IBN ଓଡ଼ିଶା ବ୍ୟୁରୋ

ନକ୍ସଲ ପ୍ରବଣ ଗ୍ରାମର ଯୁବକଙ୍କୁ ଖେଳ ପ୍ରତି ଆକୃଷ୍ଟ କରୁଛନ୍ତି ଯବାନ

ମାଲକାନଗିରି: ସୀମାନ୍ତ ସୁକମା ଜିଲ୍ଲାରେ ସିଆରପିଏଫ ତରଫରୁ ନକ୍ସଲ ପ୍ରବଣ ଯୁବକମାନଙ୍କୁ ଏକତ୍ରିତ କରି କିପରି ସେମାନେ ପାଠ ପଢିବା ସହ ଖେଳ ପ୍ରତି ଆଗ୍ରହ ବଢାଇବେ ସେନେଇ ବିଭିନ୍ନ ଖେଳ ପ୍ରତିଯୋଗିତା କରାଯାଇଛି। ସିଆରପିଏଫ କମାଣ୍ଡାଣ୍ଟ ରତିକାନ୍ତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କ୍ରିକେଟ ଏବଂ ଭଲିବଲ ପ୍ରତିଯୋଗିତା କରାଯାଇଥିଲା।

ସ୍ଥାନୀୟ ଯୁବକ ଯେପରି ନକ୍ସଲ ପ୍ରତି ଆକୃଷ୍ଟ ନହେବେ ସେଥିପାଇଁ ସେମାନଙ୍କୁ ଖେଳ ପ୍ରତି ଆକୃଷ୍ଟ କରାଇ ଆଗାମୀ ଦିନରେ ଜିଲ୍ଲା ତଥା ରାଜ୍ୟ ପାଇଁ ମଧ୍ୟ ଖେଳିବାର ସୁଯୋଗ ପ୍ରଦାନ କରାଯିବା ନେଇ ଏହି ପ୍ରୟାସ ଆରମ୍ଭ ହୋଇଥିବା କୁହାଯାଇଛି। ଏହି ଦୁଇ ପ୍ରତିଯୋଗିତାରେ ଭଲ ଖେଳୁଥିବା ଖେଳାଳୀଙ୍କୁ ଚୟନ କରାଯାଇ ସେମାନଙ୍କୁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପ୍ରଦାନ କରାଯିବ।

କମାଣ୍ଡାଣ୍ଟ ଶ୍ରୀ ବେହେରା ଯୁବକମାନଙ୍କୁ କହିଥିଲେ ଯେ ଖେଳ ହେଉଛି ଆମ ଜୀବନର ଏକ ଅଭିନ୍ନ ଅଙ୍ଗ। ପାଠ ସହ ବିଭିନ୍ନ ଖେଳ ପ୍ରତି ରୁଚି ରଖିବା ଉଚିତ। ଭଲ ଖେଳୁଥିବା ପ୍ରତିଯୋଗୀମାନଙ୍କୁ ସିଆରପିଏଫ ତରଫରୁ ଆଗକୁ ବଢିବାର ସମସ୍ତ ସହଯୋଗ ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। ଯୁବକମାନେ ଯେଭଳି ସହଯୋଗ ଚାହିଁବେ ସେଭଳି ପ୍ରଦାନ କରାଯିବ ବୋଲି କୁହାଯାଇଛି।
ନକ୍ସଲ ପ୍ରବଣ ଅଂଚଳର ଯୁବକମାନେ ଯେପରି ମୁଖ୍ୟସ୍ରୋତରେ ସାମିଲ ହେବେ ଏବଂ ଆଗକୁ ବଢିବେ ସେନେଇ ସରକାର ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି ବୋଲି କୁହାଯାଇଛି। ଅନ୍ୟ କ୍ୟାମ୍ପର କମାଣ୍ଡାଣ୍ଟ ମହାଦେବ ମଧ୍ୟ ସ୍ଥାନୀୟ ଯୁବକମାନଙ୍କୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button