Uncategorized

ଏହି ୬ଟି ଅଭ୍ୟାସ, କିଡନୀ ଫେଲ ହେବାର ମୁଖ୍ୟ କାରଣ ଅଟେ। ଆପଣ ଏ ସବୁ ଅଭ୍ୟାସ ନାହିଁ ତ !

ବନ୍ଧୁଗଣ, ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଆମ ଶରୀର ହେଉଛି ଭଗବାନଙ୍କର ଏକ ଦାନ ଅଟେ। ଅଧିକାଂଶ ସମୟରେ ଆମେ ନିଜ ଶରୀର ପ୍ରତି ଗୁରୁତ୍ବ ଦେଇ ନଥାଉ। ଏହାର ପରିଣାମ ସ୍ବରୂପ ଆମକୁ ଖୁବ୍ ଶୀଘ୍ର ବିଭିନ୍ନ ପ୍ରକାରର ରୋଗ ଗ୍ରାସ କରିଥାଏ।ଆମେ ଜୀବନରେ ନିତିଦିନ ଯେଉଁ ସବୁ କାର୍ଯ୍ୟ କରିଥାଉ, ସେଥିରେ କିଛି ଭଲ ଅଭ୍ୟାସ ରହିଥାଏ ଏବଂ କିଛି ଖରାପ ଅଭ୍ୟାସ ମଧ୍ୟ ରହିଥାଏ। ଯେଉଁ ୬ ଟି ଖରାପ ଅଭ୍ୟାସ ଯୋଗୁଁ ଆମ ଶରୀରର କିଡନୀ ଫେଲ ବା ଖରାପ ହୁଏ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ଆପଣମାନେ ଜାଣିଥିବେ କି ଅଧିକ ମଦ୍ୟପାନ କଲେ, କିଡନୀ ଖୁବ୍ ଶୀଘ୍ର ଖରାପ ହୋଇଥାଏ। କାରଣ ଆମ ଶରୀରରେ କିଡନୀ ରକ୍ତ ପରିଷ୍କାର କରି ଖରାପ ପଦାର୍ଥକୁ ମୂତ୍ରାଶୟ ଦେଇ ବାହାର କରି ଦେଇଥାଏ। ଏହାସହିତ ଶରୀରରେ ଜଳକୁ ବାଲାନ୍ସ ରଖିବା କିଡନୀର କାର୍ଯ୍ୟ ଅଟେ। ମଦ୍ୟପାନ କରିବା ଦ୍ୱାରା ଏହା ଶରୀରରୁ ଜଳୀୟ ଅଂଶକୁ ଟାଣି ନେଇ ଥାଏ। ଯାହାଫଳରେ କିଡନୀକୁ ଅଧିକ ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ପଡେ।

୨/ ପରିସ୍ରାକୁ ଅଧିକ ସମୟ ଅଟକାଇ ରଖିବା ଏକ ଖରାପ ଅଭ୍ୟାସ ଅଟେ।ଅଧିକାଂଶ ସମୟରେ କିଛି ଲୋକେ ପରିସ୍ରା ଲାଗିଲେ, ତାହାକୁ ଅଟକାଇ ରଖିଥାନ୍ତି ଏବଂ ବହୁତ ସମୟ ପରେ ପରିସ୍ରା କରିଥାନ୍ତି। ଏହି ଅଭ୍ୟାସ ଆମ ଶରୀର ପାଇଁ ବହୁତ କ୍ଷତିକାରକ ଅଟେ। ଖୁବ୍ ଶୀଘ୍ର କିଡନୀ ଖରାପ ହେବାର ଏହା ମଧ୍ୟ ବଡ଼ କାରଣ ଅଟେ।

 

୩/ ତୃତୀୟରେ ବହୁତ କମ ପାଣି ସେବନ କରିବା ମଧ୍ୟ ବହୁତ ଖ-ରା-ପ ହୋଇଥାଏ । ଅଧିକାଂଶ ଲୋକେ ଯେତେବେଳେ ଶୋସୋ ଲାଗିଥାଏ ପାଣି ପିଇଥାନ୍ତି । ଏହି ସ୍ଥିତିରେ ସେମାନେ ନିଜ ଶରୀରକୁ ବହୁତ ଖରାପ ଭାବରେ ଡି-ହାଇ-ଡ୍ରେଟ କରିଦେଇ ଥାନ୍ତି । ବହୁତ କମ ପାଣି ପିଇବା ଦ୍ଵାରା ଆପଣ ବହୁତ ଖରାପ ଭାବରେ କିଡ୍ନି କୁ ଡା-ମେ-ଜ କରୁଛନ୍ତି ।

୪/ ଅଧିକାଂଶ ଲୋକେ ଖାଇବା ସମୟରେ ଅଧିକ ଲୁଣ ସେବନ କରିଥାନ୍ତି। ଲୁଣରେ ସୋଡିୟମ ରହିଥାଏ। ବୈଜ୍ଞାନିକଙ୍କ ମତରେ ଆମ ଶରୀରରେ ଯଥେଷ୍ଟ ପରିମାଣରେ ସୋଡ଼ିୟମ ରହିଛି। ଆବଶ୍ୟକତା ଠାରୁ ଅଧିକ ଲୁଣ ସେବନ କଲେ, କିଡନୀ ଖୁବ୍ ଶୀଘ୍ର ଫେଲ ହେବାର ସମ୍ଭାବନା ରହିଥାଏ। ଏହାସହିତ ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ରହିଥାଏ।

୫/ କଫିରେ ଅଧିକ ମାତ୍ରାରେ କ୍ୟାଫିନ ରହିଥାଏ। ଏଥିଯୋଗୁଁ ଉଚ୍ଚ ରକ୍ତଚାପ ହେବା ସହିତ କିଡନୀ ଖୁବ୍ ଶୀଘ୍ର ଖରାପ ହୋଇଯାଇଥାଏ। ତେଣୁ ଅଧିକ କଫି ସେବନ କରିବା ଉଚିତ ନୁହେଁ। ଏହା ବହୁତ ଖରାପ ଅଭ୍ୟାସ ଅଟେ।

୬/ ଯଦି ଆପଣ କେବଳ ୪ ରୁ ୫ ଘଣ୍ଟା ଶୋଊଛନ୍ତି, ତାହେଲେ ଆପଣଙ୍କର କିଡନୀ ଖୁବ୍ ଶୀଘ୍ର ଖରାପ ହେବାର ସମ୍ଭାବନା ରହିଥାଏ। କାରଣ ରାତିରେ ମଣିଷ ଶୋଇବା ପରେ ଶରୀର ଭିତରେ ଅନେକ ହରମୋନ ଯାରଣ ହୋଇଥାଏ। ଯଦି ଆପଣ ଠିକ ଭାବରେ ଶୋଇବେ ନାହିଁ, ତାହେଲେ ଏହା ଆପଣଙ୍କ କିଡନୀ ଉପରେ ପ୍ରଭାବ ପକାଇବ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ

 

Related Articles

Leave a Reply

Your email address will not be published. Required fields are marked *

Back to top button