାଧୀ। ଋଣର ଦୁଇ ଗୁଣା କିଭଳି ଅସୁଲ କରାଗଲା ତାହା ଇଡି ଓ ବ୍ୟାଙ୍କଗୁଡ଼ିକ ନ ଜଣାଇବା ପର୍ଯ୍ୟନ୍ତ ଆଶ୍ବସ୍ତି ପାଇବାକୁ ମୁଁ ହକ୍‌ଦାର୍‌ ବୋଲି ମାଲ୍ୟା କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ‘ଏକ୍ସ’ରେ ମାଲ୍ୟା ଓ ଲଳିତ ମୋଦୀଙ୍କ ମଧ୍ୟରେ ବନ୍ଧୁତା ଦେଖିବାକୁ ମିଳିଛି। ମାଲ୍ୟାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ମୋଦୀ ଲେଖିଛନ୍ତି ଯେ ଆମେ ଉଭୟ ଜୀବନରେ ଉତ୍‌ଥାନ୍ ଓ ପତନକୁ ଦେଖିଛନ୍ତି। ଯେଉଁ ଦେଶ ପ୍ରତି ଆମେ ଅବଦାନ ଦେବାକୁ ପ୍ରୟାସ କରୁଥିଲେ ସେଠାରେ ଆମ ପ୍ରତି ଅନ୍ୟାୟ ହୋଇଥିବା ମୋଦୀ ଲେଖିଛନ୍ତି। ‌

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button