ବାପା ହେବାରେ ବାଧା ସୃଷ୍ଟି କରେ ଏହି ତିନୋଟି ଖାଦ୍ୟ, ସ୍ପର୍ମ କ୍ଵାଲିଟି ମଧ୍ୟ ହୋଇଥାଏ ଖରାପ

ପୁରୁଷଙ୍କୁ ନିଜ ସ୍ୱାସ୍ଥ୍ୟ ପାଇଁ ନିଜେ ବୁଝିବା ଅତି ଆବଶ୍ୟକ ଅଟେ, ସ୍ୱାସ୍ଥ୍ୟ ସମସ୍ତଙ୍କ ଜୀବନର ମୁଖ୍ୟ ଭାଗ ହୋଇଥାଏ ଏହା ଖରାପ ହେଲେ ଲୋକ କିଛି କରି ପାରିବେ ନାହିଁ, କିନ୍ତୁ ଯଦି ସ୍ୱାସ୍ଥ୍ୟ ଧ୍ୟାନ ରଖିବେ ଓ ସ୍ୱାସ୍ଥ୍ୟ ଭଲ ରହିବ ତେବେ ସବୁ କାମ ମଙ୍ଗଲ ହେବ । ନିୟମିତ ରୂପରେ ୱାର୍କଆଉଟ କଲେ ଏବଂ ଏହା ସହ ଚିନ୍ତା ମୁକ୍ତ ରହିବେ ତେବେ ଆପଣଙ୍କ ସବୁ କାମରେ ମନ ଲାଗିବ । ତେବେ ଯଦି ଆପଣଙ୍କ କ୍ଷତ୍ରରେ ବାପା ହେବାର ସମସ୍ୟା ଦେଖାଯାଉଛି ତେବେ ଜାଣନ୍ତୁ ଏହା ପଛରେ ଥିବା କାରଣ ।
Image Courtesy: Google
ଯଦି ଆପଣ ବାପା ହବାକୁ ଚାହାଁନ୍ତି ତେବେ ଆପଣଙ୍କୁ ନିଜ ଖାଇବା ଉପରେ ବିଶେଷ ଧ୍ୟାନ ଦବା ଉଚିତ, ଯଦି ଆପଣଙ୍କ ପତ୍ନୀଙ୍କର କିଛି ଅସୁବିଧା ନ ଥାଇ ମଧ୍ୟ କଂସିବ କରିବାରେ ଅସୁବିଧା ହେଉଛି ତେବେ ଆପଣଙ୍କୁ ନିଜ ଖାଦ୍ୟ ଉପରେ ଧ୍ୟାନ ଦବା ଉଚିତ ଅଟେ ।
ଏହି ତିନୋଟି ଖାଦ୍ୟ ଖାଇଲେ ପୁରୁଷ ବାପା ହୋଇ ପାରନ୍ତି ନାହିଁ :
ମଦ :
ପୁରୁଷମାନେ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ମଦ ପିଇବେ ବା ଔସତ ମାତ୍ରା ରେ ମଦ ପିଇବେ ତେବେ ଏହା ଦ୍ଵାରା ଆପଣଙ୍କ ବୈବାହିକ ଜୀବନ ଖରାପ ହୋଇପାରେ ଏବଂ ଆପଣଙ୍କ ବାପା ହବା ସ୍ଵପ୍ନ ମଧ୍ୟ ଭାଙ୍ଗି ପାରେ । ମଦ ପିଇଲେ ଟେଷ୍ଟୋଷ୍ଟେରୋନ ପ୍ରଭାବିତ ହୋଇଥାଏ ଏବଂ ଆପଣଙ୍କ ସ୍ପର୍ମ କାଉଣ୍ଟ କମ ହୋଇଥାଏ ଯାହା ଫଳରେ ବାପା ହବା ପାଇଁ ଅସୁବିଧା ହୋଇଥାଏ ।
Image Courtesy: Google
ପ୍ରୋସେଷ୍ଦ ମୀଟ :
ବେକନ, ହମ, ସାଲାମି ଓ ହଟ ଡଗ ମଧ୍ୟ ଆପଣଙ୍କ ହୃଦୟ ସ୍ୱାସ୍ଥ୍ୟ ପାଇଁ ବିପଦ ହୋଇଥାଏ, ଏହା ଛଡା ଏହି ଖାଦ୍ୟ ଗୁଡିକ ଖାଇଲେ ସ୍ପର୍ମ କାଉଣ୍ଟ କମ ହୋଇଥାଏ ଏବଂ ସ୍ପର୍ମ ଗତିଶୀଳତା କମ ହୋଇଥାଏ ଯାହା ପାଇଁ କଂସିବ କରିବା ରେ ଅସୁବିଧା ହୋଇଥାଏ । ସେଥିପାଇଁ ଯଦି ଆପଣ ବାପା ହବା ପାଇଁ ଯୋଜନା କରୁଛନ୍ତି ତେବେ ଏହି ଜିନିଷ ଗୁଡିକ ସେବନ କରନ୍ତୁ ନାହିଁ ।