IBN ଓଡ଼ିଶା ବ୍ୟୁରୋ

ରାହୁଲଙ୍କୁ ଆଶ୍ବସ୍ତି: ମାନହାନି ମାମଲାରେ ରୋକ୍ ଲଗାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ବିରୋଧରେ ଦେଇଥିବା ବୟାନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଏର ମାନହାନି ମାମଲାରେ ଚାଲିଥିବା ଆପରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମ୍‌କୋର୍ଟ ରୋକ୍ ଲଗାଇଛନ୍ତି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ରାୟ ବିରୋଧରେ ରାହୁଲ ଗାନ୍ଧୀଙ୍କ ଆବେଦନର ଶୁଣାଣି କରିଥିଲେ। ରାହୁଲ ଗାନ୍ଧୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି କହିଛନ୍ତି ଯେ ଏପରି ଅନେକ ରାୟ ରହିଛି ଯେଉଁଥିରେ ଦର୍ଶାଯାଇଛି ଯେ କେବଳ ପୀଡିତ ବ୍ୟକ୍ତି ଆପରାଧିକ ମାନହାନି ଅଭିଯୋଗ ଦାଖଲ କରିପାରିବେ ଏବଂ ଏକ ପ୍ରକ୍ସି ପାର୍ଟି ଦ୍ୱାରା ଏହା ଦାଖଲ କରାଯାଇପାରିବ ନାହିଁ।

ରାହୁଲ ଅମିତ ଶାହଙ୍କୁ ‘ହତ୍ୟା ଅଭିଯୁକ୍ତ’ ଏବଂ ବିଜେପି କର୍ମୀଙ୍କୁ ‘ମିଥ୍ୟାବାଦୀ ଓ କ୍ଷମତା ମଦମତ୍ତ’ ବୋଲି କହିଥିଲେ

ସିଙ୍ଘଭିଙ୍କୁ ଜବାବ ଦେବା ପାଇଁ କୋର୍ଟ ଅଭିଯୋଗକାରୀ ନବୀନ ଝା ଓ ଝାଡ଼ଖଣ୍ଡ ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି। ଏହା ସହ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଉପରେ କୋର୍ଟ ରୋକ୍ ଲଗାଇଛନ୍ତି। ଗତ ବର୍ଷ ଫେବ୍ରୁଆରିରେ ଝାଡ଼ଖଣ୍ଡ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଏର ମାନହାନି ମାମଲାକୁ ରଦ୍ଦ କରିବା ପାଇଁ କରାଯାଇଥିବା ଆବେଦନକୁ ଖାରଜ କରିଦେଇଥିଲେ। ୨୦୧୮ରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ନବୀନ ଝା ଉକ୍ତ ମାମଲା ରୁଜୁ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, କଂଗ୍ରେସ ନେତା ଅମିତ ଶାହଙ୍କୁ ହତ୍ୟା ଅଭିଯୁକ୍ତ ବୋଲି କହିଥିଲେ ଏବଂ ବିଜେପି କର୍ମୀମାନଙ୍କୁ ‘ମିଥ୍ୟାବାଦୀ’ ଓ ‘କ୍ଷମତା ମଦମତ୍ତ’ ବୋଲି କହିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button