IBN ଓଡ଼ିଶା ବ୍ୟୁରୋ

ସ୍ତ୍ରୀକୁ ମାରିଲେ ଯମ ଦ୍ଵାରରେ ମିଳେ ଏହି ଭୟଙ୍କର ଦଣ୍ଡ –

ବନ୍ଧୁମାନେ ଆପଣ ମାନେ ଜାଣନ୍ତି କି ଜନ୍ମ ଅବା ମୃତ୍ୟୁ ହେଉଛି ଏକ ନିରାଟ ସତ୍ୟ ଘଟଣା। ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରେ ତାର ମୃତ୍ୟୁ ଶୁନିଶ୍ଚିତ ହୋଇଥାଏ। ତେଣୁ ଶାସ୍ତ୍ର ଅନୁଯାୟୀ କୁହା ଯାଇଛି କି କୌଣସି ବି ମନୁଷ୍ୟ କିଛି ବି ଜିନିଷ କୁ ନିଜର ବା ମୋର ବୋଲି କହିବା ଅନୁଚିତ୍।କାରଣ ସବୁ ମନୁଷ୍ୟ ଖାଲି ହାତରେ ଆସେ ଏବଂ ଖାଲି ହାତରେ ଯାଏ।

ଏହା ସହିତ ଜନ୍ମ ବା ମରଣ ନିଜ କର୍ମ ଅନୁଯାୟୀ ହୋଇଥାଏ ଅର୍ଥାତ୍ ଉତ୍ତମ କର୍ମ କଲେ ଉତ୍ତମ ଫଳ ବା ସ୍ବର୍ଗ ପ୍ରାପ୍ତି ଅବା ଖରାପ କର୍ମ କଲେ ଖରାପ ବା ନର୍କଗାମୀ ହୋଇଥାଏ। ଯେଉଁ ମାନେ ଖରାପ କାମ ଯେପରି ପର ନିନ୍ଦା,ପର ଚର୍ଚ୍ଚା,ପର ଉପରେ କୁଠାର ଘାତ କରିବା ଅବା ପରକୁ କଷ୍ଟ ଦେବା ଭଳି କାମ କଲେ ନର୍କଗାମୀ ହୋଇଥାଏ ବୋଲି ଲେଖା ଅଛି।ସ୍ବର୍ଗ ଯାତ୍ରା ଆନନ୍ଦମୟ ହୋଇଥିବା ବେଳେ ନର୍କଗାମୀ ବହୁତ୍ କଣ୍ଟକିତ ହୋଇଥାଏ।

ମନୁଷ୍ୟ ପାପ କରି ବର୍ତ୍ତି ଗଲେ ମଧ୍ୟ ମୃତ୍ୟୁ ଲୋକରେ ତାକୁ ନର୍କରେ ବହୁ କଷ୍ଟ ମିଳେ ବା ତା ନିଜ କୁକର୍ମ ପାଇଁ ତାକୁ ଦଣ୍ଡ ମିଳେ। ଏହି ସବୁ କଥା ଗରୁଡ଼ ପୁରାଣରେ ବର୍ଣ୍ଣିତ କି ମନୁଷ୍ୟ କେଉଁ କର୍ମ କଲେ ଉତ୍ତମ ଫଳ ଅବା କେଉଁ କର୍ମ କଲେ ଦଣ୍ଡ ବା କଷ୍ଟ ମିଳେ। ଏହା ସହ ବେଳ ଥାଉ ଥାଉ ସାବଧାନ କଲା ଭଳି କେଉଁ କାମ କଲେ ଆମକୁ ସ୍ବର୍ଗ ପ୍ରାପ୍ତି ହେବ ତାହା ମଧ୍ୟ ଉଲ୍ଲେଖ କରା ଯାଇଛି।

ଏହା ଦ୍ଵାରା ଜଣେ ବ୍ୟକ୍ତି ଭଲ କର୍ମ କଲେ କେଉଁ ଫଳ ଏବଂ ଖରାପ କର୍ମ କଲେ କେଉଁ ଫଳ ମିଳେ ତାହା ଜାଣିପାରିଥାଏ। ତେଣୁ ବ୍ୟକ୍ତିକୁ ଭଗବାନଙ୍କ ପୂଜା ନୀତି ବା କର୍ମ ଉପରେ ବିଶ୍ୱାସ ବା ଭରସା ଅବା ମନୋ ନିବେଶ କରିବା ଉଚିତ୍। ଯାହା ଫଳରେ ବ୍ୟକ୍ତିକୁ ସ୍ବର୍ଗ ପ୍ରାପ୍ତି ହେବ। ତେଣୁ ଆସନ୍ତୁ ଆମେ ଜାଣିବା କି ଯେଉଁ ସ୍ବାମୀ ନିଜ ସ୍ତ୍ରୀକୁ କଟୁ କଥା ବା ମାରିବା ପାଇଁ କୁହେ ତାକୁ କି ପ୍ରକାର ଦଣ୍ଡ ମୃତ୍ୟୁପରେ ମିଳେ।

ପତ୍ନୀକୁ କଟୁ କଥା କହୁଥିବା ପୁରୁଷ ମାନେ ମୃତ୍ୟୁପରେ ନର୍କରେ ତାମିଷମ ନର୍କରେ ବର୍ଷ ବର୍ଷ ଧରି କଷ୍ଟ ପାଇଥାନ୍ତି। ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀକୁ କଟୁ କଥା କହିଥାନ୍ତି ବା ସନ୍ଦେହ କରନ୍ତି। ତାଙ୍କୁ ପୁତ୍ର ପ୍ରାପ୍ତି ହୋଇ ନାହିଁ ବୋଲି କଟୁ କଥା କୁହନ୍ତି ବା ମାଡ଼ ମାରନ୍ତି । ତାଙ୍କୁ ମୃତ୍ୟୁ ପରେ ଏକ ଚକ୍ରପାକ ପକ୍ଷୀ ହୋଇ ନର୍କରେ ରହିବାକୁ ମିଳେ। ଯେଉଁ ପୁରୁଷ ବିବାହ ପୂର୍ବରୁ ସମ୍ଭୋଗ କରିବା ପରେ ବିବାହ ପାଇଁ ମନା କରନ୍ତି ବା ପ୍ରତ୍ୟାଖ୍ୟାନ କରନ୍ତି । ସେମାନଙ୍କୁ ମୃତ୍ୟୁ ପରେ ଯମ ଲୋକରେ ପଶୁ ପରି ବ୍ୟବହାର କରାଯାଏ। ଏପରି ଆତ୍ମାକୁ କାଲଚୋତ ନର୍କରେ ତତଲା ରାସ୍ତାରେ ଘୋଷଡା ଯାଏ ଏବଂ ବର୍ଷ ବର୍ଷ ଧରି ଆତ୍ମାକୁ କଷ୍ଟ ଦିଆଯାଏ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button