ବାହାନଗା ଟ୍ରେନ୍ ଟ୍ରାଜେଡି; ଚାର୍ଜଶିଟ୍ ଦାଖଲ କଲା ସିବିଆଇ – Ibnodisha

[ad_1]
ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାରେ ଆଜି ଚାର୍ଜଶିଟ୍ ଦାଖଲ କରିଛି ସିବିଆଇ। ଗିରଫ ୩ ରେଳ ଅଧିକାରୀଙ୍କ ନାଁରେ ଭୁବନେଶ୍ୱରରେ ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଏହି ତଦନ୍ତକାରୀ ସଂସ୍ଥା।ସିନିୟର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କ ନାଁରେ ଚାର୍ଜଶିଟ୍ ଦାଖଲ କରାଯାଇଛି। ଆଇପିସି ଦଫା ୩୦୪(୨), ୩୪ରେ ଓ ୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଏହି ଚାର୍ଜସିଟ୍ ଦାଖଲ କରିଛି ସିବିଆଇ।ରେଳ ବିଭାଗର ଏହି ତିନି ଅଧିକାରୀଙ୍କୁ ସିବିଆଇ ଗତ ଜୁଲାଇ ୭ ତାରିଖରେ ଗିରଫ କରିଥିଲା। ସେମାନେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ଗତ ଜୁନ୍ ୨ ତାରିଖରେ ଘଟିଥିଲା। ଏଥିରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିଲା। ରେଳ ମନ୍ତ୍ରାଳୟର ଅନୁରୋଧ ଓ ଓଡ଼ିଶା ସରକାରଙ୍କ ସହମତି କ୍ରମେ ତଥା ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ର ନିର୍ଦ୍ଦେଶ ଅନୁସାରେ ଏହି ଘଟଣା ନେଇ ସିବିଆଇ ଗତ ଜୁନ୍ ୬ ତାରିଖରେ ମାମଲା ରୁଜୁ କରିଥିଲା।
[ad_2]