ଅପରାଧ

ସେବାଶ୍ରମ ହଷ୍ଟେଲ୍‌ରେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ – Ibnodisha

[ad_1]

ଫୁଲବାଣୀ: ସେବାଶ୍ରମ ହଷ୍ଟେଲରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ଏହି ଘଟଣା ପଦାରେ ପଡ଼ିଲା ପରେ ଅଭିଯୁକ୍ତ ଶିକ୍ଷକ ଫେରାର ଅଛନ୍ତି । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଏକ ସେବାଶ୍ରମ ହଷ୍ଟେଲ୍‌ରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ଛାତ୍ରୀ ଜଣକ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ ।

ତାଙ୍କୁ ଗୁରୁତର ଅବସ୍ଥାରେ କୋଟଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏହା ପରେ ମଧ୍ୟ ଛାତ୍ରୀ ଜଣକ ଅଳ୍ପଦିନ ମଧ୍ୟରେ ଏକାଧିକ ଥର ଅସୁସ୍ଥ ରହିବାରୁ ରକ୍ତନମୁନା ପରୀକ୍ଷା ପରେ ପ୍ରକୃତ ଘଟଣା ଜଣାପଡ଼ିଥିଲା । ତେବେ ଏହି ଘଟଣାରେ ଜଣେ ଶିକ୍ଷକଙ୍କ ସଂପୃକ୍ତି ଅଭିଯୋଗକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ଘଟଣାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଶିକ୍ଷକଜଣକ ଫେରାର୍ ହୋଇଯାଇଛନ୍ତି । ସେହିପରି ଛାତ୍ରୀଙ୍କ ପରିବାରକୁ ବିଭିନ୍ନ ଆଡ଼ୁ ଧମକଚମକ ମିଳୁଥିବା ବେଳେ ଘଟଣାକୁ ରଫାଦଫା କରିବାକୁ ଗଳାବାଟ ଖୋଜା ଚାଲିଛି । ଭୟରେ ପରିବାରବର୍ଗ ଏଯାବତ୍ କୋଟଗଡ଼ ଥାନାରେ ଏତଲା ଦେଇ ନଥିବା ଜଣାପଡ଼ିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button