IBN ଓଡ଼ିଶା ବ୍ୟୁରୋ

ଖାଲକୁ ଖସିଲା ତୀର୍ଥଯାତ୍ରୀ ବସ୍: ମୃତକଙ୍କ ସଂଖ୍ୟା ୭କୁ ବୃଦ୍ଧି

ଡାଙ୍ଗ (ଗୁଜରାଟ): ଗୁଜରାଟର ଡାଙ୍ଗ ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍‌ ଆଜି ସାପୁତାରା ହିଲ୍‌ ଷ୍ଟେସନ ନିକଟରେ ନିୟନ୍ତ୍ରଣ ହରାଇ ଗଭୀର ଖାଲକୁ ଖସି ପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୭ରେ ପହଞ୍ଚିଛି। ତେ‌ବେ ୩୦ରୁ ଅଧିକ ଜଣ ଆହତ ହୋଇଥିବା ବେଳେ ୧୫ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ମଧ୍ୟପ୍ରଦେଶର ବିଭିନ୍ନ ଜିଲ୍ଲାର ବୋଲି ଜଣାପଡ଼ିଛି।

ଏହି ତୀର୍ଥଯାତ୍ରୀମାନେ ମହାରାଷ୍ଟ୍ରରୁ ଗୁଜରାଟର ଦ୍ୱାରକା ଅଭିମୁଖେ ଯାଉଥିଲେ। ରବିବାର ଭୋର ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ସ୍ଥାନୀୟ ଲୋକେ ତତ୍କାଳ ସହଯୋଗ କରିବାରୁ ଉଦ୍ଧାର ତ୍ବରାନ୍ବିତ ହୋଇଥିଲା ଏବଂ ଅନେକ ଜୀବନ ରକ୍ଷା ପାଇଯାଇଛି। ଡାଙ୍ଗ ଜିଲ୍ଲାର ସାପୁତାରା ହିଲ୍ ଷ୍ଟେସନ ନିକଟରେ କୌଣସି କାରଣରୁ ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି।  ୪୮ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବସ୍‌ଟି ମହାରାଷ୍ଟ୍ରର ତ୍ରିମ୍ବକେଶ୍ୱରରୁ ଗୁଜରାଟର ଦ୍ୱାରକା ଅଭିମୁଖେ ଯାଉଥିଲା।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button