ରାଜ୍ୟ

ଜଙ୍ଗଲରୁ ନର କଙ୍କାଳ ଠାବ : ହତ୍ୟା ସନ୍ଦେହ – Ibnodisha

[ad_1]

ଦେବଗଡ଼ : ଦେବଗଡ଼ ଥାନା କାଉଁଶିବାହାଳ ଗାଁ ରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆଜି କାଉଁଶିବାହାଳ ଗାଁ ନିକଟରେ ଥିବା ଏକ ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ହୋଇଛି । ତେବେ ସୂଚନା ଅନୁଯାୟୀ, ମଗରମୁହିଁ ହୁଲି ଜଙ୍ଗଲ ଭିତରେ ଏକ ନରକଙ୍କାଳ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଦେବଗଡ଼ ପୋଲିସ ପହଞ୍ଚି ନରକଙ୍କାଳ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଜବତ ହୋଇଥିବା ନରକଙ୍କାଳ ସଇଡ଼ା ଗ୍ରାମର ଲୋଚନ ଶବରଙ୍କ ୨୦ ବର୍ଷର ପୁଅ ସନ୍ତୋଷ ଶବରଙ୍କ ହୋଇଥିବା ପରିବାର ଲୋକେ ଚିହ୍ନଟ କରିଛନ୍ତି । ତେବେ ପ୍ରାୟ ୫ ମାସରୁ ଅଧିକ ହେବ ସନ୍ତୋଷ ନିଖୋଜ ଥିବା ବେଳେ ସୋମବାର ତାଙ୍କ କଙ୍କାଳ ଜବତ ହୋଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button