IBN ଓଡ଼ିଶା ବ୍ୟୁରୋ

ଯଦି ଆପଣବି ହାର୍ଟ ରୋଗୀ ତେବେ ଆଜିଠୁ ଆରମ୍ଭ କରିଦିଅନ୍ତୁ ଏହି ସବୁ ଜିନିଷର ସେବନ

ବର୍ତ୍ତମାନ ସମୟରେ ଲୋକମାନେ ଟଙ୍କା କମାଇବାରେ ଏତେ ବ୍ୟସ୍ତ ଅଛନ୍ତି କି ନିଜର ଠିକ ଭାବରେ ଦ୍ୟାନ ନେଇ ପାରୁ ନାହାଁନ୍ତି । ଯେଉଁ କାରଣରୁ ଶରୀରରେ ଅନେକ ରୋଗ ଘର କରିନିଏ । ଶେଠୀ ମଧ୍ୟରୁ ଗୋଟିଏ ଅଟେ ହାର୍ଟଟାକ । ଆଜିକାଲି ହାର୍ଟଟାକ୍ ବହୁତ୍ ଗମ୍ଭୀର ସମସ୍ୟାର ରୂପ ନେଉଛି । ଏହାର କାରଣ ହେଉଛି ସନ୍ତୁଳିତ ଖାଦ୍ୟ, ଭୋଜନ ଠାରୁ ଦୂରେଇ ରହିବା, ଏକ୍ସରସାଇଜ ନକରିବା ଦ୍ଵାରା ହାର୍ଟ ରୋଗ ପ୍ରଚୁର ମାତ୍ରାରେ ଗମ୍ଭୀର ରୂପ ନେଉଛି । ଆଜି ଆମେ ଆପଣଙ୍କୁ ହାର୍ଟଟାକରୁ ବଞ୍ଚିବା ପାଇଁ କେଉଁ ଜିନିଷ ଖାଇବା ଉଚିତ୍ ସେ ବିଷୟରେ ଜଣାଇବୁ ।

ଓଟ୍ସ-

ଓଟ୍ସ ର ସେବନ ହାର୍ଟ ରୋଗୀଙ୍କ ପାଇଁ ବହୁତ୍ ଭଲ ହୋଇଥାଏ । ଓଟ୍ସ ସକାଳର ଜଳଖିଆ ପାଇଁ ସବୁଠାରୁ ଉତ୍ତମ ଖାଦ୍ୟ କାରଣ ଏହାକୁ ଖାଇବା ଦ୍ଵାରା ପେଟ ଭରପୁର ରହିଥାଏ ଏବଂ ଏହା ହାର୍ଟ ପାଇଁ ମଧ୍ୟ ଉତ୍ତମ ଅଟେ । ଓଟ୍ସ ରେ ଭିଟା ଗ୍ଲୁକୋନ ରହିଛି ଯାହାକି ଏକ ଘୂର୍ଣ୍ଣନଶୀଳ ଫାଇବର୍ ଅଟେ । ଏହାର ସାହାଯ୍ୟରେ କୋଲେଷ୍ଟ୍ରଲର ପରିମାଣ କମ ରହିଥାଏ ।

ସବୁଜ ପରିବା-
ସବୁଜ ପତ୍ରଥିବା ପରିବା ଯେମିତିକି ପାଳଙ୍ଗ, ମେଥି ଶାଗ, ମୂଳା ଶାଗ, ବନ୍ଧାକୋବି ଖାଇବା ଦ୍ଵାରା ହୃଦରୋଗ ଓ କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ମୁକ୍ତି ମିଳି ପାରିବ । କାରଣ ଏସବୁରେ ଚର୍ବି ଅଂଶ ନଥାଏ ଓ କ୍ୟାଲୋରୀ ବଢିବାର ଚିନ୍ତା ମଧ୍ୟ ନଥାଏ । ବରଂ ଏଥିରେ ଫାଇବର ଥାଏ ଏହା ଛଡା ପୋଟାସିୟମ, କ୍ୟାଲସିୟମ, ଫଲିକ ଏସିଡ ଓ ମ୍ୟାଗ୍ନେସୀୟମ ମଧ୍ୟ ରହି ଥାଏ ।

ବାଦାମ-

ବାଦାମ ସେବନ ଦ୍ଵାରା ଶରୀରରେ କୋଲେଷ୍ଟ୍ରୋଲ୍ ଲେବୁଲ୍ କମ୍ ରୁହେ । ଏହା ସହିତ ବ୍ଲଡକ୍ଲଟ ହେବାରୁ ମଧ୍ୟ ରକ୍ଷା କରେ । ବାଦାମରେ ବି ୧୭, ଇ, ମିନେରାଲ, ମ୍ୟାଗ୍ନେସିୟମ୍, ଆଇରନ , ଜିଙ୍କ ଓ ମୋନୋସେଚ୍ୟୁରେଟେଡ ଫ୍ୟାଟ୍ ଭରପୁର ପରିମାଣର ଥାଏ ।

ଅନାଜ୍ ବା ଶସ୍ୟ-

ଶସ୍ୟ ଜାତୀୟ ଦ୍ରବ୍ୟ ମଧ୍ୟରେ ଆପଣ ଗହମ, ମକା, ଡାଲି, ରାଜମା ଓ ଚାଉଳ ଆଦି ଆପଣ ଖାଇ ପାରିବେ । ଏହା ଆପଣଙ୍କ ହାର୍ଟ ପାଇଁ ଲାଭଦାୟକ ଅଟେ କାରଣ ଏଥିରେ ଫାଇବର ଓ ଭିଟାମିନ ପ୍ରଚୁର ପରିମାଣରେ ଥାଏ । ଏହା ବ୍ୟତୀତ ଆଣ୍ଟି ଅକ୍ସିଡେ଼ଣ୍ଟ୍, ଆଇରନ , ମ୍ୟାଗ୍ନେସୀୟମ ଓ ଭିଟାମିନ- ଈ ଭରପୁର ମାତ୍ରାରେ ଥାଏ । ଏହାକୁ ପ୍ରତିଦିନ ଖାଇଲେ ବ୍ଲଡ଼ପ୍ରେସର୍ କଣ୍ଟ୍ରୋଲ ହୋଇ ରହିଥାଏ ।

ସୋୟାବିନ-

ହାର୍ଟଟାକରୁ ବଞ୍ଚିବା ପାଇଁ ସୋୟା କ୍ଷୀରରୁ ପ୍ରସ୍ତୁତ ସୋୟା ଦହି ଖାଆନ୍ତୁ । ଯଦି ଆପଣ ମାଂସ ଖାଉଛନ୍ତି ତେବେ ମାଂସ ନଖାଇ ସୋୟାରେ ପ୍ରସ୍ତୁତ ଖାଦ୍ୟକୁ ସେବନ କରନ୍ତୁ, କାରଣ ମାଂସରେ ପ୍ରଚୁର ପରିମାଣରେ ଫ୍ୟାଟ ଥାଏ । ଯାହାକି କୋଲେଷ୍ଟ୍ରୋଲ କୁ ବଢାଇଥାଏ । ତେଣୁ ନିୟମିତ ଉପରୋକ୍ତ ଦ୍ରବ୍ୟକୁ ସେବନ କରନ୍ତୁ ଓ ସୁସ୍ଥ ରୁହନ୍ତୁ । ଆପଣ ସୁସ୍ଥ ରହିଲେ ଦୁନିଆ ଆଗକୁ ବଢିବ । ଯଦି ଆପଣଙ୍କର କିଛି ପ୍ରଶ୍ନ ଥାଏ ତେବେ କମେଣ୍ଟ୍ ମାଧ୍ୟମରେ ଜଣାଇବେ । ଆଗକୁ ହେଲ୍ଥ ଟିପ୍ସ ସମ୍ବନ୍ଧରେ ଜାଣିବା ପାଇଁ ଆମ ପେଜ କୁ ଲାଇକ କରିବେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button