IBN ଓଡ଼ିଶା ବ୍ୟୁରୋ

ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ସାଇନିଙ୍କ ଶପଥ ଆଜି

ନୂଆଦିଲ୍ଲୀ: ହରିୟାଣାରେ ଆଜି ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ନାୟବ ସିଂହ ସାଇନି ଆସନ୍ତାକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଲଗାତାର ଦ୍ବିତୀୟ ଥର ପାଇଁ ସାଇନି ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପଞ୍ଚକୁଳାରେ ବିଜେପି ପାର୍ଟି ଅଫିସରେ ଆଜି ହରିୟାଣାର ନବ ନିର୍ବଜେପି ବିଧାୟକମାନଙ୍କର ଏକ ବୈଠକ ହୋଇଥିଲା।

ଏହି ବୈଠକରେ ନାୟବ ସିଂହ ସାଇନିଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଛି। ବୈଠକରେ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓ ଅନ୍ୟ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ୫୪ ବର୍ଷୀୟ ସାଇନି ଗତ ମାର୍ଚ୍ଚରେ ମନୋହର ଲାଲ୍ ଖଟ୍ଟରଙ୍କ ସ୍ଥାନରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସାଇନିଙ୍କ ନେତୃତ୍ବରେ ବିଜେପି ଲଗାତାର ତୃତୀୟ ଥର ପାଇଁ ହରିୟାଣାରେ ରେକର୍ଡ ବିଜୟ ହାସଲ କଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button