ରାଜ୍ୟ

୬ଦଫା ଦାବି ନେଇ ବିଧାୟକଙ୍କ ଦ୍ବାରସ୍ଥ ହେଲେ ଯୋଗାଣ ସହାୟକ – Ibnodisha

[ad_1]

ଜୟପୁର: ୬ଦଫା ଦାବିକୁ ନେଇ ଓଡିଶା ରାଜ୍ୟ ଯୋଗାଣ ସହାୟକ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଦ୍ବାରସ୍ଥ ହେବା ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ସଂଘର ଡି.ସନ୍ତୋଷ କୁମାର, ପ୍ରଶାନ୍ତ ପଣ୍ଡା, ମଧୁସୂଦନ ରାଉତ, ଲାଜର ଟାକ୍ରୀ, ପ୍ରଦୀପ୍ତ ଟାକ୍ରୀ, ଚନ୍ଦନ ନାୟକ, ଅରୁଣ କୁମାର ସ୍ବାଇଁ, ବୃନ୍ଦାବନ ହାଲବା, ସିଦ୍ଧାର୍ଥ ଶର୍ମା, ସନତ ଦାଶ, ଗୁପ୍ତ ପ୍ରସାଦ ପାଢ଼ୀ ପ୍ରମୁଖ। ଦାବି ଗୁଡିକ ସଂପର୍କରେ ଶୁଣିବା ପରେ ସେ ଏଦିଗରେ ସମର୍ଥନ କରି ସହଯୋଗ କରିବାକୁ ଅନୁରୋଧ କରିଥିଲେ। ବିଧାୟକ ଦାବି ଗୁଡିକରେ ଯଥାର୍ଥତା ରହିଥିବା କହିବା ସହ ସେ ବିଧାନସଭାରେ ସେ ଏ ନେଇ ପ୍ରଶ୍ନ ଉଠାଇବେ ବୋଲି କହିଛନ୍ତି।  ଦାବି ଗୁଡିକ ମଧ୍ୟରେ ସ୍ଥାୟୀ ଚାକିରି, ମାସିକ ୨୫ହଜାର ଟଙ୍କା ଦରମା, ଯୋଗାଣ ସହାୟକଙ୍କ ନାଁରେ ପିଡିଏସ ଲାଇସେନ୍ସ ପ୍ରଦାନ କରିବା, ମୃତ୍ୟୁ କାଳୀନ ସହାୟତା ରାଶି ପ୍ରଦାନ ସହ ପରିବାରବର୍ଗର ଜଣକୁ ଚାକିରି, ପଂଚାୟତରାଜ ବିଭାଗରୁ ନିବୃତ୍ତ କରି ଯୋଗାଣ ବିଭାଗ ସହ ସଂଯୋଗୀକରଣ କରିବା,  ଇ-ପୋସ ଯନ୍ତ୍ରାଂଶ ପରିଚାଳାନା ପାଇଁ ପ୍ର‌ତ୍ସାହନ ରାଶି ପ୍ରଦାନ, ମାସିକ ପିଡିଏସ୍ ବିତରଣରେ ୨ପ୍ରତିଶତ ନିଅଣ୍ଟକୁ ଭରଣା କରିବା ଆଦି ରହିଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button