ମନୋରଞ୍ଜନ

ସନ୍ନିଙ୍କ ଶରୀରର ବାସ୍ନା ମୋତେ ଭାରି ଭଲ ଲାଗେ; ଏପରି କହି ବିବାଦରେ ଫଶିଲେ ’ଗଦର-୨’ ଅଭିନେତ୍ରୀ – Ibnodisha

[ad_1]

ମୁମ୍ବାଇ: ଆଜିକାଲି ‘ଗଦର-୨’ର ସଫଳତାରେ ପରେ ଜବରଦସ୍ତ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ସନ୍ନି ଦେଓଲ ଓ ଅମିଶା ପଟେଲ୍‌। ସେମାନଙ୍କର ଅନେକ ପ୍ରକାରର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ନିକଟରେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଥିବା ଅମିଶାଙ୍କର ଏକ ଭିଡିଓ ଦେଖି ପ୍ରଶଂସକ ତାଙ୍କୁ ଟ୍ରୋଲ୍‌ କରି ଚାଲିଛନ୍ତି।

ଭିଡିଓରେ ଅମିଶା ସନ୍ନିଙ୍କର ଜବରଦସ୍ତ ପ୍ରଶଂସା କରିଥିବାର ନଜର ଆସିଛନ୍ତି। ସେ ପ୍ରଶଂସା କରି କହିଛନ୍ତି, ‘‘ରିଲ୍‌ ଲାଇଫ୍‌ରେ ଇଏ ହି ମ୍ୟାନ୍‌ ହୁଅନ୍ତୁ ପଛେ ରିୟଲ୍‌ ଲାଇଫ୍‌ରେ ଇଏ ହେଉଛନ୍ତି ଜଣେ ହୀରା। ଆମ ସ୍ବାଦ ପରସ୍ପର ସହ ଖୁବ୍‌ ମି‌ଳିଥାଏ। ଆମ ଦୁଇ ଜଣଙ୍କୁ ମହଙ୍ଗା ଜିନିଷ ପସନ୍ଦ। ସନ୍ନିଙ୍କ ଶରୀରରୁ ଖୁବ୍‌ ଭଲ ବାସ୍ନା ଆସିଥ‌ାଏ। ଯାହାକି ମୋତେ ବହୁତ ଭଲ ଲାଗିଥାଏ। ସେ ବହୁତ ନମ୍ର ବ୍ୟକ୍ତି। ସେ କେବେ ବି ସେଟ୍‌ରେ ଷ୍ଟାର୍‌ ପରି ବ୍ୟବହାର ଦେଖାଇ ନାହାନ୍ତି।’’

ସେ ସନ୍ନିଙ୍କ ପ୍ରଶଂସା କରୁ କରୁ ‘ବିଗ୍‌ବସ୍‌’ କଥା ବି ଉଠାଉଛନ୍ତି। ଅମିଶା କହୁଥିବାର ଶୁଣିବାକୁ ମିଳୁଛି ଯେ ‘ଆମେ ‘ବିଗ୍‌ବସ୍‌’ ଯାଇଥିଲୁ। ସଲ୍‌ମାନ ଆମକୁ ଦେଖି କହିଲେ ମୋତେ ଲାଗୁଛି ‘ଗଦର’ର ସେଟ୍‌ରୁ ତାରା ଓ ସକିନା ବାହାରି ସିଧା ଏତେ ବାଟ ପଳାଇ ଆସିଛନ୍ତି। ଲାଗୁନାହିଁ ଯେ ଏତେ ବର୍ଷ ବିତିଯାଇଛି ଏହା ଭିତରେ। ସଲ୍‌ମାନଙ୍କ ଏହି କମ୍ପ୍‌ଲିମେଣ୍ଟ୍‌ ବହୁତ ବଡ଼ ଥିଲା।’’

ଅମିଶାଙ୍କର ଏହି ଭିଡିଓ ଦେଖି ବ୍ୟବହାରକାରୀ ଭିନ୍ନ ଭିନ୍ନ କଥା ଲେଖି ତାଙ୍କୁ ଟ୍ରୋଲ୍‌ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘‘କେବଳ ସନ୍ନିଙ୍କ ଦେହରୁ ହିଁ ଭଲ ବାସ୍ନା ଆସେ?’’ ଅନ୍ୟ ଜଣେ ଲେଖିଛନ୍ତି, ‘‘ଆଉ ଗୋଟେ ଫିଲ୍ମ ପାଇବାକୁ ସନ୍ନିଙ୍କର ଏତେ ପ୍ରଶଂସା କରାହଉଛି।’’ ସେହିପରି ତୃତୀୟ ଜଣକ ଲେଖିଛନ୍ତି, ‘‘ସନ୍ନିଙ୍କ ପ୍ରଶଂସା କରୁ କରୁ ଅଚ‌ାନକ ‘ବିଗ୍‌ବସ୍‌’ କୁଆଡୁ ପଳାଇ ଆସିଲା। ସଲ୍‌ମାନ୍‌ ଖୁବ୍‌ ଭଲ ତେଲ ମାରିଜାଣନ୍ତି ବୋଲି ମଧ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button