IBN ଓଡ଼ିଶା ବ୍ୟୁରୋ

ଅଳତା ଏହିପରି ଲଗାଇଲେ ଗୃହ ଏବଂ ସ୍ୱାମୀ ଜୀବନରେ ହୁଏ ଧନର ବର୍ଷା ,କେବେବି ଦେଖା ଦେଇନଥାଏ ଦୁଃଖ

ବନ୍ଧୁଗଣ ଅଳତା ଏହା ଏକ ସର୍ବୋଚ୍ଚ ଏବଂ ସର୍ବ ଶ୍ରେଷ୍ଠ ଶୃଙ୍ଗାର ଅଟେ ମହିଳା ମାନଙ୍କ ଷୋହଳ ଶୃଙ୍ଗାର ମଧ୍ୟରୁ ଏହା ଏକ ଉଚ୍ଚ କୋଟିର ଶୃଙ୍ଗାର ହୋଇଥାଏ । ଏହି ଶୃଙ୍ଗାର ମହିଳା ମାନଙ୍କ ପାଦକୁ ଖାଲି ସୁନ୍ଦର କରିନଥାଏ ବରଂ ଏହା ଅନେକ ରୋଗକୁ ଭଲ କରିବା ସହିତ ମା ଲକ୍ଷ୍ମୀଙ୍କୁ ମଧ୍ୟ ସନ୍ତୁଷ୍ଟ କରିଥାଏ । ଯାହା ଦ୍ଵାରା ଗୃହରେ ସୁଖ ସମୃଦ୍ଧି ସଙ୍ଗେ ସଙ୍ଗେ ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ ମଧ୍ୟ କରିଥାଏ ଆପଣ ମାନେ ପୌରାଣିକ ବିଷୟ ବସ୍ତୁକୁ ଦେଖିଥିବେ ସେହି ସମସ୍ତ ରେ ସମସ୍ତ ଦେବା ଦେବୀ ମାନେ ଅଳତା ପିନ୍ଧି ଥିବାର ଦେଖିବାକୁ ପାଇଥିବେ ଏବଂ ମା ଲକ୍ଷ୍ମୀଙ୍କ ଅଳତା ଙ୍କୁ ନେଇ ଏକ ନାମ ମଧ୍ୟ ରହିଛି । ରକ୍ତ ଚରଣ ବୋଲି ନାମ ମଧ୍ୟ ଅଛି ସାଧାରଣ କୁମାରୀ ଝିଅ ମାନଙ୍କୁ ମା ଗୌରୀ ମଧ୍ୟ ମାନି ଥାଆନ୍ତି ଏବଂ ବିବାହ ପରେ ମା ଲକ୍ଷ୍ମୀଙ୍କ ପାଦ ଯେପରି ଖାଲି ନଥାଏ ଠିକ୍ ସେହିପରି ବିବାହ ମହିଳା ମାନେ ତାଙ୍କ ପାଦକୁ ଖାଲି ରଖିବା ଉଚିତ ନୁହେଁ

ସାଧାରଣତଃ ବିବାହ କାର୍ଯ୍ୟ, ପୂଜା ପାଠ ଏବଂ ମାଙ୍ଗଳିକ କାର୍ଯ୍ୟରେ ଅଳତା ଶୃଙ୍ଗାର କରାଯାଏ। କୁମାରୀ ଏବଂ ମହିଳା ମାନେ ଅନ୍ୟ ସମୟରେ ପାଦକୁ ଖାଲି ରଖି ଥାଆନ୍ତି କିନ୍ତୁ ଏପରି କରିବା ଅନୁଚିତ୍। କାରଣ ରାହୁ ଗ୍ରହ ଏପରି ଏକ ଗ୍ରହ ଯାହା ପ୍ରତ୍ୟେକ ଗୃହରେ ଦୁକଃ,କଳହ, ଅଶାନ୍ତି ଏବଂ ଦାରିଦ୍ର୍ୟତା କରିବାରେ ସର୍ବଦା ପ୍ରସ୍ତୁତ ରହିଥାଏ। ରାହୁ ଗ୍ରହକୁ କେବଳ ଗୋଟିଏ ଜିନିଷ ଶାନ୍ତ କରିଥାଏ। ରାହୁ ଲାଲ ରଙ୍ଗର ପ୍ରତୀକ ହୋଇଥାଏ ଓ ସେ ମାତା ଲକ୍ଷ୍ମୀଙ୍କ ପାଦ ଦେଖିଲେ ହିଁ ଶାନ୍ତ ରହିଥାଏ। ତେଣୁ ଗୃହର ମହିଳାଙ୍କର ଲାଲ ପାଦ ଦେଖିଲେ ରାହୁ ଶାନ୍ତ ହୋଇଥାଏ।

ଏହା ମାନ୍ୟତା ଅଛି କି ଘରର ବୋହୂ ଶାଶୁ ଘରକୁ ଆସିବା ମାତ୍ରେ ସକାଳୁ ଉଠି ଅଳତା ଶାଶୁ, ନଣନ୍ଦ ଆଦିଙ୍କୁ ଲଗାଇବାର ବିଧି ରହିଛି। ଏହାପରେ ପ୍ରଣାମ କରି ଆଶୀର୍ବାଦ ଗ୍ରହଣ କରିଥାଏ। କିଛି ଅଳତା ଲଗେଇଲେ ଗୃହକୁ ଦୁଃଖ, ଦୁର୍ଦ୍ଦଶା ଆସିନଥାଏ। ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପ୍ରାପ୍ତି ହୋଇଥାଏ। ଗୃହକୁ ନକାରାତ୍ମକ ଉର୍ଯାର ପ୍ରବେଶ ମଧ୍ୟ ହୋଇଥାଏ। ଏହା ଦ୍ଵାରା ଗୃହରେ ସୁଖ,ସମୃଦ୍ଧି ବୃଦ୍ଧି ପାଇଥାଏ। ଘରେ ଶାନ୍ତି ଆସିଥାଏ ଓ ଦେହରୁ ଅନେକ ରୋଗ ବ୍ୟାଧି ଦୂର ହୋଇଥାଏ ଓ ମନ,ମସ୍ତିସ୍କ ଶାନ୍ତ ରହିଥାଏ।

ପାଦ ଫଟା ରୋଗ ଅବା ପାଣି ଖିଆ ରୋଗ ଦୂର ହୋଇଥାଏ। ଶାସ୍ତ୍ର ଅନୁଯାୟୀ ନିୟମ ରହିଛି କି ଅଳତା ଲଗେଇବା ସମୟରେ ଦକ୍ଷିଣ ଦିଗକୁ ମୁହଁ କରି ଲଗେଇବା ଅନୁଚିତ୍। ଘରର ଦୁଆର ବନ୍ଧ ଉପରେ ଅଳତା ଲଗେଇବା ନିଷେଧ ଅଟେ। ଏହା ପବିତ୍ର ହୋଇଥିବାରୁ ଏହାକୁ ପବିତ୍ର ସମୟରେ ଲଗେଇବା ଉଚିତ୍। ତେଣୁ ମହିଳା ମାନଙ୍କ ମାସିକ ଧର୍ମ ଅବା ଶୁଦ୍ଧି କ୍ରିୟା ସମୟରେ ଏହାକୁ ଲଗେଇବା ନିଷେଧ ଅଟେ।ବୁଧ ବାର ରାତି ପରେ ଅବା ଗୁରୁବାର ସକାଳ ଆରମ୍ଭରେ ମାତା ଲକ୍ଷ୍ମୀଙ୍କର ଅଳତାରେ ପାଦ ଆଙ୍କି ଦିଅନ୍ତୁ।

ଏହାକୁ ମୁଖ୍ୟ ଦ୍ଵାର ଅବା ଠାକୁର ଘର ଦୁଆର ବନ୍ଧରେ ମାତାଙ୍କର ପାଦ ଚିହ୍ନ ଅଳତାରେ ଆଙ୍କି ଦିଅନ୍ତୁ। ସେହି ପାଦ ପାଖରେ ବସି ମାତା ଲକ୍ଷ୍ମୀଙ୍କୁ ଆବାହନ କରନ୍ତୁ। ଏହାର ଉପରକୁ ଦୁବ, ବରକୋଳି ପତ୍ର, ଅରୁଆ ଚାଉଳ,କୁସୁମ ଫୁଲ ଏବଂ ମନ୍ଦାର ଫୁଲ ଦ୍ଵାରା ପୁଷ୍ପାଞ୍ଜଳି ଦିଅନ୍ତୁ। ଧୂପ ଦୀପ ଦେଇ ପୂଜା କରନ୍ତୁ। ଯାହା ଦ୍ଵାରା ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି। ଯାହା ଦ୍ଵାରା ଗୃହରେ ଧନର ବର୍ଷା ହେବା ସାଙ୍ଗକୁ ଗୃହ ସୁଖ, ସମୃଦ୍ଧିରେ ଭରି ଯାଏ। ଏହା ଥିଲା ଅଳତାକୁ ନେଇ କିଛି ଜଣା ଅଜଣା କଥା ଯାହା ଆମକୁ ଜାଣିବା ଅତ୍ୟନ୍ତ ଜରୁରୀ।

Related Articles

Leave a Reply

Your email address will not be published. Required fields are marked *

Back to top button