ତିନି ବର୍ଷ ପର୍ଯ୍ୟନ୍ତ ମନମୋହନ ସିଂଙ୍କ ବଡିଗାର୍ଡ ଥିଲେ ଯୋଗୀ ସରକାରଙ୍କ ମନ୍ତ୍ରୀ, ମାରୁତି ୮୦୦ କାହାଣୀ ମନେ ପକାଇ ଭାବୁକ ହେଲେ ଅସୀମ ଅରୁଣ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ ହୋଇଛି । ତାଙ୍କ ବିୟୋଗରେ କେନ୍ଦ୍ରସରକାର ପକ୍ଷରୁ ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇ ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ପୂର୍ବ ପ୍ରଧାନମନ୍ତ୍ରୀଙ୍କ ନିଧନରେ ୟୁପି ମନ୍ତ୍ରୀ ଅସୀମ ଅରୁଣ ଭାବୁକ ହୋଇଛନ୍ତି ।
ଅସୀମ ଅରୁଣ କହିଛନ୍ତି, ମୁଁ ୨୦୦୪ରେ ପ୍ରା ୩ ବର୍ଷ ଯାଏଁ ତାଙ୍କ ବଡିଗାର୍ଡ ଥିଲି । ଏସପିଜିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ଆଉ କ୍ଲୋଜ ପ୍ରୋଟୋକୋଲର ନେତ୍ତ୍ବରେ କରିବାକୁ ସୁଯୋଗ ମୋତେ ମିଳିଥିଲା । ଏଆଇଜି ସିପିଟି ଏଭଳି ବ୍ୟକ୍ତି, ଯିଏ ପିଏମଙ୍କ ଠାରୁ କେବେ ବି ଦୂରରେ ରୁହନ୍ତି ନାହିଁ । ଯଦି ଜଣେ ବଡିଗାର୍ଡ ରହିପାରେ, ସାଥିରେ ଏହି ବ୍ୟକ୍ତି ରହିଥାନ୍ତି । ଏମିତିରେ ତାଙ୍କର ସହିତ ଛାଇ ଭଳି ରହିବାର ଦାୟିତ୍ବ ମୋର ଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି, ଡା. ସାହେବଙ୍କ ଗୋଟିଏ ହିଁ ୮୦୦ କାର୍ ଥିଲା । ସେହି କାର୍ ପିଏମ ହାଉସରେ ବିଏମଡବ୍ଲ୍ୟୁ ପଛରେ ରହିଥାଏ । ମନମୋହନ ସିଂ ବାରମ୍ବାର କହୁଥିଲେ ଅସୀମ, ମୋତେ ଏକ କାର୍ ପସନ୍ଦ ନୁହେଁ, ମୋ ଗାଡି ତ ଏଇଟା (ମାରୁତି) । ମୁଁ ତାଙ୍କୁ ବୁଝାଇଥିଲି, ଏହି ଗାଡିର ସିକ୍ୟୁରିଟି ଫିଚର୍ସ ପାଇଁ ଏସପିଜି ଏହାକୁ ନେଇଛି । ସେ କହୁଥିଲେ କୋଟି କୋଟି ଟଙ୍କାର ଗାଡି ପିଏମଙ୍କର, ମୋ ଗାଡି ମାରୁତି ।



