ମନୋରଞ୍ଜନ

ଫ୍ରାଇଡେ ରିଲିଜ୍‌: ଆଜି ମୁକ୍ତିଲାଭ କରିବ ‘ଆଞ୍ଜେଲ୍‌’

ଭୁବନେଶ୍ବର: ଶୁଭମ ସିନେ ପ୍ରଡକ୍ସନ୍‌ ନିବେଦିତ ଓଡ଼ିଆ ଫିଲ୍ମ ‘ଆଞ୍ଜେଲ’ ପରଦାକୁ ଆସୁଛି। ସସ୍‌ପେନ୍ସ, ଥ୍ରିଲରରେ ଭରପୂର ଏହି ନୂଆ ଚଳଚ୍ଚିତ୍ର ଶୁକ୍ରବାର ଓଡ଼ିଶାର ଭୁବନେଶ୍ବରର ନେକ୍ସସ୍‌ ଏସ୍‌ପ୍ଲାନେଡ, ଡିଏନ୍‌ ରେଗାଲିଆ, ଉତ୍କଳ କନିକା ଗ୍ୟାଲେରିଆ ଓ ଶ୍ରୀୟା, ସ୍ବାତୀ, ସ୍ତୁତି ସହ ଓଡ଼ିଶାର ୨୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି। ଆସନ୍ତାକାଲି ଦିନ ୨ଟାରେ ଶ୍ରୀୟା ସିନେମା ହଲ୍‌ରେ ଏହାର ପ୍ରିମିୟର ସୋ’ ରହିଛି। ଜିତେନ୍ଦ୍ରୀୟ ପ୍ରଧାନ ଏହାର କାହାଣୀ ଓ ସଂଳାପ ଲେଖିବା ସହ ନିର୍ଦ୍ଦେଶନା ଦେଇଛନ୍ତି। ଜଣେ ସାହସୀ ପୁଲିସ ଅଧିକାରୀଙ୍କ ବାସଭବନରୁ ତାଙ୍କ ୮ ବର୍ଷର ଝିଅକୁ ଅପହରଣ ହେବା ଏବଂ ୨୪ଘଣ୍ଟା ମଧ୍ୟରେ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ପୁଲିସ ବିଭାଗ ସାମନା କରୁଥିବା ଆହ୍ବାନକୁ ନେଇ କାହାଣୀ ଆଗକୁ ବଢ଼ିଛି।

ନାୟକ ପାର୍ଥସାରଥୀ ରାୟ, ନାୟିକା କାଭ୍ୟା କିରଣ, ପ୍ରସନ୍‌ଜିତ ମହାପାତ୍ର ଓ ଅନ୍ୟାନ୍ୟ ଭୂମିକାରେ ଅମିତାଭ ପାତ୍ର, ଜିତେନ୍ଦ୍ରୀୟ ପ୍ରଧାନ, ସୃଜନ, ସୂର୍ଯ୍ୟକାନ୍ତ ଦଳେଇ, ଟୁକୁନ ଓ ଶିଶୁ କଳାକାର ସାଇ ତ୍ରିଷ୍ଣା ଅଭିନୟ କରିଛନ୍ତି। ସଙ୍ଗୀତ ଓ ପ୍ରଚ୍ଛଦପଟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଶେଷ ଦାସ। ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱ ମିଡିଆ ପ୍ଲାନର୍‌ର କ୍ରିଏଟିଭ୍‌ ମୁଖ୍ୟ ପ୍ରଣୟ ଜେଠୀ ନେଇଛନ୍ତି। ଭୁବନେଶ୍ବରରେ ଟିକେଟ୍‌ ଦର ୧୧୦ରୁ ୫୦୦ ଟଙ୍କା ରହିଛି। ସେହିପରି ଶୁକ୍ରବାର ସାରା ଦେଶରେ ମୁକ୍ତିଲାଭ କରିବ ସାହିଦ କାପୁର ଓ ପୂଜା ହେଗଡେଙ୍କ ଫିଲ୍ମ ‘ଦେବା’। କେବଳ ଭୁବନେଶ୍ବରରେ ଏହି ଫିଲ୍ମର ୮୫ଟି ସୋ ଲାଗିଛି। ପୁରା ଫିଲ୍ମ ଆକ୍ସନରେ ଭରପୁର ଥିବାରୁ ଆଗୁଆ ବୁକିଂ ହେଉଛି। ଭୁବନେଶ୍ବରରେ ଟିକେଟ୍‌ ଦର ୧୮୦ ଟଙ୍କାରୁ ୬୦୦ ପର୍ଯ୍ୟନ୍ତ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button