Skin Care Tips- ଚେହେରାରେ ଚାହୁଁ ନଥିବା ଚୁଟିକୁ ସଫା କରନ୍ତୁ, ଏହି ଉପାୟ ଦ୍ଵାରା… ଫେସକୁ କରନ୍ତୁ ଆହୁରି ସୁନ୍ଦର ଓ ଚମକଦାର !

ନମସ୍କାର ବନ୍ଧୁଗଣ , ମୁହଁ ରେ ଚୁଟି ଉଠିବା ଜନିତ ସମସ୍ୟା ଅନେକ ଝିଅମାନଙ୍କ ମଧ୍ୟରେ ଦେଖାଯାଇଥାଏ । ସାଧାରଣତ ଜେନେଟିକ ବା ପିତାମାତାଙ୍କ ଜିନ ରୁ ଏହା ସନ୍ତାନ କୁ ଆସିଥାଏ । ଦ୍ଵିତୀୟ କାରଣ ହେଉଛି pcod ଯଥା ଶରୀରରେ ମେଲ ହୋରମୋନ ଅଧିକ ନିର୍ଗତ ହେବା ଯୋଗୁ ଶରୀର ରେ ଚୁଟି ଉଠିବା , ମୁହଁ ରେ ବ୍ରଣ , ଓଜନ ବଢିଥାଏ ଓ ମାସିକ ଋତୁସ୍ରାବ ହୁଏ ନାହିଁ ଓ ଅନେକ ସମୟରେ ବନ୍ଦ ହୋଇଯାଏ ।
ତୃତୀୟ କାରଣ ହେଉଛି ଲୋକମାନେ ଗୋରା ହେବା ପାଇଁ youtube ରୁ ଅଦରକାରୀ କ୍ରିମ କୁ ଲଗେଇ ତୁରନ୍ତ ଗୋରା ହେଉଛନ୍ତି ଏବଂ ଏହା କିଛି ଦିନ ପରେ ମୁହଁ ରେ ଇନଫେକ୍ଶନ ହୋଇ ମୁହଁ ଖରାପ ହୋଇ ମୁହଁ ରେ ଚୁଟି ବଢିବାକୁ ଲାଗିଥାଏ । ଅନେକ ଲୋକମାନେ ପାର୍ଲର କୁ ଯାଇ ଫେଶିୟାଲ କରେଇଥାନ୍ତି , ଯାହା ଫଳରେ ମୁହଁରେ ଚୁଟି ମୋଟା ଆକାରରେ ବଢିଥାଏ ।
ଡାକ୍ତର କହିବା ଅନୁସାରେ ଆମେ epilation ପଦ୍ଧତି ଦ୍ଵାରା ମୁହଁ ରେ ଉଠିଥିବା ଚୁଟି କୁ ମୂଳରୁ ଶେଷ କରିଥାଉ । ଯଦି ଆପଣଙ୍କ ମୁହଁରେ ଓ ଓଠ ର ତଳ ଭାଗରେ ଚୁଟି ଉଠିଥାଏ ଓ ତାହା ପତଳା ଦୁର୍ବଳ ହୋଇଥାଏ । ଏହି ସ୍ଥଳରେ ଆପଣଙ୍କୁ (trimer) ଟ୍ରିମିଂ ସାହାଯ୍ୟ ରେ ଏହି ଚୁଟି କୁ ସଫା କରି ପାରିବେ । ଟ୍ରିମିଂ ପରେ ପତଳା ଓ ଦୁର୍ବଳ ଥିବା ଚୁଟି ଉଠିବାରେ ସମୟ ନେଇଥାନ୍ତି ଓ ମାସ ପରେ ଏହା ପତଳା ଉଠିଥାନ୍ତି ।
ଟ୍ରିମର କୁ ଆପଣ ଜୀବନ ସାରା ପାଇଁ ବ୍ୟବହାର କରିପାରିବେ ଏଥିରେ କୋଣସି କ୍ଷତି ହୁଏ ନାହିଁ । କିନ୍ତୁ ଅନେକ ଲୋକମାନେ ଫେଶିୟାଲ , ବ୍ଲିଚ କରେଇ ଥାନ୍ତି , ଯାହା ଫଳରେ ଚୁଟି ମୋଟା ହୋଇ ଅଳ୍ପ ସମୟ ଭିତରେ ଉଠି ଥାଏ । ଯଦି ଆପଣଙ୍କ ମୁହଁ ରେ ଥିବା ଚୁଟି ମୋଟା ହୋଇଥାନ୍ତି , ତେବେ ଆପଣ ଏହାର ଚିକିତ୍ସା କରି ଏହା ଯେବେ ପତଳା ହୋଇଥାଏ ।
ତେବେ ଆପଣ ଟ୍ରିମର ବ୍ୟବହାର କରିପାରିବେ ଯଦି ଆପଣଙ୍କ ଚୁଟି କୁ ଟ୍ରିମର ବ୍ୟବହାର କରିବା ପରେ ମଧ୍ୟ କୋଣସି ଫାଇଦା ହୁଏ ନାହିଁ । ତେବେ ଆପଣ eloctrolisis ଚିକିତ୍ସା ଏଥିରେ ଏକ ଯନ୍ତ୍ର ମଧ୍ୟମରେ ଗୋଟାଏ ଗୋଟାଏ ଚୁଟି ଭିତର କୁ ବିଦ୍ୟୁତ ପଠାଇ ଚୁଟି କୁ ମୂଳ ରୁ ଉପାଡି ଆଉ ଥରେ ଉଠିବାକୁ ଦେଇନଥାନ୍ତି ।
ମାତ୍ର ଏହା ଏକ ସମୟବ୍ୟାପୀ ପଦ୍ଧତି ଅଟେ । ତେଣୁ ଏହାକୁ ବହୁତ କମ୍ ଲୋକମାନେ କରେଇଥାନ୍ତି । ନଚେତ ଆପଣ ଫେଶିୟାଲ ଏପିଲେଟର ଦ୍ଵାରା ମଧ୍ୟ ମୋଟା ଚୁଟି ସବୁ ଦିନ ପାଇଁ ଦୂର ହୋଇଥାଏ । ଏହା କୁ କରିବା ଦ୍ଵାରା ତିନି ସପ୍ତାହ ପାଇଁ ମୁହଁରେ ଚୁଟି ଉଠିନଥାଏ ।