ମନୋରଞ୍ଜନ

କରଣ-କାର୍ତ୍ତିକ କଳି ତୁଟିଲା: ପୁଣି ଥରେ ନିର୍ମାଣ ହେବ କି ‌‘ଦୋସ୍ତାନା-୨’? – Ibnodisha

[ad_1]

ମୁମ୍ବାଇ: ‘ଦୋସ୍ତାନା-୨’ ସୁଟିଂ ସମୟରେ ସିନେ ନିର୍ମାତା କରଣ ଜୋହାର ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟାଙ୍କ ମଧ୍ୟରେ ବିବାଦ କଥା ଆପଣ ଜାଣିଥିବେ ନିଶ୍ଚୟ। ହେଲେ ‌ଏବେ ଶୁଣିବାକୁ ମିଳୁଛି ଯେ ସେ ଦୁହିଁଙ୍କ ଝଗଡ଼ା ଶେଷ ହୋଇଛି। ଦୁହିଁଙ୍କୁ ନିକଟରେ ଏକାସାଙ୍ଗରେ ଦେଖିବା ପରେ ଉଭୟଙ୍କ ମଧ୍ୟରେ ମୀମାଂସା ହୋଇଥିବା କୁହାଯାଇଛି।

କାର୍ତ୍ତିକ ଆର୍ଯ୍ୟନ ରବିବାର ଦିନ କରଣ ଜୋହରଙ୍କ ଘର ବାହାରେ ନଜର ଆସିଥିଲେ। ଏହାପରେ ଉଭୟ ଭଭୟଙ୍କ ସହ କଥା ହେଉଥିବାର ବି ଦେଖିବାକୁ ମିଳିଥିଲା। ଉଭୟଙ୍କୁ ଏକାଠି ଦେଖି ସେମାନଙ୍କ ଭିତ‌ରେ ଥିବା ପୁରୁଣା ବିବାଦର ଅନ୍ତ ଘଟିଛି ବୋଲି ଚର୍ଚ୍ଚା ହେଉଛି।

କରଣ ଜୋହର ‘ଶେହଜାଦା’ ଫିଲ୍ମ ସମୟରେ ଅଭିନେତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ନିକଟରେ ଏକ ସାକ୍ଷାତକାରରେ ‘ଦୋସ୍ତାନା ୨’ରୁ ବାହାରିଯିବାକୁ ନେଇ କାର୍ତ୍ତିକ ଆର୍ଯ୍ୟାନ ପ୍ରତିକ୍ରିୟା ଦେଇ କହିଥିଲେ, ‘‘ମୋ ମା ସର୍ବଦା ଶିକ୍ଷା ଦେଇଛନ୍ତି ଯେ ବଡ଼ ଲୋକଙ୍କ ସହିତ ମତଭେଦ ହୋଇଥିଲେ ଏ ବିଷୟରେ ଅଧିକ କହିବା ଉଚିତ୍ ନୁହେଁ। ମୁଁ କେବଳ ତାହା ଅନୁସରଣ କରୁଛି ଏବଂ ଏ ବିଷୟରେ କଥା ହୋଇପାରିବି ନାହିଁ। ‘ଦୋସ୍ତାନା ୨’ର ସୁଟିଂ ସମୟରେ ଟିକେ ଅସୁବିଧା ହୋଇଥିଲା। ତଥାପି ବି ମୋର କରଣ ଜୋହରଙ୍କ ସହିତ ଭଲ ସମ୍ପର୍କ ଅଛି।’’

‘ଦୋସ୍ତାନା ୨’ ସୁଟିଂ ସମୟରେ ହଠାତ୍ ଚର୍ଚ୍ଚା ହୋଇଥିଲା ​​ଯେ ନିର୍ମାତା କାର୍ତ୍ତିକ ଆର୍ଯ୍ୟାନଙ୍କୁ ଫିଲ୍ମରୁ କାଢ଼ି ଦେଇଛନ୍ତି। ଏହି ଚଳଚ୍ଚିତ୍ରଟି ଏହା ପରେ ଅଟକି ଯାଇଛି ଯେ ଆଜି ଯାଏ ନିର୍ମାଣ ହୋଇ ପାରିନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button