IBN ଓଡ଼ିଶା ବ୍ୟୁରୋ

ପତାକା ଉତ୍ତୋଳନ ପାଇଁ ଛିଡ଼ା ହୋଇଥିବା ପ୍ରଧାନଶିକ୍ଷକ ମଦ ନିଶାରେ ହେଉଥିଲେ ଟଳମଳ

ନୂଆଦିଲ୍ଲୀ: ବିହାରରେ ମଦବିକ୍ରି ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ମଦ ନିଷେଧ ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବାର ଅନେକ ଘଟଣା ସାମ୍ନାକୁ ଆସିଛି।

ଗଣତନ୍ତ୍ର ଦିବସ ଅବସରରେ ମୁଜଫରପୁର ଜିଲ୍ଲାର ମୀନାପୁର ବ୍ଲକରେ ଅବସ୍ଥିତ ଧରମପୁର ମାଧ୍ୟମିକ ବିଦ୍ୟାଳୟରୁ ଏକ ସଦ୍ୟତମ ମାମଲା ସାମ୍ନାକୁ ଆସିଛି। ଏହି ସ୍କୁଲରେ ଗଣତନ୍ତ୍ର ଦିବସ ପାଳନ ସମୟରେ ପ୍ରଧାନଶିକ୍ଷକ ପତାକା ଉତ୍ତୋଳନ ପାଇଁ ମଦ ନିଶାରେ ଟଳମଳ ହୋଇ ପହଞ୍ଚିବା ପରେ ବିଶୃଙ୍ଖଳା ଦେଖା ଦେଇଥିଲା।

ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଧାନ ଶିକ୍ଷକଙ୍କୁ ପୁଲିସ ଗିରଫ କରି ନେଇଥିଲା। ଗିରଫ ପ୍ରଧାନ ଶିକ୍ଷକଙ୍କ ନାମ ସଞ୍ଜୟ ସିଂହ, ଯିଏ ଗତ ୩ ବର୍ଷ ଧରି ଉକ୍ତ ବିଦ୍ୟାଳୟରେ ନିୟୋଜିତ ଅଛନ୍ତି।

ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି, ‘ ଯେତେବେଳେ ପ୍ରଧାନଶିକ୍ଷକ ସଞ୍ଜୟ ସିଂହ ସ୍କୁଲରେ ପତାକା ଉତ୍ତୋଳନ କରିବା ପାଇଁ ଠିଆ ହୋଇଥିଲେ, ସେ ସିଧା ଠିଆ ହୋଇ ପାରୁ ନଥିଲେ। ତ୍ରିରଙ୍ଗାକୁ ସଲାମ କରିବା ସମୟରେ ମଧ୍ୟ ପ୍ରଧାନଶିକ୍ଷକ ମଦ ନିଶାରେ ଦୋହଲୁଥିଲେ। ପ୍ରଧାନଶିକ୍ଷକଙ୍କ ପାଟିରୁ ଏତେ ମାତ୍ରାରେ ମଦ ଦୁର୍ଗନ୍ଧ ବାହାରୁ ଥିଲା ଯେ ତାଙ୍କ ପାଖରେ କେହି ଠିଆ ହୋଇ ପାରୁ ନଥିଲେ।
ପ୍ରଧାନଶିକ୍ଷକଙ୍କ ଏଭଳି ଅବସ୍ଥା ଦେଖି ଗାଁ ଲୋକେ ତୁରନ୍ତ ସ୍ଥାନୀୟ ବିଧାୟକ ମୁନ୍ନା ଯାଦବ ଏବଂ ପୁଲିସକୁ ଖବର ଦେଇଥିଲେ।

ସୂଚନା ପାଇବା ପରେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘଟଣାସ୍ଥଳରେ ପହଞ୍ଚି ମଦ୍ୟପ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଥିଲା। ପୁଲିସ ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲା ଯେ ପ୍ରଧାନଶିକ୍ଷକ ଅତ୍ୟଧିକ ମଦ୍ୟପାନ କରି ସ୍କୁଲ‌ରେ ପହଞ୍ଚି ପତାକା ଉତ୍ତୋଳନ ପାଇଁ ଯାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button