ଏହି କର୍ମ କରିବା ଦ୍ଵାରା ଆୟୁଷ କମ ହୋଇଥାଏ ?

ଏହି ପୁରାଣ ରେ ଏମିତି ଅନେକ ପ୍ରଶ୍ନ ର ଉତ୍ତର ମିଳିଥାଏ ଯାହା ମାନବ କୁ ଅନ୍ୟ କେଉଁ ଠାରୁ ମିଳେ ନାହିଁ । ଆଜି ଆମେ ଜାଣିବା ଗରୁଡ ପୁରାଣ ଅନୁଯାୟୀ ଏମିତି କେଉଁ କର୍ମ କରିବା ଦ୍ଵାରା ମଣିଷ ର ଆୟୁ କମ ହୋଇ ଯାଇଥାଏ । କିମ୍ବା ଆୟୁ ର ନାସ ହୋଇଥାଏ ।
୧- ଗରୁଡ ପୁରାଣ ଅନୁଯାୟୀ ଯେଉଁ ମଣିଷ ନିଜର ନଖ କାମୁଡିଥାଏ ତାର ଆୟୁଷ କମ ହୋଇଥାଏ । ଯିଏ ପ୍ରତି ଦିନ ସ୍ନାନ କରେ ନାହିଁ ଓ ଦାନ୍ତ ଘସେ ନାହିଁ ସେଭଳି ମଣିଷ ର ଆୟୁଷ କମ ହୋଇଥାଏ ।
୨- ଯେଉଁ ମଣିଷ ଅର୍ଣ୍ଣ କୁ ବରବାତ କରିଥାଏ ବା ଖାଇବା ପୂର୍ବରୁ ହାତ ଧୁଏ ନାହିଁ ତଥା ଖାଇବା ସମୟରେ ଅଧିକ କଥାବାର୍ତ୍ତା କରିଥାଏ ତାର ଆୟୁଷ ଧୀରେ ଧୀରେ କମି ଯାଇଥାଏ ।
୩- ଗରୁଡ ପୁରାଣ ରେ ଲେଖା ଅଛି କି ଗର୍ଭବତୀ ସ୍ତ୍ରୀ ଙ୍କ ସହ ସମ୍ଭୋଗ କରୁଥିବା ବ୍ୟକ୍ତି ର ଆୟୁଷ ଲମ୍ବା ହୋଇ ନ ଥାଏ । ଖରାପ ବିଛଣା ରେ ଶୟନ କରୁଥିବା ବ୍ୟକ୍ତି ଙ୍କୁ ବହୁତ ଜଲ୍ଦି ପ୍ରାଣ ତ୍ୟାଗ କରିବାକୁ ପଡିଥାଏ ।
୪- ଗୁରୁ ଙ୍କ ଆଜ୍ଞା ନ ପାଳନ କରୁଥିବା, ଅଧିକ ସମୟ ଯାଏଁ ଶୋଉ ଥିବା ବ୍ୟକ୍ତି, ଦେବତା ଙ୍କ ପୂଜା ନ କରୁଥିବା ବ୍ୟକ୍ତି ଙ୍କର ଆୟୁଷ କମ ହୋଇଥାଏ । ଏଭଳି ବ୍ୟକ୍ତି ବହୁତ ଜଲ୍ଦି ମୃତ୍ୟୁବରଣ ହୋଇଥାଏ ।
୫- ଗରୁଡ ପୁରାଣ ଅନୁଯାୟୀ ଅନ୍ୟ ପ୍ରତି ଈର୍ଷା କରୁଥିବା ବ୍ୟକ୍ତି ର ଆଶା ବହୁତ କମ ହୋଇଥାଏ । ଏଭଳି ବ୍ୟକ୍ତି ର ଆୟୁ ନାସ ହୋଇଥାଏ । ଯେଉଁଠି ଅପମାନ ହେଉଥିବ ସେଠାକୁ ଯିବା ଦ୍ଵାରା ମଧ୍ୟ ଆୟୁ କ୍ଷୟ ହୋଇଥାଏ ।
୬- ଗରୁଡ ପୁରାଣ ଅନୁଯାୟୀ ବାସ୍ନା ରେ ଅନ୍ଧ ହୋଇ କୌଣସି ମହିଳା ବା ଝିଅ ସହ ଜବରଦସ୍ତି ସମ୍ପର୍କ ସ୍ଥାପନ କରିବା ଦ୍ଵାରା ବ୍ୟକ୍ତି ର ଆୟୁଷ କମ ହୋଇଥାଏ । ଏଭଳି ବ୍ୟକ୍ତି ବହୁତ ଜଲ୍ଦି ମୃତ୍ୟୁ କୁ ପ୍ରାପ୍ତ କରିଥାଏ । ଏହା ସହ ଏଭଳି ବ୍ୟକ୍ତି ର ମୃତ୍ୟୁ ଭୟାନକ ହୋଇଥାଏ ଅର୍ଥାତ ତାକୁ ଅଳ୍ପ ଆୟୁ ରେ ପ୍ରାଣ ତ୍ୟାଗ କରିବାକୁ ପଡିଥାଏ ।
୭- ଗରୁଡ ପୁରାଣ ଅନୁଯାୟୀ ଅନ୍ୟ କେହି ସ୍ନାନ କରିଥିବା ପାଣି ର ଦ୍ଵିତୀୟ ଥର ବ୍ୟବହାର କରିବା ଉଚିତ ନୁହେଁ । ଭୋଜନ ସର୍ବଦା ବସି କି ଖାଇବା ଉଚିତ । ଗୋଶାଳା ରେ କେବେ ବି ମୁତ୍ର କରିବା ଉଚିତ ନୁହେଁ । ଏ ସବୁ କାମ କରିବା ଦ୍ଵାରା ମଣିଷ ର ଆୟୁଷ କମ ହୋଇଥାଏ ।
୮- ଓଦା ପାଦ ରେ କେବେ ବି ଶୋଇବା ଉଚିତ ନୁହେଁ । ନଚେତ ଆୟୁଷ କମ ହୋଇଥାଏ । ତେବେ ଏହି ସବୁ କାର୍ଯ୍ୟ କରିବା ଠାରୁ ପ୍ରତେକ ମନୁଷ୍ୟ କୁ ନିବୃତ୍ତ ରହିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।