ଦେଶ

ବାପାଙ୍କ ସାମ୍ନାରେ ବୁଡ଼ି ଗଲେ ୩ ଭଉଣୀ – Ibnodisha

[ad_1]

ନୂଆଦିଲ୍ଲୀ: ସାମ୍ନାକୁ ଆସିଛି ଅତ୍ୟନ୍ତ ଦୁଃଖଦ ଘଟଣା । ଗୋଟିଏ ବିରାଟ ପୋଖରୀରେ ବୁଡ଼ି ଯାଇଛନ୍ତି ୩ ଭଉଣୀ । ସେମାନଙ୍କ ବାପା କୂଳରେ ଛିଡ଼ା ହୋଇ ସବୁ କିଛି ଦେଖୁଥିଲେ ହେଁ ୩ ଝିଅଙ୍କୁ ବଞ୍ଚାଇବାକୁ ସକ୍ଷମ ହୋଇ ନାହାନ୍ତି । ଅସହାୟ ବାପାଙ୍କ ଆଗରେ ୩ ଝିଅ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି । କେରଳର କୋଟ୍ଟୋପାଡାମ ଅନ୍ତର୍ଗତ ଭୀମାନ୍ଦରେ ପୂରା ଘଟଣା ଘଟିଛି ।

ମୃତକମାନେ ହେଲେ ରେମିଶା (୨୩), ନଶିଦା(୨୬) ଓ ରିଂଶି(୧୮) । ରେମିଶା ଓ ନଶିଦାଙ୍କ ବିବାହ ଶେଷ ହୋଇଥିଲା । ସେମାନେ ଓନାମ ପର୍ବ ପାଇଁ ବାପା ମା’ଙ୍କ ପାଖକୁ ଆସିଥିଲେ । ବୁଧବାର ୩ ଭଉଣୀ ସେମାନଙ୍କ ବାପାଙ୍କ ସହ କୋଟ୍ଟୋପାଡାମ ପୋଖରୀକୁ କପଡ଼ା ସଫା କରିବା ଓ ଗାଧୋଇବା ପାଇଁ ଯାଇଥିଲେ । ଏହି ସମୟରେ ସବୁ କିଛି ଓଲଟ ପାଲଟ ହୋଇ ଯାଇଥିଲା । ୩ ଯୁବତୀଙ୍କ ସେମାନଙ୍କ ଭାଇ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଘରେ ରହିଛନ୍ତି । ମା’ ତାଙ୍କ ପୁଅକୁ ଗୋଟିଏ କିଡ୍‌ନୀ ଦେଇଛନ୍ତି । ଉଭୟଙ୍କ ଚିକିତ୍ସା ଚାଲିଥିବାରୁ ଘର କଥା ବାପା ହିଁ ବୁଝୁଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button