ଏହି ସବୁ ରାଶିର ଯୋଡି ହୁଅନ୍ତି ସବୁଠୁ ଖରାପ କପଲ- ଜାଣନ୍ତୁ ଆପଣଙ୍କ ରାଶି ନାହିଁ ତ ?

କେବେ କେବେ କୌଣସି ପୁରୁଷ ବା ମହିଳାଙ୍କ ଭେଟ ପରେ ଆପଣଙ୍କୁ ଏମିତି ଲାଗେ ଯେମିତି ଦୁହେଁ ଦୁହିଁଙ୍କ ବହୁତ ଭଲ ଭାବରେ ବୁଝିପାରୁଛନ୍ତି । ଆପଣଙ୍କ ବିଚାର, ସୋଉକ, ରହିବା ଏସବୁ ଯେମିତି ଦୁହିଙ୍କ ମଧ୍ୟରେ ମିଶୁଛି । ଏମିତି ବି ଲାଗିଥାଏ ଯେମିତି ସବୁ ଗ୍ରହ ନକ୍ଷତ୍ର ତୁମକୁ ମିଶେଇବାକୁ ଚାହୁଁଛନ୍ତି ।
ହେଲେ କିଛି କାରଣରୁ ଆଗକୁ ସମ୍ପର୍କରେ ଅଶାନ୍ତି, ଲଢେଇ ଝଗଡ଼ା , ବିନା କାରଣରେ ବିବାଦ ହୋଇଥାଏ । କିଛି ରାଶି ଯେମିତି ଆଉ ଗୋଟେ ରାଶି ପ୍ରତି ଆକର୍ଷିତ ହୁଏ ସେହିପରି କିଛି ରାଶି ବିପରୀତ ବି ରହିଥାନ୍ତି । ଆସନ୍ତୁ ଜାଣିବା ଜ୍ୟୋତିଷଶାସ୍ତ୍ର ଅନୁସାରେ କେଉଁ କେଉଁ ରାଶି ଭଲ କପଲ ହେଇପାରନ୍ତି ନାହିଁ ।
ମକର ଓ ମେଷ
ଭଲ ବିଚାର, ରହିବା ଚଳିବା ଥିବା ମକର ରାଶିର ଲୋକ, ମନୁଆ, ଅଧିକା ରାଗୀ ପ୍ରକୃତିର ମେଷ ରାଶିର ଲୋକଙ୍କ ସହ କେବେବି ଏକାଠି ହେଇପାରନ୍ତିନି । ମେଷରାଶି ନିୟନ୍ତ୍ରଣ ରଖିବା ସ୍ଵଭାବ କାରଣରୁ ମକର ରାଶିର ଲୋକ ସେମାନଙ୍କ ସହ ମିଶିପାରନ୍ତିନି ।
କୁମ୍ଭ ଓ ବୃଷ
ଆଜାଦ ଓ ଖୁସିମିଞ୍ଜସରେ ରହୁଥିବା କୁମ୍ଭ ରାଶିର ଲୋକ , ଜିଦି ଓ ଦୃଢ଼ ସ୍ୱଭାବର ବୃଷ ରାଶିର ଲୋକଙ୍କ ସହ ସବୁ ବେଳେ ଲଢେଇ ଝଗଡା ହୁଏ । ବୃଷ ରାଶିର ଲୋକ କେବେବି କୁମ୍ଭ ରାଶିର ଲୋକଙ୍କ ଖୋଲା ବିଚାରକୁ ଗ୍ରହଣ କରି ପାରନ୍ତିନି ।
ମୀନ ଓ ମିଥୁନ
ମୀନ ରାଶି ଲୋକେ ସବୁବେଳେ ଅନ୍ୟର ଆବଶ୍ୟକ ଓ ଇଛାର ଖୟାଲ ରଖିବା ବେଳେ କିନ୍ତୁ ମିଥୁନ ରାଶି ଗୋଟେ କଥା କୁହନ୍ତି, କରନ୍ତି ଆଉ କିଛି, ତେଣୁ ଏମାନଙ୍କ ମଧ୍ୟରେ ସମାନତା ଆସେନି ।