ଅଳ୍ପକେ ବର୍ତ୍ତିଲେ WHO ଚିଫ୍, ବିମାନରେ ଚଢୁଥିବା ବେଳେ ଇସ୍ରାଏଲ କଲା ବୋମାବର୍ଷା
ଅଳ୍ପକେ ବର୍ତ୍ତିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ର ଚିଫ୍ ଟେଡ୍ରୋସ ଆଡନମ୍ । ଇସ୍ରାଏଲ ୟମେନ ରାଜଧାନୀ ସନାରେ ଥିବା ଏୟାରପୋର୍ଟରେ ବୋମା ବର୍ଷା କରିଥିଲା । ବୋମା ମାଡ଼ ହେବା ସମୟରେ ସନା ଏୟାରପୋର୍ଟରେ ଥିଲେ । ଏହା ବିଷୟରେ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି ।
WHO ଚିଫ୍ ୟମେନକୁ ୟୁଏନର କର୍ମଚାରୀଙ୍କୁ ଛାଡିବା ପାଇଁ କଥା ହେବାକୁ ଯାଇଥିଲେ । ଏମାନଙ୍କୁ ହୁତି ପକ୍ଷରୁ ଦୀର୍ଘଦିନରୁ ବନ୍ଦୀ କରି ରଖାଯାଇଥିଲା । ଗତ କିଛି ମାସ ଧରି ହୁତି ଯୁଦ୍ଧବିମାନ ଦ୍ୱାରା ବନ୍ଧକ ଥିବା ଜାତିସଂଘର କର୍ମଚାରୀଙ୍କ ମୁକ୍ତି ପାଇଁ ସେ ୟେମେନରେ ପହଞ୍ଚିଥିଲେ ।
WHO ଚିଫ୍ ଟେଡ୍ରୋସ ଆଡନମ୍ କହିଛନ୍ତି, ଯେତେବେଳେ ସେ ଏବଂ ତାଙ୍କ ସହକର୍ମୀମାନେ ବିମାନରେ ଯିବାକୁ ଯାଉଥିଲେ ସେତେବେଳେ ବୋମା ବିସ୍ଫୋରଣ ଆରମ୍ଭ ହୋଇଥିଲା । ଏହି ଆକ୍ରମଣରେ ଆମର ବିମାନର ଜଣେ କ୍ରୁ ସଦସ୍ୟ ଆହତ ହୋଇଥିଲେ । ବିମାନବନ୍ଦରରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଟାୱାର, ପ୍ରସ୍ଥାନ ଲାଉଞ୍ଜ – ଆମେ ଯେଉଁଠାରୁ କିଛି ମିଟର ଦୂରରେ ବିସ୍ଫୋରଣ ହୋଇ ରନୱେ ନଷ୍ଟ ହୋଇଯାଇଥିଲା । ବର୍ତ୍ତମାନ ବିମାନବନ୍ଦରର କ୍ଷୟକ୍ଷତିର ମରାମତି ନହେବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡିବ, କେବଳ ସେତେବେଳେ ଆମେ ଯାଇପାରିବା । ମୋର ଜାତିସଂଘ ସହକର୍ମୀ ଏବଂ WHO ସହକର୍ମୀମାନେ ସୁରକ୍ଷିତ ଅଛନ୍ତି । ଯେଉଁ ପରିବାରରେ ପ୍ରିୟଜନମାନେ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି ସେହି ପରିବାର ପ୍ରତି ଆମେ ହୃଦୟରୁ ସମବେଦନା ଜଣାଉଛୁ ।