ହମାସ ବିରୋଧରେ ଇସ୍ରାଏଲର ଯୁଦ୍ଧ ଘୋଷଣା – Ibnodisha

[ad_1]
ନୂଆଦିଲ୍ଲୀ: ପାଲେଷ୍ଟାଇନକୁ ପାନେ ଦେବାକୁ ଏବେ ଯୁଦ୍ଧ ମୈଦାନରେ ନିଜର ଫାଇଟର ଜେଟକୁ ନିଯୁକ୍ତ କରିଛି ଇସ୍ରାଏଲ୍ । ଇସ୍ରାଏଲର ସେନା ଗାଜା ପଟ୍ଟି ପଟରୁ ହମାସ ବିରୋଧରେ ‘ଅପରେସନ୍ ଆଇରନ୍ ସ୍କ୍ୱାର୍ଡ’ ଆରମ୍ଭ କରିଛି । ଖାଲି ସେତିକି ନୁହେଁ ଆକାଶ ପଥରେ ମଧ୍ୟ ଆକ୍ରମଣ ଆରମ୍ଭ କରିଦେଇଛି ଇସ୍ରାଏଲ ସେନା । ଆକାଶରେ ଏବେ ଲଢୁଆ ବିମାନ ପଇଁତରା ମାରୁଥିବାବେଳେ, ବିଭିନ୍ନ ଆତଙ୍କବାଦୀ ସଙ୍ଗଠନ ଉପରେ ଇସ୍ରାଏଲ ତରଫରୁ ପାଲଟା ଆକ୍ରମଣ କରାଯାଇଛି ।ଏହାରି ଭିତରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ବଡ ବୟାନ ରଖିଛନ୍ତି । ସେ କହିଛନ୍ତି, ଆମେ ଯୁଦ୍ଧ ମୈଦାନକୁ ଓହ୍ଲାଇ ସାରିଛୁ । ଏହା କୌଣସି ପ୍ରକାର ଅପରେସନ୍ ନୁହେଁ । ହମାସ ଇସ୍ରାଏଲ ଏବଂ ତାର ନାଗରିକଙ୍କ ଉପରେ ଆକ୍ରମଣ କରିଛି ।
ତେଣୁ ସର୍ବପ୍ରଥମେ ଇସ୍ରାଏଲରେ ବେଆଇନ୍ ଭାବେ ପଶିଥିବା ଆତଙ୍କବାଦୀଙ୍କୁ ଧ୍ୱଂସ କରିବାକୁ ମୁଁ ଆଦେଶ ଦେଇଥିବା କହିଛନ୍ତି ନେତାନ୍ୟାହୁ । ଶନିବାର ସକାଳେ ପାଲେଷ୍ଟାଇନର ଆର୍ମ୍ସ ଗ୍ରୁପ ହମାସ ଗାଜା ପଟିରୁ ଇସ୍ରାଏଲ ଉପରେ ରକେଟ୍ ଆକ୍ରମଣ କରିଥିଲା । ୨୦ ମିନିଟ୍ ଭିତରେ ପାଖାପାଖି ୫ ହଜାର ରକେଟ୍ ଆକ୍ରମଣ କରିଥିବା ପାଲେଷ୍ଟାଇନ୍ । ଖାଲି ସେତିକି ନୁହେଁ, ଇସ୍ରାଏଲ ଭିତରେ ଆତଙ୍କବାଦୀମାନେ ମଧ୍ୟ ବେଆଇନ୍ ଭାବେ ପଶିବା ସହିତ କିଛି ସୈନ୍ୟ ଗାଡିକୁ ମଧ୍ୟ କବଜା କରିନେଇଛନ୍ତି । ତା ସହିତ ପାଞ୍ଚ ଜଣ ସୈନିକଙ୍କୁ ମଧ୍ୟ ଅପହରଣ କରିନେଇଛନ୍ତି ।
[ad_2]