ରାଜ୍ୟ

ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା: ବିରୋଧରେ ରାସ୍ତାରୋକ  – Ibnodisha

[ad_1]

ଅନୁଗୁଳ: ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥଗୁଡ଼ିକର ଶୋଚନୀୟ ଅବସ୍ଥା ବିରୋଧରେ ଆଜି ରାସ୍ତାକୁ ଓହ୍ଲାଇଛି ବିଜେଡି। ଜିଲ୍ଲା ବିଜେଡି ପକ୍ଷରୁ ଆଜି ପିଟିସି ଛକ‌ରେ ୨ ଘଣ୍ଟିଆ ରାସ୍ତାରୋକ କରାଯିବା ସହ କେନ୍ଦ୍ର ବିରୋଧରେ ନାରାବାଜି କରାଯାଇଛି। ସେହିପରି ତାଳଚେର ଏମ୍‌ସିଏଲ୍‌ରେ ସ୍ଥ‌ାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନଥିବାରୁ ଏହାକୁ ବିରୋଧ କରାଯାଇଛି।

ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ନେତୃତ୍ୱରେ ଆଜି ବିଜେଡି ନେତ‌ା ଓ କର୍ମୀ ସକାଳ ୮ଟାରୁ ପିଟିସି ଛକରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ୧୦ଟା ପର୍ଯ୍ୟନ୍ତ ଏହି ରାସ୍ତାରୋକ ଆନ୍ଦୋଳନ ଚାଲିଥିଲା। ଏହି ସମୟରେ ଏନଏଚ୍‌ଏଆଇ ଓ କେନ୍ଦ୍ର ସରକାର ବିରୋଧରେ ନେତାମାନେ ସ୍ଲୋଗାନ ଦେବା ସହ ତୁରନ୍ତ ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ଶେଷ କରିବାକୁ ଦାବି କରିଥିଲେ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଳଲହଡ଼ା ବିଧାୟକ ମୁକେଶ ପାଳ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଅନୁଗୁଳ ଜିଲ୍ଲା ବିଜେଡି ସହ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ କୁନ ବିହାରୀ ଦାସ, ଅନୁଗୁଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପ୍ରତିନିଧି ଅରୁଣାଭ ସିଂହ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ପ୍ରତିନିଧି ସନ୍ତୋଷ ଦାସ, ଏୟୁସିସି ବ୍ୟାଙ୍କ ସଭାପତି ସନ୍ତୋଷ ପ୍ରଧାନ, ଜିଲ୍ଲା ପରିଷଦ ସଭାନେତ୍ରୀ ବବିତା ପ୍ରଧାନ, ଜିଲ୍ଲା ମହିଳା ବିଜେଡି ସଭାପତି ବିଦ୍ୟୁତ୍‌ଲତା ପ୍ରଧାନ, ଜିଲ୍ଲା ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ, ଜିଲ୍ଲା ଛାତ୍ର ସଭାପତି ରାଜୀବ ଲୋଚନ ଦାସ, ସମସ୍ତ ବ୍ଲକ ଓ ପୌରପାଳିକାର ଅଧ୍ୟକ୍ଷ, ଅନୁଗୁଳ ପୌରପାଳିକାର ସମସ୍ତ ବିଜେଡି କାଉନସିଲର, ସମସ୍ତ ବ୍ଲକ ଓ ପୌରପାଳିକାର ବିଜେଡି ସଭାପତି, ସମବାୟ ବ୍ୟାଙ୍କ ନିର୍ଦେଶକ ସରୋଜ ନାଏକ, ରାଜ୍ୟ ଯୁବ ବିଜେଡି ଉପସଭାପତି ସୁଜିତ ଦ୍ବିବେଦୀ, ଛାମୁଆ ସଂଗଠନର ସଭାପତି ଓ କର୍ମକର୍ତ୍ତା ପ୍ରମୁଖ ଏହି ରାସ୍ତାରୋକରେ ସାମିଲ ହୋଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button