ରାଜ୍ୟ

Majhighariani Temple: ମା’ ମଝିଘରିଆଣୀ ମନ୍ଦିର ହୁଣ୍ଡି ଗଣତି ଆରମ୍ଭ, ରାଜସ୍ବ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଖୋଲିଛି ଦାନ ହୁଣ୍ଡି

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ରାୟଗଡ଼ା ଅଧିଷ୍ଠାତ୍ରୀ ମାଆ ମଝିଘରିଆଣୀ ମନ୍ଦିରର ଦାନ ହୁଣ୍ଡିର ଟଙ୍କା ଗଣତି । ବିଭିନ୍ନ ସାମାଜିକ ସଂଗଠନର ମହିଳା ମାନେ ଗଣତି କାର୍ଯ୍ଯରେ ନିୟୋଜିତ ଅଛନ୍ତି । ମାଆଙ୍କ ପୂଜାର୍ଚ୍ଚନା ପରେ ୨ମାସ ପରେ ଆଜି ରାଜସ୍ବ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଦାନ ହୁଣ୍ଡି ଖୋଲାଯାଇଛି । ଗତଥର ଦାନ ହୁଣ୍ଡିରୁ ନଗଦ ଏକ କୋଟି ୨୨ ଲକ୍ଷ ୨୯ ହଜାର ୬୨୩ କେଜି ୧୩୦୦ ଗ୍ରାମ ରୂୁପା ଓ ୩୨ ଗ୍ରାମ ସୁନା ବାହାରିବା ସହ ୯ଟି ବିଦେଶୀ ନୋଟ୍ ବାହାରିଥିଲାଭି । ଏହାସହ ୟୂପିଆଇ ସ୍କାନରରେ ୩ଲକ୍ଷ ୯୭ ହଜାର ୨୩୧ ଟଙ୍କା ମିଳିଛିଭି । ଏହାସହ ୩୨ ଗ୍ରାମ ସୁନା ଓ ୧୩୦୦ ଗ୍ରାମ ରୁପା ଦାନହୁଣ୍ଡିରୁ ବାହାରି ଥିବା ଚଳିତ ଥର ୟୁନିୟନ୍ ବ୍ଯାଙ୍କ ଅଫ୍ ଇଣ୍ଡିଆରେ ଗଣତି ଟଙ୍କା ଜମା କରାଯିବଭି । ଏଥିପାଇଁ ବ୍ଯାଙ୍କର କର୍ମଚାରୀ ମାନେ ମଧ୍ଯ ଉପସ୍ଥିତ ରହିଛନ୍ତିଭି । ଆଜି ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରାୟ ୧୦୦ ଜଣ ମହିଳା ସାମିଲ ହୋଇଛନ୍ତି । ଦାନ ହୁଣ୍ଡିରୁ ବାହାରି ଥିବା ଅର୍ଥ ମନ୍ଦିରର ଉନ୍ନତି, ପରିଚାଳନା ସହ ବିଭିନ୍ନ ସାମାଜିକ କାର୍ଯରେ ଖର୍ଚ୍ଚ ହେବ ବୋଲି ମନ୍ଦିର ପରିଚାଳନା ଟ୍ରଷ୍ଟର ସଭାପତି ସୂଚନା ଦେଇଛନ୍ତି।.

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button