ରାଜ୍ୟ

ଘୁମୁସରରୁ ବ୍ରହ୍ମପୁର ବନଖଣ୍ଡମୁହାଁ ମହାବଳ, ମହାବଳ ବୋଲି ସ୍ପଷ୍ଟ କଲେ ଏସିଏଫ୍

ପାଟପୁର/ଦିଗପହଣ୍ଡି: ଗଜପତି ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାର ଘୁମୁସର ବନଖଣ୍ଡ ପରେ ମହାରାଷ୍ଟ୍ର ମହାବଳ ବାଘ ଏବେ ବ୍ରହ୍ମପୁର ବନଖଣ୍ଡ ଆଡ଼କୁ ମୁହାଁଇଛି। ଆଜି ଦିଗପହଣ୍ଡି ରେଞ୍ଜ୍ ଓ ସାନଖେମୁଣ୍ଡି ବ୍ଲକ୍ ଅଧୀନ ଗଙ୍ଗାପୁର ପଞ୍ଚାୟତର ନରସିଂହଗଡ଼ ଗ୍ରାମ ପାହାଡ଼ ପାଦଦେଶରେ ଥିବା ଜଙ୍ଗଲ ନିକଟରେ ବାଘର ପାଦଚିହ୍ନ ଠାବ ହୋଇଛି। ପାଦଟି ମଧ୍ୟ ମହାବଳ ବାଘର ବୋଲି ବ୍ରହ୍ମପୁର ଏସିଏଫ୍ ରୁଦ୍ରପ୍ରସାଦ ରଥ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଛନ୍ତି।

ବାଘର ଗତିବିଧି ଜଣାପଡ଼ିବା ପରେ ନରସିଂହଗଡ଼ ଗ୍ରାମ ସମେତ ନିକଟସ୍ଥ ଗଙ୍ଗାପୁର, ହରିଜନସାହି ଏବଂ ଢେପାଗୁଡ଼ା ଗ୍ରାମର ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି। ଏସିଏଫ୍ ଶ୍ରୀ ରଥ ଓ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟରଞ୍ଜନ ସାହୁ ସଦଳବଳେ ପହଞ୍ଚି ଅନୁଧ୍ୟାନ କରିଥିଲେ। ବିଭିନ୍ନ ସ୍ଥାନରେ କର୍ମଚାରୀମାନେ ଟ୍ରାକିଂ କରିଥିଲେ। ମାପଚୁପ ପରେ ପାଦଚିହ୍ନ ବାଘର ବୋଲି ସ୍ପଷ୍ଟ ହେବା ପରେ ୩ଟି ଟ୍ରାପ୍ କ୍ୟାମେରା ଲଗାଯାଇଛି। ତେବେ ଗ୍ରାମବାସୀ ଭୟଭୀତ ହେବାର କିଛି ଆବଶ୍ୟକ ନାହିଁ। କିନ୍ତୁ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ଶ୍ରୀ ରଥ ନିବେଦନ କରିଛନ୍ତି।

ମହାବଳ ବୋଲି ସ୍ପଷ୍ଟ କଲେ ଏସିଏଫ୍
ଲାଗିଲା ୩ ଟ୍ରାପ୍ କ୍ୟାମେରା

ସୂଚନା ଥାଉକି, ଉତ୍ତର ଘୁମୁସର ବନଖଣ୍ଡର କେନ୍ଦ୍ରୀୟ ବନାଞ୍ଚଳ ଗାଙ୍ଗପୁର ସେକ୍ସନ୍ ଅଧୀନ ମାଳତି ଜଙ୍ଗଲ ଇଲାକାରେ ଗତ ଏକ ସପ୍ତାହ ଧରି ମହାବଳ ବାଘ ବୁଲୁଥିବା ବେଳେ ଏହାକୁ କାବୁ କରିବାକୁ ବନ ବିଭାଗ କସରତ ଚଳାଇଥିଲା। ଏପରିକି ଶିମିଳିପାଳରୁ ଏକ ସ୍ବତନ୍ତ୍ର ଟିମ୍ ଯନ୍ତା ସହ ବାଘକୁ ଟ୍ରାଙ୍କୁଲାଇଜ୍ କରିବାକୁ ଆସି ଡେରା ପକାଇଛନ୍ତି। ଏହାପରଠୁ ମହାବଳର ପତ୍ତା ଆଉ ମିଳି ନଥିଲା। ଧରାକୋଟ ବ୍ଲକ୍ ଝାଡ଼ବନ୍ଧ ଓ ଡି.ସିଙ୍ଗିପୁର ମଧ୍ୟବର୍ତ୍ତୀ ଇଲାକାରେ ମଧ୍ୟ କିଛିଦିନ ତଳେ ପାଦଚିହ୍ନ ଠାବ ହୋଇଥିଲେ ହେଁ, ବାଘଟିର ଗତିବିଧି ସ୍ପଷ୍ଟ ହୋଇପାରୁ ନଥିଲା। ବର୍ତ୍ତମାନ ଉକ୍ତ ଇଲାକାକୁ ଛାଡ଼ି ବାଘଟି ବ୍ରହ୍ମପୁର ବନଖଣ୍ଡ ଆଡ଼କୁ ମୁହାଁଇଛି। ଆଉ ବନ ବିଭାଗର ଅଧିକାରୀମାନେ କଡ଼ା ନଜର ରଖିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button