IBN ଓଡ଼ିଶା ବ୍ୟୁରୋ

ବାଂଲାଦେଶ ସଚିବାଳୟରେ ଭୟାବହ ଅଗ୍ନିକାଣ୍ଡ, ୩ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ; ଷଡ଼ଯନ୍ତ୍ର ଆଶଙ୍କା

ବାଂଲାଦେଶ ସଚିବାଳୟରେ ଭୟାବହ ଅଗ୍ନିକାଣ୍ଡ । ରାଜଧାନୀ ଢାକାରେ ଥିବା ସଚିବାଳୟର ମୁଖ୍ୟ ବିଲ୍ଡିଂରେ ଗୁରୁବାର ଭୀଷଣ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ ତିନୋଟି ମନ୍ତ୍ରଣାଳୟର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ପାଉଁଶ ହୋଇଯାଇଛି । ଅଧିକାରୀମାନେ ଏହାକୁ ଷଡ଼ଯନ୍ତ୍ର ବୋଲି ଆଶଙ୍କା କରି ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି ।

ସଚିବାଳୟର ୭ ନମ୍ବର ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଥିଲା ​​ଏବଂ ନିଆଁକୁ କାବୁ କରିବାକୁ ପାଖାପାଖି ୬ ଘଣ୍ଟା ସମୟ ଲାଗିଥିଲା । ଅଧିକାରୀମାନେ କହିଛନ୍ତି ଯେ ଗୁରୁବାର ସକାଳେ ଉଚ୍ଚ ଅଟ୍ଟାଳିକାରେ ଥିବା ମନ୍ତ୍ରଣାଳୟ ଭିତରେ ନିଆଁ ଲାଗିଯାଇଥିଲା । କିନ୍ତୁ ସୌଭାଗ୍ୟବଶତଃ କୌଣସି ଧନଜୀବନ ହାନି ହୋଇନାହିଁ । ନିଆଁ ଲାଗିବା ବିଷୟରେ ଖବର ପାଇ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଅଗ୍ନିଶମ ସେବାର ମୁଖ୍ୟ ବ୍ରିଗେଡିୟର୍ ଜେନେରାଲ୍ ଜାହିଦ୍ କମାଲ କହିଛନ୍ତି, ତିନୋଟି ଅଲଗା ଅଲଗା ସ୍ଥାନରେ ଏକାସାଙ୍ଗରେ ନିଆଁ ଲାଗିଥିଲା । ତେଣୁ ଏହା ଦୁର୍ଘଟଣା ହୋଇ ନ ପାରେ ବୋଲି ଆଶଙ୍କା କରାଯାଉଛି । ଅଗ୍ନିକାଣ୍ଡ ଯୋଗୁ ବିଲ୍ଡିଂରେ ବିଦ୍ୟୁତ୍ କାଟ କରି ଦିଆଯାଇଥିବାରୁ ଅନ୍ୟ ମନ୍ତ୍ରଣାଳୟର କାର୍ଯ୍ୟ ମଧ୍ୟ ଠପ୍ ହୋଇପଡ଼ିଛି ।

ଏଜେନ୍ସିଗୁଡ଼ିକ ବିଲ୍ଡିଂ ପରିସରରେ ପ୍ରବେଶକୁ ବ୍ୟାନ୍ କରି ଦେଇଛନ୍ତି, ଯାହା ଦ୍ୱାରା କର୍ମଚାରୀ ଏବଂ ଅଧିକାରୀମାନଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ଅଧିକାରୀମାନେ କହିଛନ୍ତି ଯେ ବିଲ୍ଡିଂର ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ମହଲାରେ ଅଧିକ କ୍ଷୟକ୍ଷତି ଘଟିଛି । ଏହି ଅଗ୍ନିକାଣ୍ଡରେ ସ୍ଥାନୀୟ ସରକାର, ଡାକ ଏବଂ ଟେଲିକମ୍ ମନ୍ତ୍ରଣାଳୟର କାଗଜପତ୍ରଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଛି ।

ସରକାରଙ୍କ ପରାମର୍ଶଦାତା ଅସିଫ୍ ମହମୁଦ ସାଜିବ ଭୁୟାନ କହିଛନ୍ତି ଯେ ନିଆଁରେ ନଷ୍ଟ ହୋଇଥିବା ଦସ୍ତାବିଜରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତିର ପ୍ରମାଣ ରହିଥିଲା । ଯଦି ଏହି ଘଟଣାରେ କେହି ସମ୍ପୃକ୍ତ ଥିବାର ଜଣାପଡ଼େ, ତେବେ ସେମାନେ ବର୍ତ୍ତି ପାରିବେ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button